ପୁରୀ ସାଇବର ଥାନାର ସାଇବର ଅପରାଧ ବିରୋଧୀରେ ୨୦୨୫ ବର୍ଷର ସଫଳତା*
ପୁରୀ ସାଇବର ଥାନାର ସାଇବର ଅପରାଧ ବିରୋଧୀରେ ୨୦୨୫ ବର୍ଷର ସଫଳତା l ଡିଜିଟାଲ୍ ଯୁଗରେ ବଢ଼ୁଥିବା ସାଇବର ଅପରାଧ, ଅନଲାଇନ୍ ଠକେଇ, ନକଲି ସୋସିଆଲ୍ ମିଡିଆ ଆକାଉଣ୍ଟ, ନକଲି ୱେବସାଇଟ୍ ଓ ଭୁଲ୍ ମୋବାଇଲ୍ ନମ୍ବର ମାଧ୍ୟମରେ ହେଉଥିବା ଅପରାଧକୁ ରୋକିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ଅଧୀନସ୍ଥ ପୁରୀ ସାଇବର ଥାନା ଦ୍ୱାରା ବର୍ଷ ୨୦୨୫ରେ ଏକ ଦୃଢ଼, ସକ୍ରିୟ ଓ ପ୍ରଭାବଶାଳୀ କାର୍ଯ୍ୟବାହୀ କରାଯାଇଛି। ମାମଲା ରଜିଷ୍ଟ୍ରେସନ୍ ଓ ଗିରଫ ପୁରୀ ସାଇବର ଥାନାରେ ସମୁଦାୟ 31ଟି ସାଇବର ସଂପର୍କିତ FIR ରଜିଷ୍ଟ୍ର ହୋଇଛି। ସମସ୍ତ ମାମଲାକୁ ଗୁରୁତ୍ୱ ସହିତ ତଦନ୍ତ କରାଯାଇ 8 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଅଭିଯୁକ୍ତମାନେ ଅନଲାଇନ୍ ଆର୍ଥିକ ଠକେଇ, ଡିଜିଟାଲ୍ ଓ ନକଲି ପରିଚୟ ମାଧ୍ୟମରେ ଲୋକମାନଙ୍କୁ ଠକିବା ସହିତ ଜଡିତ ଥିବା ଜଣାପଡ଼ିଛି।ମୋଟ 58.40 କୋଟି ଟଙ୍କା ଫ୍ରିଜ କରାଯାଇଛି। ସାଇବର ଅପରାଧ ଦ୍ୱାରା ହେଉଥିବା ଆର୍ଥିକ କ୍ଷତିକୁ ରୋକିବା ପାଇଁ ପୁରୀ ସାଇବର ଥାନା ତ୍ୱରିତ ଓ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିଛି। ବର୍ଷ 2025 ମସିହାରେ ମୋଟ 58.40 କୋଟି ଟଙ୍କା ରାଶିକୁ ହୋଲ୍ଡ କରି ସେଭ୍ କରାଯାଇ ଅନେକ ନିର୍ଦୋଷ ନାଗରିକଙ୍କୁ ବଡ଼ ଆର୍ଥିକ କ୍ଷତିରୁ ରକ୍ଷା କରାଯାଇଛି। ନକଲି ସୋସିଆଲ୍ ମିଡିଆ, ୱେବସାଇଟ୍ ଓ ମୋବାଇଲ୍ ନମ୍ବର ଉପରେ କଠୋର କାର୍ଯ୍ୟାନୁଷ୍ଠାନ ସାଇବର ଅପରାଧୀମାନଙ୍କ ନେଟୱର୍କକୁ ଭାଙ୍ଗିବା ଉଦ୍ଦେଶ୍ୟରେ ପୁରୀ ସାଇବର ଥାନା ଦ୍ୱାରା 230ଟି ନକଲି / ଅପରାଧିକ ସୋସିଆଲ୍ ମିଡିଆ ଆକାଉଣ୍ଟ ବ୍ଲକ୍, 70ଟି ନକଲି ୱେବସାଇଟ୍ ବ୍ଲକ୍, 64ଟି ନକଲି ମୋବାଇଲ୍ ନମ୍ବର ବ୍ଲକ୍ କରାଯାଇଛି। ଏହା ଫଳରେ ଭବିଷ୍ୟତରେ ଅନେକ ସମ୍ଭାବ୍ୟ ସାଇବର ଠକେଇକୁ ଅଟକାଯିବା ସମ୍ଭବ ହୋଇଛି।ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ଜଣାଇଛନ୍ତି “ସାଇବର ଅପରାଧ ଏକ ଗମ୍ଭୀର ଚ୍ୟାଲେଞ୍ଜ। ପୁରୀ ପୋଲିସ ସାଧାରଣ ଜନତାଙ୍କ ଆର୍ଥିକ ଓ ଡିଜିଟାଲ୍ ସୁରକ୍ଷା ପାଇଁ ପୂର୍ଣ୍ଣ ଭାବେ ପ୍ରତିବଦ୍ଧ। ସାଇବର ଅପରାଧ ଘଟିଲେ ତୁରନ୍ତ ଅଭିଯୋଗ କଲେ ଟଙ୍କା ରିକଭରିର ସମ୍ଭାବନା ବଢ଼ିଥାଏ। ଲୋକମାନେ ସଚେତନ ରୁହନ୍ତୁ ଓ ସନ୍ଦିଗ୍ଧ ଲିଙ୍କ୍, କଲ୍ ଓ OTP ଠାରୁ ଦୂରେଇ ରୁହନ୍ତୁ।” ଡିଜିଟାଲ୍ ଅପରାଧ ହେଲ୍ପଲାଇନ୍ ପୁରୀ ପୋଲିସ ସମସ୍ତ ନାଗରିକଙ୍କୁ ଅନୁରୋଧ କରୁଛି ଯେ କୌଣସି ପ୍ରକାର ଡିଜିଟାଲ୍ / ସାଇବର ଅପରାଧ ଘଟିଲେ ତୁରନ୍ତ ହେଲ୍ପଲାଇନ୍ ନମ୍ବର 82804 91300ରେ ସମ୍ପର୍କ କରନ୍ତୁ। ପୁରୀ ସାଇବର ଥାନା ଆଗାମୀ ଦିନରେ ମଧ୍ୟ ସାଇବର ଅପରାଧ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରଖି ପୁରୀ ଜିଲ୍ଲାକୁ ଏକ ସୁରକ୍ଷିତ ଡିଜିଟାଲ୍ ଜିଲ୍ଲା ଭାବେ ଗଢ଼ି ତୋଳିବାକୁ ପ୍ରତିବଦ୍ଧ। ଆମେ ସମସ୍ତେ ଏକ ବାହନ ହେଲେ ଏହା ସଫଳ ହେବ।
