ମାନବ ଅଧିକାର ଦିବସ ଅନୁଷ୍ଠିତ
ପୁରୁଷୋତ୍ତମପୁର ୧୦/୧୨: ( )ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗ ଓ ତାଲୁକ ଆଇନ ସେବା କମିଟି(T.L.S.C ,ପୁରୁଷୋତ୍ତମପୁର)ଙ୍କର ମିଳିତ ସହଯୋଗରେ ମାନବ ଅଧିକାର ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶରତ କୁମାର ସାହୁ ଟି.ଏଲ.ଏସ.ସି ଚେରମ୍ୟାନ ତଥା ବରିଷ୍ଠ ସିଭିଲ ଜଜ୍ କମ୍ ଆସିଷ୍ଟାଣ୍ଟ ସେସନ୍ସ ଜଜ୍ (ପୁରୁଷୋତ୍ତମପୁର)ଙ୍କ ସହ ସମ୍ମାନିତ ଅତିଥି ଭାବେ ଅନନ୍ୟା ଅପରିମିତା ବିଭାଗୀୟମାଜିଷ୍ଟ୍ରେଟପ୍ରଥମଶ୍ରେଣୀ-ତଥା-ଅତିରିକ୍ତ ସିଭିଲ୍ ଜଜ୍ (ପୁରୁଷୋତ୍ତମପୁର) ଓ ରାଜନୀତି ବିଜ୍ଞାନର ଏଚ.ଓ.ଡି ସୁଶାନ୍ତ କୁମାର ସାହୁ, ରାଜନୀତି ବିଜ୍ଞାନର ଅଧ୍ୟାପକ ପ୍ରବୀଣ କୁମାର ବାଣୁଆ, ସ୍ଥାନୀୟ ବାର କାଉନ୍ସିଲ ସଭାପତି କୃଷ୍ଣ ଚନ୍ଦ୍ରଗୌଡ଼ମଂଚାସୀନ ଥିଲେ l ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଉକ୍ତ ବିଷୟରେ ଏକ ସେମିନାର ପ୍ରସ୍ତୁତ କରାଯାଇଥିଲା।ରାଜନୀତି ବିଜ୍ଞ୍ୟାନ ଛାତ୍ରୀ ଶ୍ରୀୟା ଗନ୍ତାୟତ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ଅନୁସନ୍ଧାନ କାଗଜ ଉପସ୍ଥାପନ କରିଥିଲେ। ଏହାପରେ ଅତିଥି ମାନଙ୍କ ଦ୍ୱାରା ଆଜିର ସମାଜରେ ଲୋକମାନଙ୍କର ମାନବ ଅଧିକାର କିପରି ରକ୍ଷା କରାଯାଇପାରିବ ଜନସାଧାରଣ କିପରି ସୁରକ୍ଷିତ ଜୀବନ ଜାପାନ ସେଥିପ୍ରତି ବହୁମୂଲ୍ୟ ଜ୍ଞାନ ବାଣ୍ଟିଥିଲେ। ଏବେ ଡିଜିଟାଲ୍ ଯୁଗରେ ଯେଉଁଠାରେ ସାଇବର ଅପରାଧ,ଭୁଲ ସୂଚନା,ପ୍ରାଇଭେସି ହନନ ବଢ଼ୁଛି, ସେଠାରେ ଡିଜିଟାଲ୍ ମାନବାଧିକାର ରକ୍ଷା ଅତ୍ୟନ୍ତ ଆବଶ୍ୟକ।। ପ୍ରକାଶ ଯୋଗ୍ୟଯେ ୧୯୪୮ ମସିହାରେ ଜାତୀସଂଘ ଦ୍ୱାରା ମାନବାଧିକାର ସଂଘନୀତି (Universal Declaration of Human Rights) ଗ୍ରହଣ ହେବାରୁ ପ୍ରତ୍ୟେକ ବର୍ଷ ଏହି ଦିନଟିକୁ ମାନବ ସମ୍ମାନ, ସ୍ୱାଧୀନତା ଓ ସମାନ ଅଧିକାର ପାଇଁ ଉତ୍ସର୍ଗ କରାଯାଇ ଥାଏ । ଅତିଥିମାନଙ୍କର ଦ୍ୱାରା ମାନବାଧିକାର ଦିବସର ମୂଳ ବାର୍ତ୍ତା ଥିଲା ପ୍ରତ୍ୟେକ ମାନବ ଜୀବ ସମାନ, କୌଣସି ଭେଦଭାବ ନ ରଖି ଜାତି,ଧର୍ମ,ଲିଙ୍ଗ,ଭାଷା,ଅର୍ଥନୀତି ଓ ସ୍ଵାଧୀନ ଭାବରେ ମତ ପ୍ରକାଶ କରିବା ଅଧିକାର। ମାନବାଧିକାର ଉଲ୍ଲଂଘନ ସମୟରେ ଲୋକମାନେ ସ୍ୱର ଉଠାଇବା ଆବଶ୍ୟକ। ନାରୀ ଉତ୍ୟାଚାର, ଶିଶୁ ଶ୍ରମ, ବୃଦ୍ଧ ନିର୍ଯାତନା ପରି ଘଟଣାକୁ ରୋକିବା ପାଇଁ ସରକାର ଓ ସମାଜ l
