ଜିଲ୍ଲାସ୍ତରୀୟ ଘୁମୁରା ପ୍ରତିଯୋଗିତା ଶିଶୁଙ୍କ ମଧ୍ୟରେ ସଂସ୍କୃତି ସଚେତନତା ଉପରେ ଗୁରୁତ୍ୱାରୋପ

ଭବାନୀପାଟଣା, ୧୬/୦୧ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଅବସରରେ ସହିଦ ରେଣ୍ଡୋ ମାଝୀ ମଞ୍ଚରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବ ଅବସରରେ ମଞ୍ଚରେ ଅନୁଷ୍ଠିତ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଛଅଗୋଟି ଘୁମୁରା ଦଳ ଭାଗ ନେଇଥିଲେ। ଏଥିରେ ଜୟପାଟଣାରୁ ଆସିଥିବା ଜଗଜ୍ଜନନୀ ଘୁମୁରା ଦଳ, ଗୋଲାମୁଣ୍ଡା ଘୁମୁରା ଦଳ, ଭବାନୀପାଟଣା କାରୁଣ୍ଡ ଘୁମୁରା ଦଳ ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ।

ଘୁମୁରା ଉପସମିତିର ଅଧ୍ୟକ୍ଷ ଗୌରାଙ୍ଗ ରାଉତ ଓ ସହ-ଅଧ୍ୟକ୍ଷ ଦିଲୀପ ଠାକୁରଙ୍କ ତତ୍ୱାବଧାନରେ ଆୟୋଜିତ ପ୍ରତିଯୋଗିତାରେ ସକିତ ରତେ, ଭାରତଭୂଷଣ ଚଲାନ, ବିଜୟ ପ୍ରଧାନ, ପିତାମ୍ବର ରଣା, ମହେଶ୍ୱର ସରାଫ ବିଚାରକ ଦାୟିତ୍ୱ ତୁଲାଇଥିଲେ। ସେହିପରି ଶିଶୁ ଘୁମୁରା ପ୍ରତିଯୋଗିତାରେ ନର୍ଲା ନବୋଦୟ ବିଦ୍ୟାଳୟ, ଭବାନୀପାଟଣା ବାଲଗୋପାଳ ସେବା ନିକେତନ, ମ. ରାମପୁର ରାମକୃଷ୍ଣ ଆଶ୍ରମ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଦିଲୀପ ଠାକୁର, ଭାରତଭୂଷଣ ଚଲାନ, କୈଳାସ ନାଏକ, କୈଳାସ ସିଂହ ବିଚାରକ ଦାୟିତ୍ୱ ତୁଲାଇଥିଲେ।

Leave a Reply

Your email address will not be published. Required fields are marked *