ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାର ଗଣତିମଣତି ପାଇଁ ସଂଶୋଧିତ ମାର୍ଗଦର୍ଶିକାକୁ ପରିଚାଳନା କମିଟି ମୋହର ମାରିଛି। ରାଜ୍ୟ ସରକାରଙ୍କ ଅନୁମୋଦନ ଆସିବା ପରେ ଶୁଭ ବେଳାରେ ଗଣତିମଣତି ଆରମ୍ଭ ହେବ । ଚାରିଆଡୁ ବିରୋଧ ଓ ସମାଲୋଚନା ପରେ ଭକ୍ତନିବାସରେ କମିଲା ପାର୍କିଂ ଫି। ସେହିପରି ସେବାୟତଙ୍କ ପିଲାଙ୍କ ଆଧ୍ୟାତ୍ମିକ,ମୂଲ୍ୟବୋଧଭିତ୍ତିକ ଶିକ୍ଷା ପାଇଁ ବିର୍ଲା ସହ ହୋଇଥିବା ଆଦର୍ଶ ଗୁରୁକୁଳ ଚୁକ୍ତି ବାତିଲ ହୋଇଛି।ଆଜି ଗଜପତି ମହାରାଜ ଦିବ୍ୟସିଂହ ଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ଭିଓ ୧- ଆଜି ପ୍ରଥମେ ଆଦର୍ଶ ଗୁରୁକୁଳ ସୋସାଇଟି ସାଧାରଣ ପରିଷଦ ବୈଠକ ହୋଇଥିଲା।ଆଦର୍ଶ ଗୁରୁକୁଳ ପାଇଁ ବିର୍ଲା ସହ ପୂର୍ବରୁ ହୋଇଥିବା ଚୁକ୍ତି ବାତିଲ କରାଯାଇଛି। ନୂତନ ସଂସ୍ଥା ସହ ଏମଓୟୁ ହେବ। ମାଟିତୋଟାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି। ରତ୍ନଭଣ୍ଡାର ଗଣତି ମଣତୀ ପାଇଁ ସଂଶୋଧିତ ମାର୍ଗଦର୍ଶିକା ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ଲାଭ କରିଛି। ରାଜ୍ୟ ସରକାରଙ୍କ ଚୁଡାନ୍ତ ଅନୁମୋଦନ ଆସିବା ପରେ ଗଣତି ମଣତି ଆରମ୍ଭ ହେବ । ଏଥିପାଇଁ ୧୧ ପୃଷ୍ଠାର ଏସଓପି ପ୍ରସ୍ତୁତ ହୋଇଛି। ଅଳଙ୍କାରର ଡିଜିଟାଇେଜେସନ ହେବ। ପ୍ରଥମ ଦିନ ତିଥି ଲଗ୍ନ ବାର ଦେଖି ସ୍ଥିରିକୃତ କରାଯିବ। ତାରିଖ ସ୍ଥିରିକୃତ ହୋଇ ରାଜ୍ୟ ସରକାରଙ୍କୁ ଦିଆଯିବ। ଗଣତିମଣତି ସମୟରେ ଭକ୍ତଙ୍କ ଦର୍ଶନ ପ୍ରଭାବିତ ହେବ ନାହିଁ। ବାହାରକାଠରୁ ଦର୍ଶନ ହେବ।ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ଏ ନେଇ ସୂଚନା ଦେଇଛନ୍ତି ।ବାଇଟ୍ ୧- ଡଃ ଅରବିନ୍ଦ ପାଢ଼ୀ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ(1st chunk use hebs)ଭିଓ ୨ – ମହାପ୍ରଭୁଙ୍କ ନୂତନ ରତ୍ନ ପଲଙ୍କ ପ୍ରସ୍ତୁତ ହୋଇଛି।ପରାମର୍ଶ ଓ ଶୁଭ ବେଳା ଦେଖି ରତ୍ନ ପଲଙ୍କ ବ୍ୟବହୃତ ହେବ। ସେହିପରି ଗୁଣ୍ଡିଚା ମନ୍ଦିରକୁ ଆଉ ନିଲାମ ଦିଆଯିବ ନାହିଁ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବୁଲି ଦେଖିବା ପରେ ଗୁଣ୍ଡିଚା ମନ୍ଦିର ଖୋଲିବ। ଭକ୍ତଙ୍କ ପାଇଁ ପ୍ରବେଶ ଫି ଦଶ ଟଙ୍କା ରଖାଯାଇଛି। ତେବେ ମୋବାଇଲ ଓ ଜୋତାଷ୍ଟାଣ୍ଡ ନିଶୁଳ୍କ ରହିବ। ୪ ଟି ଭକ୍ତ ନିବାସ ପାଇଁ ୫୦୦ ଟଙ୍କା ପାର୍କିଂଫିସ କରାଯାଇଥିଲା। ତାହାକୁ କମାଇ ଦିଆଯାଇଛି । ୫୦୦ ପରିବର୍ତ୍ତେ ୨୪୦ ଟଙ୍କା ରଖାଯାଇଛି । ଆସନ୍ତା କାଲି ଠାରୁ ଏହା ଲାଗୁ ହେବ।ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟର ଦଶାବତାର ମୂର୍ତ୍ତି ଲାଗିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଛି।

ଜଗତୁଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ପରେ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ କଟକଣା ଉଭୟ ସେବାୟତ ଓ ଭକ୍ତଙ୍କ ପାଇଁ ଲାଗୁ ହେବ । କୌଣସି ସୁରକ୍ଷାକର୍ମୀ ଓପନ୍ ବ୍ୟବହାର କରିବେନି। ସେବକଙ୍କ ପାଇଁ ମଧ୍ୟ ଲାଗୁ ହେଲା ମୋବାଇଲ ଫୋନ୍ କଟକଣା। କଥାବାର୍ତ୍ତା ପାଇଁ ଶାଖା କାର୍ଯ୍ୟାଳୟରେ ଫୋନ୍ ବ୍ୟବହାର କରିପାରିବେ। ଖୋଲାଖୋଲି ମୋବାଇଲ ଫୋନ୍ ବ୍ୟବହାର କଲେ ହେବ କାର୍ଯ୍ୟାନୁଷ୍ଠାନ।ଶ୍ରୀମନ୍ଦିର ଆଇନରେ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କୁ ପଠାଯାଇଛି। ନାଟମଣ୍ଡପରେ ଏସି ବ୍ୟବସ୍ଥା ଶୀଘ୍ର କରାଯିବ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ରାମ୍ପ ରେ ପରିବର୍ତନ କରାଯାଇଛି।ପ୍ରୋଟୋକଲ ଦର୍ଶନ ବ୍ୟବସ୍ଥା କେବଳ ଶ୍ରୀମନ୍ଦିର ପ୍ରଶାସନ କରିବ ବୋଲି ବୈଠକରେ ସ୍ଥିର କରାଯାଇଛି ।ବାଇଟ୍ ୨ – ଡଃ ଅରବିନ୍ଦ ପାଢ଼ୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ (2nd chunk use heba)ଏଫଭିଓ – ଏଥିସହ ବୈଠକରେ ଦିବ୍ୟାଙ୍ଗଙ୍କ ଦର୍ଶନ ନେଇ ମଧ୍ୟ ଆଲୋଚନା ହୋଇଥିଲା।ବୈଠକରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ,,ଏସପି,,,ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏବଂ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ତେବେ ଆଜି ଶ୍ରୀମନ୍ଦିରକୁ ଯିବା ପାଇଁ ପ୍ରବଳ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥିବା ବେଳେ ଲମ୍ବା ଲାଇନ୍ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା।।

Leave a Reply

Your email address will not be published. Required fields are marked *