ଉଦଳାର ସମାବେଶ ଚାଟଶାଳୀର କୁନି କଳାକାରମାନଙ୍କ ସଫଳତା
ଉଦଳା: ବାରିପଦାରେ ଅନୁଷ୍ଠିତ ୮ମ ବାର୍ଷିକ ମୟୂରଭଞ୍ଜ ମହୋତ୍ସବର ନବମ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ରିଲ୍ସ ପ୍ରତିଯୋଗିତାରେ ଭାଗ ନେଇ ମୌନଧ୍ବନି ଫାଉଣ୍ଡେସନର ଶିକ୍ଷା କାର୍ଯ୍ୟକ୍ରମ ସମାବେଶ ଚାଟଶାଳୀର କୁନିକୁନି ଛାତ୍ରଛାତ୍ରୀମାନେ କୃତିତ୍ୱ ହାସଲ କରି ଉଦଳାମାଟିକୁ ଗୌରବାନ୍ଵିତ କରିଛନ୍ତି । ‘ଶିମିଳିପାଳର ସୁରକ୍ଷା ଏବଂ ଆବର୍ଜନାମୁକ୍ତ ପର୍ଯ୍ୟଟନସ୍ଥଳୀ ଆମର ଲକ୍ଷ୍ୟ’ ବିଷୟ ଉପରେ ଆଧାରିତ ରିଲ୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପଣିକିଆ ସ୍ବରରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ ।

ଏହି ଗୀତକୁ ଯୁବକବି ଦେବେନ୍ଦ୍ର ରାଉଳ ରଚନା କରିଥିବାବେଳେ ଆଶୁକବି ଆକାଶ ଏବଂ ନାନୁ ରାଜଦୀପ କୋରିଓଗ୍ରାଫି କରିଥିଲେ । ରିଲ୍ସ ପ୍ରତିଯୋଗିତାରେ ଏହି ସମାବେଶ ଦଳ ଚତୁର୍ଥସ୍ଥାନ ଅଧିକାର କରିବା ସହ ଦଶହଜାର ଟଙ୍କା ପୁରସ୍କାର ଲାଭ କରିଛନ୍ତି । ସିନେତାରକା ଅସିତ୍ ପତି, ମୟୂରଭଞ୍ଜ ମହୋତ୍ସବ କମିଟିର ସଂପାଦକ କଳିଙ୍ଗ କେଶରୀ ଜେନାଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଏହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।
