ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ “ମେକ୍ ଇନ୍ ଇଣ୍ଡିଆ”, “ଷ୍ଟାର୍ଟ ଅପ୍ ଇଣ୍ଡିଆ”, “ନବଉଦ୍ଭାବନ

ତାରିଖ :୧୪ ଜାନୁଆରୀ ୨୦୨୬ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ “ମେକ୍ ଇନ୍ ଇଣ୍ଡିଆ”, “ଷ୍ଟାର୍ଟ ଅପ୍ ଇଣ୍ଡିଆ”, “ନବଉଦ୍ଭାବନ ଏବଂ ଉଦ୍ୟୋଗୀତା” ସ୍ବପ୍ନକୁ ସାକାର କରିବା ଉଦ୍ଦେଶ୍ୟ ନେଇ, ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱର ଏବଂ ରାଇରଙ୍ଗପୁର, ଇଗ୍ନୋ ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କର ନିଜସ୍ୱ ଷ୍ଟାର୍ଟ ଅପ୍ ଆରମ୍ଭ ଏବଂ ଚଲାଇବା ପାଇଁ ଦକ୍ଷତାରେ ସଜ୍ଜିତ କରିବା ହେତୁ ଏକ ପ୍ଲାଟଫର୍ମ ପ୍ରଦାନ କରିବା ପାଇଁ ୱନିୟରସ (WEneurs) , ଭୁବନେଶ୍ୱର ସହିତ ହାତ ମିଳାଇଛନ୍ତି। ଏହି କ୍ରମରେ, ୧୬ ଜାନୁଆରୀ ୨୦୨୬ ଦିନ ଅପରାହ୍ନ ୩.୩୦ ସମୟରେ ଇଗ୍ନୋ ବିଦ୍ୟାର୍ଥୀମାନଙ୍କ ପାଇଁ ଏକ ଅନଲାଇନ୍ ପରିଚୟ ଅଧିବେଶନ ଆୟୋଜନ କରାଯାଉଛି। ଏହା ଗୁଗୁଲ୍ ମିଟ ମାଧ୍ୟମରେ ଆୟୋଜିତ ହେବ, ଯାହାର ଲିଙ୍କ୍ ହେଉଛି: https://surli.cc/dwvnoa। ଏହା ପରେ ଆଗାମୀ ଦିନରେ ବିଭିନ୍ନ ସମ୍ବନ୍ଧିତ ଅଧିବେଶନ ଅନୁଷ୍ଠିତ ହେବ। ସମସ୍ତ ଆଗ୍ରହୀ ବିଦ୍ୟାର୍ଥୀ ଏବଂ ନାଗରିକଙ୍କୁ ଏଥିରେ ଯୋଗ ଦେବାକୁ ଅନୁରୋଧ କରାଯାଉଛି |

Leave a Reply

Your email address will not be published. Required fields are marked *