ବିଧାୟକଙ୍କ ଦରମା ବୃଦ୍ଧି ଅନୈତିକ ଏବଂ ଅସଙ୍ଗତ

ବ୍ରହ୍ମପୁର – ଓଡ଼ିଶାରେ ବିଧାୟକମାନଙ୍କ ଦରମା ବୃଦ୍ଧି ରାଜ୍ୟର ସାଢ଼େ 4 କୋଟି ଲୋକଙ୍କ ପ୍ରତି ଉପହାସ।ରକ୍ଷକ ଭକ୍ଷକ ନୀତି ଗ୍ରହଣ ସଦୃଶ।ତେଣୁ ଏହାକୁ ଅତିଶୀଘ୍ର ପ୍ରତ୍ୟାହାର ପାଇଁ ସିପିଏମ ପକ୍ଷରୁ ଦାବୀ କରାଯାଇଛି।ବିଧାୟକ ମାନଙ୍କ ଦରମା ଏକ ଲକ୍ଷ ଏଗାର ହଜାରରୁ 3 ଲକ୍ଷ 45 ହଜାରକୁ ବୃଦ୍ଧି କରାଯାଇଛି।ଯାହାକି ସାରା ଦେଶରେ ସର୍ବାଧିକ। ଏହା ଋଣ କୃତ୍ବା ଘୃତମ ପିବେତ ସଦୃଶ୍ୟ।ବିଜେପି ସରକାରକୁ ଆସିବା ବେଳକୁ ରାଜ୍ୟର ଋଣଭାର ୯୬୩୧୦କୋଟି ଟଙ୍କା ଥିଲା।ମାର୍ଚ୍ଚ ମାସ ସୁଦ୍ଧା ଋଣ ୧୩୪୯୧୪ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଉଛି।ଅନ୍ୟ ଦିଗରେ ରାଜ୍ୟରେ ଖାଇବାକୁ ନ ପାଇ ଲୋକେ ଆମ୍ବ ଟାଙ୍କୁଆ ଖାଇ ମୃତ୍ୟୁ ବରଣ କରୁଛନ୍ତି।ଆମ୍ବୁଲାନ୍ସ ବଦଳରେ ରୋଗୀ ଦୋଳାରେ ବୁହା ହେଉଛନ୍ତି।ହଜାର ହଜାର ଶିକ୍ଷକ ଓ ଡାକ୍ତର ପଦଵୀ ଖାଲି ପଡିଛି।ନୂଆ ନିଯୁକ୍ତି ନାହିଁ।ହଜାର ହଜାର ବୃଦ୍ଧ ଅସହାୟ ଭତ୍ତା ଅପେକ୍ଷା ରେ।ଏହି ପରିପ୍ରେକ୍ଷୀରେ ନିଜ ଦରମା ୩ ଗୁଣ ବୃଦ୍ଧି କେବଳ ଅନୈତିକ ନୁହେଁ ଅଯୁକ୍ତିକର।ତେଣୁ ଅତିଶୀଘ୍ର ଏହି ଦରମା ବୃଦ୍ଧି ପ୍ରତ୍ୟାହାର କରିବା ପାଇଁ ଦାବୀ କରାଯାଇଛି।ଆଜି ଏହି ଦରମା ଵୃଦ୍ଧି ବିରୋଧରେ ଏକ ପ୍ରତିବାଦ ସଭା କମାପଲି ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ସିପିଏମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ଶିବ ପ୍ରସାଦ ମହାପାତ୍ର, ବାବୁଲା ନାୟକ, ଗୋକୁଳ ତ୍ରିପାଠୀ, ରାଜରାଓ, ଚିଟିବାବୁ, କେଶବ ଗୌଡ଼l,ଲୋକନାଥ ଖୁଣ୍ଟିଆ,ମୋହନ ରାଓ, ବାପିନ ନାୟକ ଓ ଵିଷ୍ଣୁ ପ୍ରିୟା ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *