ମିଡିଆ ଏକ୍ସପୋଜର ଓ ବିଜ୍ଞାନ ପ୍ରସାର ପାଇଁ ବ୍ରିକ-ଆଇଏଲ୍ଏସ୍ ପରିଦର୍ଶନ କଲେ ଚଣ୍ଡିଗଡ଼ ଗଣଧ୍ୟାମ ପ୍ରତିନିଧି ଦଳ
ଭୁବନେଶ୍ୱରସ୍ଥିତ ବ୍ରିକ୍-ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ବିଆରଆଇସି- ଆଇଏଲ୍ଏସ) ପକ୍ଷରୁ ୧୫ ସେପ୍ଟେମ୍ବର ୨୦୨୬ରେ ପତ୍ର ସୂଚନା କାର୍ଯ୍ୟାଳୟ. ( ପିଆଇବି), ଚଣ୍ଡିଗଡ଼ର ଏକ ଟିମ୍କୁ ସ୍ୱାଗତ କରାଯାଇଥିଲା। ଅନୁଷ୍ଠାନିକ ମିଡିଆ ଏକ୍ସପୋଜର ଓ ବିଜ୍ଞାନ ଜନସମ୍ପର୍କ କାର୍ଯ୍ୟକ୍ରମର ଅଂଶ ଭାବରେ ଆୟୋଜିତ ଏହି ପରିଦର୍ଶନର ଉଦ୍ଦେଶ୍ୟ ଥିଲା ପ୍ରତିଷ୍ଠାନର ଗବେଷଣା, ସଫଳତା, ଭିତ୍ତିଭୂମି ଓ ସାମାଜିକ ପଦକ୍ଷେପ ସମ୍ପର୍କରେ ପ୍ରତ୍ୟକ୍ଷ ତଥ୍ୟ ପ୍ରଦାନ କରିବା।ଏହି କାର୍ଯ୍ୟକ୍ରମରେ ପିଆଇବି ଚଣ୍ଡିଗଡ଼ର ନିର୍ଦ୍ଦେଶକ ଶ୍ରୀ ପ୍ରୀତମ ସିଂହ ଓ ଶ୍ରୀ ଧରମ ସିଂହଙ୍କ ସମେତ ସାମ୍ବାଦିକ ଶ୍ରୀ ପୱନ ଶର୍ମା, ଶ୍ରୀ ଅରୁଣ ନୈଥାନୀ, ସୁଶ୍ରୀ ସୁମେଶ କୁମାରୀ, ଶ୍ରୀ କୁଲଦୀପ କୁମାର ଶୁକ୍ଳା, ସୁଶ୍ରୀ ପରମଜିତ କୌର, ଶ୍ରୀ ରାକେଶ ଗୁପ୍ତା, ଶ୍ରୀ ଚମନ ଲାଲ ଓ ଶ୍ରୀ ପ୍ରୋସନ ବର୍ମନ ଅଂଶଗ୍ରହଣ କରିଥିଲେ।ବ୍ରିକ-ଆଇଏଲ୍ଏସ୍ର ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ଦାଶ “ବ୍ରିକ-ଆଇଏଲ୍ଏସ୍: ସଂକ୍ଷିପ୍ତ ବିବରଣୀ, ପ୍ରମୁଖ ସଫଳତା ଏବଂ କାର୍ଯ୍ୟକ୍ରମ” ଶୀର୍ଷକ ଉପରେ ଏକ ପ୍ରଦାନ କରିଥିଲେ। ସେହିପରି ଡକ୍ଟର ନିବେଦିତା ଜେନା ଆଇଏଲ୍ଏସ୍ ବାୟୋଇନ୍କ୍ୟୁବେଟର ସମ୍ପର୍କରେ ସୂଚନା ଦେବା ସହିତ ନବସୃଜନ ଓ ଉଦ୍ୟୋଗୀକରଣକୁ ପ୍ରୋତ୍ସାହନ ଦେବାରେ ଏହାର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଡକ୍ଟର ସୋମା ଚଟ୍ଟୋପାଧ୍ୟାୟ ଓ ଡକ୍ଟର ପି. ଭି. ରାମଚନ୍ଦର ମଧ୍ୟ ନିଜ ନିଜ ଗବେଷଣା କାର୍ଯ୍ୟ ସମ୍ପର୍କରେ ପିଆଇବି ଟିମ୍କୁ ଅବଗତ କରାଇଥିଲେ। ଏଥିରେ ଯଥାକ୍ରମେ ଚିକନ୍ଗୁନିଆ ଓ ଶିଶୁମାନଙ୍କଠାରେ ଦେଖାଦେଉଥିବା ବିରଳ ଜେନେଟିକ୍ ରୋଗ ସମ୍ପର୍କିତ ଗବେଷଣା ଅନ୍ତର୍ଭୁକ୍ତ ଥିଲା।ପିଆଇବି ଦଳ ଆଇଏଲ୍ଏସ୍ର ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିବା ସହିତ ପ୍ରତିଷ୍ଠାନର ବିଭିନ୍ନ ସୁବିଧା ଓ ଗବେଷଣାଗାର ପରିଦର୍ଶନ କରିଥିଲେ। ଏହି ଅବସରରେ ଚାଲିଥିବା ଗବେଷଣା, ବୈଜ୍ଞାନିକ ଅଗ୍ରଗତି ଓ ସାମାଜିକ କାର୍ଯ୍ୟକଳାପ ଉପରେ ଆଲୋଚନା ହୋଇଥିଲା। ବ୍ରିକ୍-ଆଇଏଲ୍ଏସ୍ରେ ହେଉଥିବା ବୈଜ୍ଞାନିକ କାର୍ଯ୍ୟ ପ୍ରତି ପିଆଇବି ଟିମ୍ ଗଭୀର ଆଗ୍ରହ ପ୍ରକାଶ କରିବା ସହ ପ୍ରଶଂସା କରିଥିଲେ।ଶେଷରେ ଏହି ପରିଦର୍ଶନ ଏକ ପାରସ୍ପରିକ ପ୍ରଶ୍ନୋତ୍ତର ଅଧିବେଶନ ସହିତ ଶେଷ ହୋଇଥିଲା। ଏହା ବୈଜ୍ଞାନିକ ସମ୍ପ୍ରଦାୟ ଓ ଗଣମାଧ୍ୟମ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ସହ ବୈଜ୍ଞାନିକ ସଫଳତା ଏବଂ ଏହାର ସାମାଜିକ ଗୁରୁତ୍ୱ ସମ୍ପର୍କରେ ବ୍ୟାପକ ଜନପ୍ରସାରରେ ସହାୟକ ହୋଇଥିଲା।
