ବଡଚଣା ଓଷ୍ଟା ର ଆଲୋଚନା ଚକ୍ର ଓ ସାମ୍ବିଧାନିକ ସମ୍ମିଳନୀ

ବଡଚଣା ଓଷ୍ଟା ର ଆଲୋଚନା ଚକ୍ର ଓ ସାମ୍ବିଧାନିକ ସମ୍ମିଳନୀ।ବଡ଼ଚଣା :ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟ୍ଟା)ବଡଚଣା ବ୍ଲକ୍ ସଂଗଠନର ଆଲୋଚନା ଚକ୍ର ଓ ସାମ୍ବିଧାନିକ ସମ୍ମିଳନୀ ଭାକୁଡ଼ ସ୍ଥିତ କବି ଅନନ୍ତ ବିଦ୍ୟାପୀଠ ଠାରେ ଅନୁଷ୍ଟିତ ହୋଇଯାଇଛି। ସଙ୍ଘର ସଭାପତି ଦୟାନିଧି ସାମଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନା ଚକ୍ର ରେ ସାଂପ୍ରତିକ ପ୍ରଶାସନିକ ବ୍ୟବସ୍ଥା ଓ ଶିକ୍ଷା ସଂସ୍କାର ପ୍ରସଙ୍ଗରେ ଡକ୍ଟର ଭାଗ୍ୟଧର ସାହୁ, ବ୍ରଜ କିଶୋର ବିଶ୍ବାଳ, ରଂଜିତ କୁମାର ଦାଶ, ରଜନୀକାନ୍ତ ପୃଷ୍ଟି,,ଡକ୍ଟର ସୁଧିର ଚନ୍ଦ୍ର ସାମଲ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସମ୍ମିଳନୀର ଆରମ୍ଭରେ ଓଷ୍ଟାର ପ୍ରାକ୍ତନ ସଭାପତି ସ୍ବର୍ଗତ କୃପାସିନ୍ଧୁ ରାଉତ ଓ ଯଚିନ୍ଦ୍ର କୁମାରଜେନା ଙ୍କ ବିୟୋଗରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ବ୍ଲକ ସଂପାଦକ ସତ୍ୟବାଦୀ ପଣ୍ଡା ଗତ କାର୍ଯ୍ୟକାରୀ କମିଟିର ୩ବର୍ଷର କାର୍ଯ୍ୟଧାରା ର ବିବରଣୀ ଓ ଆୟ ବ୍ୟୟ ଚିଠା ଉପସ୍ଥାପିତ କରି ତାହାକୁ ଗୃହିତ କରାଇଥିଲେ। ଆଗାମୀ ୩ବର୍ଷ ପାଇଁ ନୂତନ ଭାବେ ବ୍ଲକ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଥିଲା। ସେନାପତି ଭାବେ ସୁବାଷ ଚନ୍ଦ୍ର ମହାପାତ୍ର, ଉପସଭାପତି ସ୍ମୃତି ରଞ୍ଜନ ଆଚାର୍ଯ୍ୟ, ଉପସଭାପତି (ମହିଳା) ନିଝୁମ ମହାନ୍ତି, ସଂପାଦକ ସତ୍ୟବାଦୀ ପଣ୍ଡା, ଯୁଗ୍ମ ସମ୍ପାଦକ ନିର୍ମଳ ଚନ୍ଦ୍ର ଦଳାଇ, ପ୍ରଫୁଲ୍ଲ କୁମାର ଦାଶ, ଯୁଗ୍ମ ସମ୍ପାଦିକା ପ୍ରଭାସିନୀ ବେହୁରା, ରାଜ୍ୟ ପରିଷଦ ସଭ୍ୟ ଭାବେ ପ୍ରକାଶ ଚନ୍ଦ୍ର ପାଲ, ବିଶ୍ୱଜିତ କାନୁନଗୋ, ତପନ କୁମାର ବଳବନ୍ତ ରାୟ,, ଜିଲ୍ଲା ପରିଷଦ ସଭ୍ୟ ବସନ୍ତ କୁମାର ପ୍ରଧାନ, ସୁରେଶ ଚନ୍ଦ୍ର ଖିଲାର, ଚିନ୍ମୟ କୁମାର ଧଳ, ପ୍ରସନ୍ନ କୁମାର ପୃଷ୍ଟି, ନବ କିଶୋର ସ୍ଵାଇଁ, ସ୍ଵତନ୍ତ୍ର ନିମନ୍ତ୍ରିତ ସଭ୍ୟ ଭାବେ ମାନସ ବେହେରା, ଅବନି ରାଉତରାୟ, ଦିଲ୍ଲୀପ କୁମାର ଦାସ, ଗୋପୀନାଥ ସେନାପତି, ହିମାଂଶୁ ସାମନ୍ତରାୟ, ଟୁଟୁ ସାହୁ, ନୃସିଂହ ଚରଣ ଓଝା, ରବିନ ଜେନା, ଉପଦେଷ୍ଟା ଭାବେ ଡ,ଭାଗ୍ୟଧର ସାହୁ, ଡ, ସୁଧୀର ଚନ୍ଦ୍ର ସାମଲ, ଦୟାନିଧି ସାମଲ, ଅଜିତ କୁମାର ମହାନ୍ତି, ଭରତ ଚନ୍ଦ୍ର ଜେନା, ଲକ୍ଷ୍ମୀଧର ରାଉତ, ଜୟନ୍ତ କୁମାର ପରିଡା ପ୍ରମୁଖ ମନୋନୀତ ହୋଇଥିଲେ। ଜିଲ୍ଲା ସଙ୍ଘର ସଭାପତି ସୁନନ୍ଦ କୁମାର ରାଉତ ସଂପାଦକ ପବିତ୍ର କୁମାର ପଣ୍ଡା, ରାଜ କିଶୋର ପରିଡ଼ା ଜ୍ଞାନ ରଞ୍ଜନ ତ୍ରିପାଠୀ, ରାଜ୍ୟ ଓଷ୍ଟ। ର ଯୁଗ୍ମ ସାଧାରଣ ସଂପାଦକ ବ୍ରଜ କିଶୋର ବିଶ୍ବାଳ, ନିର୍ମଳ ଚନ୍ଦ୍ର ଜେନା ରମେଶ ଚନ୍ଦ୍ର ବେହେରା, ମମତା ଦାଶ ପ୍ରମୁଖ ନିର୍ବାଚନ ପରିଚାଳନା କରିଥିଲେ। ପରେ ନବ ନିର୍ବାଚିତ କାର୍ଯ୍ୟକାରୀ କମିଟି କର୍ମକର୍ତା ମାନେ ଶପଥ ଗ୍ରହଣ କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ କୁମାର ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *