ଜନକଲ୍ୟାଣ ସେବାଟ୍ରଷ୍ଟ ର ବାର୍ଷିକ ଉତ୍ସବ ପାଳନ

ଜନକଲ୍ୟାଣ ସେବାଟ୍ରଷ୍ଟ ର ବାର୍ଷିକ ଉତ୍ସବ ପାଳନ
ଜଟଣୀ :ଜନକଲ୍ୟାଣ ସେବାଟ୍ରଷ୍ଟ ର ୧୫ତମ ବାର୍ଷିକ ଉତ୍ସବ ବହୁ ଧୁମ ଧାମ ରେ ପାଳିତ ହୋଇଯାଇଛି | ଏହିପରିପ୍ରେକ୍ଷୀରେ ମୁଖ୍ୟଅତିଥି ନଗର ପାଳ ଅନନ୍ତ ବେହେରା, ମୁଖ୍ୟବକ୍ତା ଯୁବନେତା ସୁନୀଲ କୁମାର ରାଉତରାୟ, ମୁଖ୍ୟ ଆକର୍ଷଣ ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସଭାପତି ରମେଶ ଦାସ, ସମ୍ମାନିତ ଅତିଥି ଭାବେ ଉଚ୍ଛନ୍ୟାୟାଳୟ ରେ କାର୍ଯ୍ୟରତ ଆଇନଜୀବୀ ନିହାର ରଞ୍ଜନ ଓଝା ଓ ଯୁବସମାଜ ସେବି ପ୍ରଶାନ୍ତ ବେହେରା ଙ୍କ ସହ ସାହିତ୍ଵିକ ନରେନ୍ଦ୍ର ମୁଦୁଲି, ବାସୁଦେବ ବେହେରା, କ୍ଷେତ୍ରବାସୀ ସାହୁ ଯୋଗଦାନ କରିଥିଲେ | କାର୍ଯ୍ୟ କ୍ରମରେ ଟ୍ରଷ୍ଟ ର ଅଧ୍ୟକ୍ଷ ସାମ୍ବାଦିକ ନବୀନ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ
ଏବଂ ସମ୍ପାଦକ ବେଣୁଧର ବରାଳ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ |କାର୍ଯ୍ୟ କ୍ରମକୁ ଉପସଭାପତି ସନ୍ତୋଷୀଜାଲି ଓ ଯୁଗ୍ମ ସମ୍ପାଦକ ଜିତେନ୍ଦ୍ର ନାୟକ ପରିଚାଳନା କରିଥିଲେ |ପ୍ରତିମା ବେହେରା, ବାସୁଦେବ ସେଠି, ମନମୋହନ ରାଉତରାୟ, ପ୍ରତାପ ସ୍ୱାଇଁ, ରଙ୍ଗ ନାଥ ବେହେରା, ମଧୁସୂଦନ ରାୟ ଙ୍କ ସହ ବହୁ ସମାଜ ସେବି ଓ ଦକ୍ଷ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ କୃତିପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା | କାର୍ଯ୍ୟ କ୍ରମକୁ ଟ୍ରଷ୍ଟ ର ସଦସ୍ୟ ବବୁଲୁ ଜେନା, ସନ୍ଧ୍ୟା ରାଣୀ ପରମାଣିକ, ବିଭୁ ମହାନ୍ତି, ପଦ୍ମ ଚରଣ, ସ୍ମିଥ ପ୍ରକାଶ ପ୍ରମୁଖ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *