୫ ଶହ ବଷର୍ର ମାଆ ’କ୍ଷେତ୍ରବାସୀଙ୍କ ପୀଠରେ ମକର ମେଳା

୫ ଶହ ବଷର୍ର ମାଆ ’କ୍ଷେତ୍ରବାସୀଙ୍କ ପୀଠରେ ମକର ମେଳା, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ।ଭଦ୍ରକ, ମକର ସଂକ୍ରାନ୍ତି ଉପଲକ୍ଷେ ଜିଲ୍ଲା ର ସମସ୍ତ ଦେବୀ ପୀଠରେ ପାଳନ କରାଯାଏ ମକର ମେଳା। ଏହି ମେଳାକୁ ଭକ୍ତ ମାନେ ବହୁ ଜାକ ଜକମେର ପାଳନ କରୁଥିବା ବେଳେ ଭଦ୍ରକ ବ୍ଲକ ଅନ୍ତଗର୍ତ କଲେଇ ପଂଚାୟତ ଟାଙ୍କୁଣୀ ଚୁନୀଦାସ୍ଥିତ କପାଳୀ ନଦୀ କୂଳେର ପୂଜା ପାଉଥିବା ମା’ କ୍ଷେତ୍ରବାସୀଙ୍କ ପୀଠରେ ଆଜି ବଡ଼ ଧୁମ ଧାମ ରେ ମକର ପର୍ବ ପାଳିତ ହୋଇଛି। ମନ୍ଦିରରେ ସାଜସଜ୍ଜା ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକ ସଜ୍ଜା ଦଶର୍କ ମାନଙ୍କୁ ବହୁ ଆନନ୍ଦିତ କରିଛି। ଏଥିସହ ହୋମଯଜ୍ଞ ଓ କାଳିସୀ ମାନଙ୍କ ନୃତ୍ୟ ମନ୍ଦିର ପରେିବଶକୁ ଅଧିକ ଚଳଚଂଚଳ ହୋଇଉଠିଥିଲା। ଝୁଣାଧୁଆଁ ସାଙ୍ଗକୁ ଢ଼ୋଲ ବାଣ କାଳିସୀ ମାନଙ୍କ ବେତଧରି ଉନ୍ମୁକ୍ତ ନାଚ ଦେଖିବା ପାଇଁ ଦିନ ତମାମ୍ ମନ୍ଦିର ପରିସର ଲୋକାରଣ୍ୟ ହୋଇଥିଲା। ଶହ ଶହ ଶ୍ରଦ୍ଧାଳୁ ମାନଙ୍କ ନାହିଁ ନଥିବା ଭିଡ଼ ପରିଲିକ୍ଷିତ ହୋଇଥିଲା। ଏହିପୁଜା ଦୀର୍ଘ ୪ଦିନ ଧରି ଚାଲୁରହିବ ବୋଲି ମା’ କ୍ଷେତ୍ରବାସୀ ମକର ମେଳା କମିଟି, ଚୁନିଦା, ଟାଙ୍କୁଣୀର ସଭାପତି ଗୌର ଗୋପାଳ ଜେନା, ପୁରେୁଷାତମ ସାହୁ, ନିତ୍ୟାନନ୍ଦ ବେହେରା, ଉପନ୍ଦ୍ରେ ବେହେରା, କୃଷ୍ଣଚନ୍ଦ୍ର ବେହେରା, ବାବୁରାମ ମଲ୍ଲିକ, ମେହନ୍ଦ୍ର ମଲ୍ଲିକ (ମୁନା), ଦୀପକ ମଲ୍ଲିକ, ସୁରେନ୍ଦ୍ର ବେହେରା, ସମୀର ମଲ୍ଲିକ, ଚକ୍ରଧର ଜେନା, ରାଜେନ୍ଦ୍ର ବେହରା, ଶେଖର ଚନ୍ଦ୍ର ଜେନା, କାହ୍ନୁଚରଣ ଜେନା, ଗଜେନ୍ଦ୍ର ସାହୁ, ଅଭିରାମ ବେହେରା ପ୍ରମୁଖ ସୂଚନା ଦେଇଛନ୍ତି। ଆଜିର ଏହି ଉତ୍ସବରେ ପୂବର୍ତନ ଭଦ୍ରକ ପଂଚାୟତ ସମିତି ଉପାଧ୍ୟକ୍ଷା ଜ୍ୟୋସ୍ନାମଂଜରୀ ରାଉତ, ଶିକ୍ଷାବିତ୍ ବାବୁଲା ରାଉତ, ଯୁବେନେତା ତାପସ ରାୟ, ତୁଷାରକାନ୍ତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ମକର ପବର୍ରେ ବିଭିନ୍ନ ଗ୍ରାମରୁ ବହୁ ଭକ୍ତ ଏହି ମେଳା ଦେଖିବାକୁ ଆସିଥାନ୍ତି। ଏଠାରେ ମୁଖ୍ୟତଃ ପଂଚାୟତର ବିଭିନ୍ନ ଗ୍ରାମମାନଙ୍କେର ଥିବା ଦେବୀ ପୀଠମାନଙ୍କରୁ ପ୍ରାୟ ୨୦ ଜଣ କାଳିସୀ ଆସି ଦାସି ପଡ଼ିଥିଲେ। କଲେଇ, ବଳାଜୀତ ପଡ଼ା, ପାତ୍ରସାହି, ବଳଭଦ୍ରପୁର, ଉଲଟୁଙ୍ଗା ଭଳି ଗ୍ରାମମାନଙ୍କରୁ ଏଥର ୯ଜଣ କାଳିସୀ ପଡ଼ି ନିଜ ଗ୍ରାମ ଆଖପାଖ ଗ୍ରାମର ମଙ୍ଗଳ ପାଇଁ ଉପେଦଶ ଦେଇଥାନ୍ତି। ଏହି କାଳିସୀ ଦାସୀ ପଡ଼ିବା ପୁବର୍ରୁ ବହୁ ନିତି ନିୟମର ରହିଥିବା ବେଳ ଆଜି ସାରା ଦିନ ଉପବାସ ରହିଥାନ୍ତି। ମା’ଙ୍କ ଇତିହାସରୁ ଜଣାଯାଏ ପ୍ରାୟ ଷୋଡଶ ଶତାବ୍ଦୀର ଶେଷଭାଗରେ ଓଡିଶାର ଶେଷ ସ୍ୱାଧିନ ରାଜା ମୁକୁନ୍ଦେଦବ ଏହି ଠାକୁରାଣୀଙ୍କୁ ପ୍ରତିଷ୍ଠା କରିଥେଲେ। ପରବର୍ତୀ ସମୟରେ ସ୍ଥାନୀୟ ଲୋକେ ମା’ ଙ୍କର ପବିତ୍ର ଦିନକୁ ମକର ସଂକ୍ରାନ୍ତେୀର ୩ ଦିନ ଧରି ପାଳନ କରାଯାଏ। ଯାହାର ଇତିହାସ ୫ ଶହରୁ ଉର୍ଦ୍ଧ୍ୱ ବର୍ଷ ବୋଲି ସ୍ଥାନୀୟ ଲୋକ କହନ୍ତି। ଏହି ମକର ସଂକ୍ରାନ୍ତୀ ଦିନ ମା’ ଙ୍କ ନିକଟରେ ମାଟିଘୋଡା ମାନସିକ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଏହି ଦିନ ଅନେକ ଭକ୍ତଙ୍କୁ ମା’ ପ୍ରସନ୍ନ ହୋଇଥିବୋବେଳ କେତକ ପୂଜକଙ୍କୁ “ଦାସୀ” ଲାଗି ଥାନ୍ତି। ସେହି ସମୟ ରେ “ଦାସୀ” ବୈକୁଣ୍ଠ ଦାସ ଲୋକଙ୍କ ଦୁଃଖ ଶୁଣିଥାନ୍ତି। ଏଥି ଉପଲେକ୍ଷ ଚଳିତବର୍ଷ ମା’ ଙ୍କ ମନ୍ଦିରର ସାଜସଜ୍ଜା ବେଶ୍ ଚିତାକଷର୍କ ହୋଇଛି। ଝୁଣା ଆଳତୀର ପବିତ୍ର ପରିବେଶ ରେ ମଧ୍ୟ କାଳିସୀମାନଙ୍କ ବେତଧରା ଉଦଣ୍ଡ ନୃତ୍ୟ ଲୋକଙ୍କ ମଧ୍ୟରେ ବେଶ୍ ଉନ୍ମାଦନା ସୃଷ୍ଟି କରିଥାଏ। ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ଏଥିପାଇଁ ମନ୍ଦିର ପରିବେଶ ଲୋକଭିଡ ପରିଲକ୍ଷିତ ହୁଏ। ପୂବର୍ରୁ ବଳଭଦ୍ରପୁରରୁ କାଳିସୀ ଆସି ନୃତ୍ୟ କରୁଥିବୋବେଳ ଏବ କଲେଇ, ବଳାଜିତ୍‌ପଡା, ପାତ୍ରସାହି ଓ ଓଲଟୁଙ୍ଗା ଭଳି ୯ଟି ସ୍ଥାନରୁ କାଳୀସୀ ଆସି ଲୋକଙ୍କୁ ଭଲମନ୍ଦ ବାଣୀ ଶୁଣାଇଥାନ୍ତି। ଏହି ମେଳାର ୩ ଦିନ ଅପେରା ହେଉଥିବୋବେଳ ସନ୍ଧ୍ୟା ରେ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ବ୍ୟବସାୟୀମୋନ ସେମାନଙ୍କର ବିପ୍ପଣୀମାନ ଖୋଲିଛନ୍ତି।

Leave a Reply

Your email address will not be published. Required fields are marked *