ବଣ୍ଡା ଘାଟିରେ ଶୀତ

ବଣ୍ଡା ଘାଟିରେ ଶୀତ


ହଁ ସେହି ମାଲକାନଗିରି ଜିଲ୍ଲାର
ବଣ୍ଡା ପାହାଡ଼ କଥା କହୁଛି ମୁଁ।

ଅସହ୍ୟ ଥଣ୍ଡା, ହାଡ଼ଭଙ୍ଗା ଶୀତ
ସାରା ରାଇଜରେ ଶୀତର ଲହରୀ।

ତଥାପି ଟିକିଏ ଚିନ୍ତା କରିବା ସେହି
ବଣ୍ଡା ପାହାଡ଼ର କଥା।
କାରଣ ସେଠି ବସବାସ କରନ୍ତି ଆମ ଭଳି ସରଳ ଓ ସ୍ନେହୀ ମଣିଷ ମାନେ।
ଏ ସମୟରେ ଶୀତର ପ୍ରକୋପ କଣ ଥାଇପାରେ!
ଥରେ ବୁଲିଆସିବା।

ବଣ୍ଡା ଘାଟିରେ ବୁଲୁବୁଲୁ
ଅନୁଭବ ଟିକିଏ ନିଆରା।

ସମସ୍ତେ ପ୍ରାୟ ନିଆଁ ସାହାଯ୍ୟରେ
ନିଜକୁ ପ୍ରସ୍ତୁତ କରୁଥିଲେ ,
କିଛି ଅତ୍ୟଧିକ ତାପ ସକାଶେ।।
ଉଚ୍ଚ ଉଚ୍ଚ ପାହାଡ଼।
ତା ମଧ୍ୟରେ ଝରଣାର‌
କୂଳୁକୂଳୁ ନାଦ, କର୍ଣ୍ଣ ପଟକୁ ନାଦ ଗୁଞ୍ଜରିତ ସହ ପାହାଡ଼ ଖୋଲରୁ ଆସୁଥିଲା କୋହଲା ପବନ।
ଧସେଇ ଚାଲି ଦେଖାଉଥିଲା
ତାର ପରାକ୍ରମ।
ସତରେ ଦେହଟା ଶୀତେଇ ଯାଇ ଶୀତ କଣ୍ଟା ଦେଖାଦେଲା।

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଓ ନୀତି ନିୟମର ଏଠି ଅତ୍ୟଧିକ କଡାକଡି ଲାଗୁ ପରି ମନେ ହେଉଥିଲା, ସତେ ଯେପରି ଧରିତ୍ରୀ ମା ଏଠାରେ ବିଦ୍ୟମାନ ଅଛନ୍ତି।

କାହିଁକି କେଜାଣି ଏଠି ହସୁଥିଲେ ଝିଲମିଲ ତାରକା ମାନେ।
ଝରଣା ସହ ପବନ ଗୀତ ଗାଇ ପିଟି ହେଉଥିଲା ପାହାଡ଼ର ବକ୍ଷରେ।

ବିହଙ୍ଗ ସକଳେ ନିଶ୍ଚିତ ନିଶ୍ଚଳେ
ଅପେକ୍ଷା ସେହି ଶୁଭ ସକାଳକୁ।

ଅଧା ଜହ୍ନର ରଜନୀ, ଗଗନେ
ସଭିଏଁ ମିଶି ଶାନ୍ତ ସପନେ ।।

ଶୁଷ୍କ କାଷ୍ଠର ଅଗ୍ନି ଶିଖାରେ
ମନୁଷ୍ୟ, ଶ୍ବାନ ଚତର୍ଦିଗେ ବେଢ଼ି
ଶରୀରର ସେହି ଉତ୍ତପ୍ତ ଧାସରେ
ମନ ହଜିଯାଇଛି ପ୍ରକୃତି କୋଳରେ।।

ସତରେ ଶୀତଟା ହସୁଥିଲା ଖିଲି ଖିଲି।
ସେହି ମୃଦୁ ମଳୟ ଆସୁଥିଲା ଚାଲି।।

କେ ତ୍ରିମୁଲା ଆଚାରୀ , ଶିକ୍ଷକ ତଥା କବି
ହିଞ୍ଜିଳିକାଟୁ ଗଞ୍ଜାମ ଓଡ଼ିଶା

Leave a Reply

Your email address will not be published. Required fields are marked *