ସିବିସି ଏବଂ ପିଆଇବି ଭୁବନେଶ୍ବର ପକ୍ଷରୁ ସ୍ୱଚ୍ଛତା ପଖୱାଡା ପାଳିତ

ଭୁବନେଶ୍ୱର, 16.01.2026:ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ସ୍ୱଚ୍ଛତା ପଖୱାଡା 2026 ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ପିଆଇବି ଏବଂ ସିବିସି (ଓଡ଼ିଶା ଏବଂ ଝାଡ଼ଖଣ୍ଡ କ୍ଷେତ୍ର)ର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏନଏବିଏମ-ପ୍ରସାର ଭାରତୀର ଉପମହାନିର୍ଦ୍ଦେଶକ ଶ୍ରୀ ଭି.ଏମ୍ ରତ୍ନ ପ୍ରସାଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛ ଭାରତ ମିଶନର ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା ।

2 ଅକ୍ଟୋବର, 2014 ରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ମିଶନ ଆରମ୍ଭ କରାଯାଇଥିଲା। ଏହା ଏକ ସ୍ୱଚ୍ଛ ଏବଂ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାରେ ପରିମଳ, ସ୍ବଚ୍ଛତା ଏବଂ ଜନସାଧାରଣଙ୍କ ସମ୍ପୃକ୍ତି ଉପରେ ଗୁରୁତ୍ୱାରୋପ କରିଥିଲା।କାର୍ଯ୍ୟକ୍ରମର ଅଂଶ ସ୍ୱରୂପ, ସିବିସି ଭୁବନେଶ୍ୱରର ବରିଷ୍ଠ କଳାକାରମାନେ ସ୍ୱଚ୍ଛତା ବିଷୟବସ୍ତୁ ଉପରେ ଏକ ନାଟକ ପରିବେଷଣ କରିଥିଲେ, ଯାହା ସୃଜନଶୀଳ ଅଭିବ୍ୟକ୍ତି ମାଧ୍ୟମରେ ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲା ।କାର୍ଯ୍ୟକ୍ରମରେ ସଫାଇ ମିତ୍ର ତ୍ରିବେଣୀ ଦିଗାଲ ଏବଂ ମାନସ ରଞ୍ଜନ ନାୟକଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବା ପାଇଁ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମର ସମାପନ ଅବସରରେ ଏକ ସ୍ୱଚ୍ଛତା ଅଭିଯାନ କରାଯାଇଥିଲା, ଏଥିରେ ସ୍ୱଚ୍ଛ ଭାରତ ମିଶନରେ କର୍ମଚାରୀମାନଙ୍କର ସକ୍ରିୟ ଅଂଶଗ୍ରହଣ ଏବଂ ସମର୍ପଣ ଭାବନା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *