ପୁରୀ ଗୌଡବାଡ଼ ସାହି ଅଳିଆ ଗଦାରେ ନିଆଁ ଲାଗି ବ୍ୟାପିଥିବା ଧୁଆଁରେ ସାହି ବାସିନ୍ଦା ଅସ୍ତବ୍ୟସ୍ତ

ପୁରୀ ଗୌଡବାଡ଼ ସାହି ଅଳିଆ ଗଦାରେ ନିଆଁ ଲାଗି ବ୍ୟାପିଥିବା ଧୁଆଁରେ ସାହି ବାସିନ୍ଦା ଅସ୍ତବ୍ୟସ୍ତ ହୋଇପଡିଛନ୍ତି ।ବୟସ୍କ, ଛୁଆ, ରୋଗୀ ଶ୍ୱାସରୁଦ୍ଧ ପରି ଅନୁଭବ କରୁଛନ୍ତି। ଗତକାଲି ରାତିରେ ପୁରୀ ପୌରପାଳିକା ଅନ୍ତର୍ଗତ ଗୌଡବାଡ଼ ସାହି ସାର ଗୋଦାମ ନିକଟରେ ନିଆଁ ଲାଗିଥିଲା। ବର୍ଷବର୍ଷ ଧରି ସହରର ସମସ୍ତ ଆବର୍ଜନା ସେଠାରେ ଜମା ହୋଇ କୁତ୍ରିମ ପାହାଡ଼ ସୃଷ୍ଟି ହୋଇଛି। ବିଭିନ୍ନ ସମୟରେ ସେଠାରେ ନିଆଁ ଲାଗିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଦୀର୍ଘ ଦିନ ହେବ ସହର ଭିତରୁ ଏହି ଅଳିଆଗଦା ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ଆଜି ଯାଏଁ କାର୍ଯ୍ୟକାରୀ ହୋଇପାରିନାହିଁ। ତେବେ ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

Leave a Reply

Your email address will not be published. Required fields are marked *