ଚିନ୍ତାଧାରା
ଚିନ୍ତାଧାରା
🔹କବିରତ୍ନ ନୂତନ କୁମାର ବେହେରା
ସମାଜରେ ମଣିଷ କରେ ଜୀବନ ନିର୍ବାହ
ନେଇ ତାର ବ୍ୟକ୍ତିଗତ ଚିନ୍ତାଧାରା
ସ୍ଥିତି ଓ ବିସ୍ତୃତି ପାଇଁ ରହିଥାଏ କାର୍ଯ୍ୟରତ
ଆତ୍ମବଳ ଆତ୍ମବିଶ୍ଵାସ ତାର ସାହାରା
ବିଧିର ବିଧାନ ପ୍ରାକୃତିକ ନିୟମ ସହିତ
ଶାସ୍ତ୍ରୀୟ ଜ୍ଞାନରୁ ପାଇଥାଏ ପ୍ରେରଣା
ଏ ନୀତି ଅନୁସରଣ କରିବା ହିଁ ଶୃଙ୍ଖଳା
ସମନ୍ଵୟ ରଖି କରିଥାଏ ଆତ୍ମିକ ବିକାଶ
କଲେ ବ୍ୟତିକ୍ରମ ଆସେ ବିପର୍ଯ୍ୟୟ
ବିଶୃଙ୍ଖଳିତ ଚିନ୍ତାଧାରା ହୁଏ ବିନାଶର ମାର୍ଗ
ଗଠନାତ୍ମକ ଚିନ୍ତାଧାରାରେ ହୁଏ ପ୍ରଗତି
ହୋଇଲେ ଭଙ୍ଗୁର ଆସେ ବିଷମ ପରିସ୍ଥିତି
ମନର ବିଚାରକୁ ନେଇ ହୁଏ ଚିନ୍ତାଧାରା
ତଦନୁସାରେ ହୋଇଥାଏ ବ୍ୟକ୍ତିଗତ ଚରିତ୍ର
ଜ୍ଞାନ ଅଭିଜ୍ଞତା ରୁଚି ଗୁଣରେ ହୁଏ ମାର୍ଜିତ
ଅନ୍ତଃକରଣରୁ ସୃଷ୍ଟି ହୁଏ ଆତ୍ମସଂସ୍କାର
ସମୂହ କଲ୍ୟାଣ ଲାଗି ତା’ ହୋଇଥାଏ ଉଦ୍ଦିଷ୍ଟ
ସଂକୀର୍ଣ୍ଣ ଚିନ୍ତାଧାରା କରଇ ସଂକୁଚିତ
ହୋଇ ଜଣେ ସ୍ଵାର୍ଥପର କରେ ଅନୁଚିତ
ଆତ୍ମ ସଂଶୋଧନରେ ବଦଳେ ଚିନ୍ତାଧାରା
ଦୃଢ଼ ସଂକଳ୍ପ ଓ ପ୍ରବଳ ଇଚ୍ଛାଶକ୍ତି ବିନା
କେବେ କାହାରି ଚିନ୍ତାଧାରା ହୁଏନା ସାତ୍ତ୍ୱିକ
ଜୀବନର ବାସ୍ତବ ଆବଶ୍ୟକତାକୁ ନେଇ
ଯିଏ ଯେତିକି କରେ ଉଦ୍ୟମ ପାଏ ତାର ଫଳ
ଶୁଭ ଅଶୁଭ ଲାଭ କ୍ଷତି ଆୟ ବ୍ୟୟ ଯେତେ
ଚିନ୍ତାଧାରା ନେଇ ହୋଇଥାଏ ପ୍ରଭାବିତ
ଯା’ର ଯେତିକି ଜ୍ଞାନର ପରିସର ପରିସୀମା
ସେ ସେତିକି କରିଥାଏ କାର୍ଯ୍ୟକାରୀ
ବାସ୍ତବିକତାର ଅନୁଭବ ଅନୁସରଣରେ
ପରିବର୍ତ୍ତିତ ହୋଇଥାଏ ଜଣକର ଚିନ୍ତାଧାରା
ନିଜ ନିଜର ଶିକ୍ଷା ଅନୁଭୂତିର ସ୍ତର ନେଇ
ମଣିଷ ହେଲେ ସଂଯମୀ ହୁଏ ନିୟନ୍ତ୍ରିତ
ବ୍ୟତିରେକେ ହୁଏ ନୈରାଶ୍ୟଜନକ ସ୍ଵଭାବ
ତା’ ଚିନ୍ତାଧାରା ହୁଏନା ବିଶେଷ ଫଳପ୍ରଦ ।
🔹🔹🔹
