କୋଣାର୍କ ବିଜେପି ମଣ୍ଡଳ ଉପସଭାପତି ହେଲେ ପ୍ରଦୀପ କୁମାର ଛାଟୋଇ।
କୋଣାର୍କ – କୋଣାର୍କ ଏନଏସିର ବରିଷ୍ଠ ବିଜେପି ନେତା ପ୍ରଦୀପ କୁମାର ଛାଟୋଇଙ୍କୁ ବିଜେପି ଜିଲ୍ଳା ସଭାପତି ଡଃ ଦେବେନ୍ଦ୍ର ନାଥ ତରାଇ କୋଣାର୍କ ବିଜେପି ମଣ୍ଡଳର ଉପସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ୨୦୦୮ ମସିହା ଠାରୁ ପ୍ରଦୀପ କୁମାର ଛାଟୋଇ ବିଜେପି ସଂଗଠନକୁ ତୃଣମୂଳସ୍ତରରେ ମଜଭୁତ କରିବା ପାଇଁ ନିରବଛିନ୍ନ ଭାବରେ କାର୍ଯ୍ୟ କରି ଆସୁଛନ୍ତି। ପୂର୍ବରୁ କୋଣାର୍କ ମଣ୍ଡଳ ଉପସଭାପତି, ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଂପାଦକ ଓ ଉପସଭାପତି ଭାବରେ ନିଷ୍ଠାପର ଭାବେ ଦାୟିତ୍ବ ତୁଲାଇଥିଲେ। ବରିଷ୍ଠ ବିଜେପି ନେତା ପ୍ରଦୀପ କୁମାର ଛାଟୋଇ ଙ୍କ ଦଳ ପାଇଁ ନିଷ୍ଠାପର ତ୍ଯାଗ ସାଂଗଠନିକ ଦକ୍ଷତା ଯୋଗୁଁ କୋଣାର୍କ ବିଜେପି ମଣ୍ଡଳ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏଥିପାଇଁ ଶ୍ରୀ ଛାଟୋଇ ଙ୍କୁ କାକଟପୁର ନିର୍ବାଚନ ମଣ୍ଡଳୀର ବିଜେପି ସଂଗଠନ ଓ କୋଣାର୍କ ବିଜେପି ମଣ୍ଡଳର କର୍ମକର୍ତ୍ତା ମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି।
