ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଙ୍କ ଦୁଇ ଦିନିଆ କନ୍ଧମାଳ ଗସ୍ତ ।

କନ୍ଧମାଳ, ଫୁଲବାଣୀ, ଓଡ଼ିଶା ସରକାର ଙ୍କ ମୁଖ୍ୟ ଶାସନ ସଚିଵ ଅନୁଗର୍ଗ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଜିଲ୍ଲା ର ବିଭିନ୍ନ ଉନ୍ନୟନ ଯୋଜନା ର ସମୀକ୍ଷା କରିଥିଲେ । ସମୀକ୍ଷା ବୈଠକ ପୂର୍ବରୁ ଗତକାଲି ୧୩ ତାରିଖରେ ଫୁଲବାଣୀ ର ଇଲାଇବ୍ରେରୀ ପରିଦର୍ଶନ କରିଥିଲେ ଅନୁ ଗର୍ଗ । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ର ଇକୋ ଟୁ୍ରିଜିମ, ଅଦା, ହଳଦୀ ଓ କୃଷି ର ସମୀକ୍ଷା କରିଥିଲେ । କେ ନୂଆଗାଁ ର ସିର୍ଟିଗୁଡାରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ପ୍ରକଳ୍ପ, ରତଙ୍ଗ, ମଣିପଦର, ଓ ବନ୍ଧଗଡ଼ ର କସମ ହଳଦୀ ପ୍ରକଳ୍ପ, ମାସିରିପଡା ର ଉନ୍ନୟନ ଯୋଜନା, ଦେଖିଥିଲେ । ଫିରିଙ୍ଗିଆରେ ଲଞ୍ଚ କରି ଫୁଲବାଣୀ ଆସି ବୌଦ୍ଧ ଜିଲ୍ଲାର ହରଭଙ୍ଗା ରେ ନିର୍ମାଣଧୀନ ଜଳ ପ୍ରକଳ୍ପ ଦେଖି ଫୁଲବାଣୀ ଫେରି ଜିଲ୍ଲାପାଳ ଙ୍କ ସଦଭାବନା କକ୍ଷରେ କନ୍ଧମାଳ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନୟନ ଯୋଜନାର ସମୀକ୍ଷା କରିଥିଲେ । ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବେଦଭୂଷଣ, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ର ନିର୍ଦେଶକ ଶମ୍ଭୁ ନାଥ ନନ୍ଦୀ, ଡୁଡା ପ୍ରକଳ୍ପର ଅଧିକାରୀ ପ୍ରବୀଣ କୁମାର ବାଣୁଆ, ପି ଏ ଆଇ ଟି ଡିଏ ଗଦାଧର ପାତ୍ର, ଏଡିଏମ ଶ୍ରୀ କୁଶଳନାୟକ, ଏସପି ଡ଼, ହରିଶ ବି ସି. ଓ ଅନ୍ୟାନ୍ୟ ଜିଲ୍ଲା ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ । ସମୀକ୍ଷା ପରେ ଜିଲ୍ଲା ର ବିଭିନ୍ନ ଉନ୍ନୟନ ପ୍ରକଳ୍ପ, ଟୁ୍ରିଜିମ କୁ ଫୋକସ ରେ ସେରଖିଥିବା କହିଥିଲେ ।

ବିଭିନ୍ନ ଯୋଜନାରେ କିଭଳି ସମ୍ୱନୟ ରକ୍ଷା କରାଯାଇ ପାରିବ ଓ କାର୍ଯ୍ୟକୁ ତ୍ୱରାନ୍ୱିତ୍ୱ କରାଯାଇ ପାରିବ ସେସବୁ ଉପରେ ଗୁରତ୍ୱ ଦେବାକୁ ନିର୍ଦେଶ ଦେଇଥିଲେ । ଜିଲ୍ଲା ପରିଦର୍ଶନ କରି ସେ ବହୁତ ଖୁସୀ ଅନୁଭବ କରିଛନ୍ତି । ସେ ବହୁତ କିଛି ଶିଖିବାର ଅଛି । ସମୀକ୍ଷାରେ ସେ ସନ୍ତୁଷ୍ଟ ଥିବା ଜଣାପଡିଛି।ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନ ର ଉତ୍ତର ଦେଇଥିଲେ ମୁଖ୍ୟ ଶାସନ ସଚିଵ ଅନୁ ଗର୍ଗ । ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ, ପି ଡ଼ି ଡ଼ି ଆର ଡିଏ ଶମ୍ଭୁ ନାଥ ନନ୍ଦୀ, ଅତିରିକ୍ତ ଜିଲ୍ଲା ପାଳ ରମେଶ ଚନ୍ଦ୍ର ଜେନା,ଫୁଲବାଣୀ ଉପଜିଲ୍ଲାପାଳ ଭିକାରି ସାହୁ, ବାଲିଗୁଡା ଉପ ଜିଲ୍ଲା ପାଳ ପ୍ରଣୀତା ଦାସ( ଆଇ ଏ ଏସ ) ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଙ୍କ ମାରାଥନ ଗସ୍ତରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *