ପୁସ୍ତକ ମେଳା ୨୦୨୬ ନିମନ୍ତେ ସାମ୍ବାଦିକ ସମ୍ମିଳନୀ।

ଜଗତସିଂହପୁର ସାଂସ୍କୃତିକ ପରିଷଦର ଆନୁକୁଲ୍ୟରେ ଆୟୋଜିତ ହେବାକୁ ଯାଉଥିବା ୨୭ ତମ ଜଗତସିଂହପୁର ପୁସ୍ତକମେଳା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ ଏହି ବୈଠକକୁ ଅଧ୍ୟକ୍ଷତା କରି ଆସନ୍ତା ଜାନୁଆରୀ ୧୫ ରୁ ୨୧ ରିଖ ପଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୨୭ ତମ ପୁସ୍ତକମେଳାର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅବଗତ କରିବା ସହ ସାମ୍ବାଦିକ ବନ୍ଧୁ ମାନଙ୍କ ସହଯୋଗ ପାଇଁ ପୁସ୍ତକମେଳା ସଫଳ ହୋଇ ପାରୁଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇବା ସହ ଆସନ୍ତା ପୁସ୍ତକ ମେଳା ରେ ୭୪ ଟି ପୁସ୍ତକ ପ୍ରକାଶନ ସଂସ୍ଥା ୫୪ ଟି ଷ୍ଟଲ(ଜାତୀୟ ବିଣିଜ୍ୟ ମେଳା)ସହ ୧୦ ଟି ଖାଦ୍ୟ ଷ୍ଟଲ ସହ ଆଦିକବି ସାରଳା ଦାସ ଙ୍କ ସ୍ମୃତିରେ ଏକ ସ୍ବତନ୍ତ୍ର ଷ୍ଟଲ୍ କରାଯିବାର ସୂଚନା ପ୍ରଦାନ କରିଥିଲେ।ପରିଷଦର ସଦସ୍ୟ ତଥା ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର ସାମ୍ବାଦିକ ମାନଙ୍କ ସହଯୋଗ ପାଇଁ ପ୍ରଶଂସା କରିବା ସହ ସମସ୍ତ ଙ୍କୁ ପୁସ୍ତକ ମେଳା ରୁ ବହିଟିଏ କିଣି ଏହି ମେଳା କୁ ସଫଳ କରିବା ପାଇଁ ଅନୁରୋଧ କରିଥିଲେ।ପରିଷଦ ର ସମ୍ପାଦକ ଶ୍ରୀଯୁକ୍ତ ସାରଦା ପ୍ରସାଦ ଦାସ ଏହି ସାତଦିନ ବ୍ୟାପି କାର୍ଯ୍ୟକ୍ରମ ରେ ଉଦ୍ଘାଟନୀ ଏବଂ ଉଦଯାପନୀ ଉତ୍ସବ ରେ ଜିଲ୍ଲା ର ସମସ୍ତ ମାନ୍ୟବର ବିଧାୟକ, ମନ୍ତ୍ରୀ ଏବଂ ସାଂସଦ ଓ ଲୋକ ପ୍ରତିନିଧି ମାନଙ୍କ ଯୋଗ ଦେବା ସହ ଅନ୍ୟ ଦିନ ମାନଙ୍କରେ ରାଜ୍ୟର ପ୍ରତିଷ୍ଠିତ ସାହିତ୍ୟିକ ମାନଙ୍କୁ ନେଇ ସାହିତ୍ୟ ଚର୍ଚ୍ଚା,ଓପନ କୁଇଜ ପ୍ରତିଯୋଗିତା, ବିଦ୍ୟାଳୟସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ, ରାଜ୍ୟର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ଵାରା ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, କବିତା ପାଠୋତ୍ସବ, ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରିଥିଲେ। ଉପସଭାପତି ଶ୍ରୀଯୁକ୍ତ ବିଜୟ କୁମାର ରାଉତ ଏହିବର୍ଷ ପୁସ୍ତକମେଳା ମଞ୍ଚ ଆଦିକବି ସାରଳା ଦାସ ମଂଞ୍ଚ ନାମରେ ନାମିତ କରାଯାଇଛି ବୋଲି ସୂଚନା ପ୍ରଦାନ କରିଥିଲେ ଏବଂ ଅନ୍ୟତମ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗଣେଶ୍ୱର ମାଣିଆ ଧନ୍ୟବାଦ୍ ଅର୍ପଣ କରିଥିଲେ।ପରିଷଦର ଯୁଗ୍ମ ସମ୍ପାଦକ ସୁଧୀର କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ନରେଶ ଦାସ, କାର୍ଯ୍ୟକାରିଣୀ ସଦସ୍ୟ ଡ଼ ଜ୍ୟୋତିର୍ମୟୀ ମହାନ୍ତି, ପ୍ରଭାତ କୁମାର ଦାଶ,କୈଳାସ ମଲ୍ଲିକ,ପ୍ରଜ୍ଞା ପାରମିତା ଚୌଧୁରୀ, ସୁଷମା ପ୍ରଧାନ, ବିଜୟଲକ୍ଷ୍ମୀ ମହାପାତ୍ର, ସତ୍ୟବ୍ରତ ବିଶ୍ବାଳ, ସୌମ୍ୟରଞ୍ଜନ ବିଶ୍ବାଳ, ଦୁର୍ଯ୍ୟୋଧନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *