ଦାରିଂବାଡି ଗ୍ରସ୍ତ ରେ ମୁଖ୍ୟ ଶାସନ ସଚିବ ।
କନ୍ଧମାଳ, ଦାରିଂବାଡ଼ି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଙ୍କ ପ୍ରଥମ ଦାରିଂବାଡ଼ି ଗ୍ରସ୍ତ କରିଛନ୍ତି । ସେ ପ୍ରଥମେ ଇକୋ ରିଟ୍ରିଟ୍ ପରିସରରେ ପହଞ୍ଚିଥିଲେ । ସେଠାରେ ଇକୋ ରିଟ୍ରିଟ ବୁଲିବା ସହ ପର୍ଯ୍ୟଟକ ଙ୍କ ସହ ଆଲୋଚନା କରିଥିଲେ । ତେବେ ପର୍ଯ୍ୟଟନ କ୍ଷେତ୍ରକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକୁ ଉନ୍ନତ ମାନର କରିବାକୁ ପର୍ଯ୍ୟଟକ ମାନେ କହିଥିଲେ । ଏଥି ସହ ଇକୋ ରିଟ୍ରିଟ ରେ ଭଲ ସେବା ମିଳୁଥିଲେ ମଧ୍ୟ ପ୍ରତି ଦିନ ଗୋଟିଏ ସାଂସ୍କୃତିକ ଟିମ ଦ୍ଵାରା କାର୍ଯ୍ୟକ୍ରମ ହେଉଥିବାରୁ ତାହା ଆଦୃତ ହୋଇପାରୁନାହିଁ ବୋଲି ପର୍ଯ୍ୟଟକ ଅସନ୍ତୁଷ ବ୍ୟକ୍ତ କରି ମୁଖ୍ୟ ଶାସନ ସଚିବଙ୍କୁ କହିଥିଲେ ।ପରେ ଇକୋ ରିଟ୍ରିଟ ରୁ ବାହାରି ମୁଖ୍ୟ ଶାସନ ସଚିବ କଫି ବଗିଚା ଓ ହିଲଭିୟୁ ପାର୍କ ବୁଲି ପ୍ରଶଂସା କରିଥିଲେ । କଫି ବଗିଚାରେ କାମ କରୁଥିବା ସ୍ଵୟଂ ସହାୟକ ଗୋଷ୍ଠୀ ର ଆଦିବାସୀ ମହିଳା ଙ୍କୁ ଭେଟି ତାଙ୍କରି ଭଲ ମନ୍ଦ ପଚାରି ବୁଝି ଥିଲେ ।ଓ ତାଙ୍କରି ଦିଲ୍ଲୀ ଗ୍ରସ୍ତ ବିଷୟରେ ପଚାରି ବୁଝି ଥିଲେ । ମୁଖ୍ୟ ଶାସନ ସଚିବଙ୍କ ଗ୍ରସ୍ତ ସମୟରେ ତାଙ୍କ ସହ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ, ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତ। ଦାସ,ଅତିରିକ୍ତ ଜିଲ୍ଲା ପାଳ ରମେଶ ଜେନା,ମୁଖ୍ୟ ଉନ୍ନୟନର ସମ୍ଭୁନ।ଥ ନନ୍ଦି, ବିଡ଼ିଓ ପ୍ରିତିରଞ୍ଜନ ରଥ,ତହସିଲଦାର ଧିରଜ ପାତ୍ର, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
