ଭିବିଜି–ରାମ୍ ଜି ଆଇନ ସ୍ୱଛତା ଦିଗ ରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ରାଇକିଆ, ତା 15/1/26 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ହରି ଓମ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସଭାପତି ଶ୍ରୀ ପଣ୍ଡିତ ବିଶି ମାଝୀ ଙ୍କ ନେତୃତ୍ୱ ରେ ବିଭିଜି.. ରାମଜୀ କାର୍ଯ୍ୟକ୍ରମ କୁ ନେଇ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇ ଯାଇଅଛି। ପୂର୍ବ ରୁ ମନରେଗା ଯୋଜନାରେ ଜଟିଳତା ଓ ସ୍ୱଚ୍ଛତାର ଅଭାବ ଯୋଗୁଁ ଗ୍ରାମୀଣ ଲୋକଙ୍କୁ ପ୍ରକୃତ ଲାଭ ମିଳିପାରୁନଥିବା ପରିସ୍ଥିତିରେ କେନ୍ଦ୍ର ସରକାର ଏହାକୁ ଏକ ନୂତନ ଆକାର ଦେଇ ଭିବିଜି–ରାମଜୀ ଆଇନ ଭାବେ କାର୍ଯ୍ୟକାରୀ କରିଛନ୍ତି।ଶ୍ରୀ ମାଝୀ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ, ଭିବିଜି–ରାମ୍ ଜି ଆଇନ ଅନ୍ତର୍ଗତ ଗ୍ରାମୀଣ ଶ୍ରମିକଙ୍କୁ ୧୨୫ ଦିନର ଗ୍ୟାରେଣ୍ଟି ନିଯୁକ୍ତି ସୁନିଶ୍ଚିତ କରାଯିବା ସହିତ ରୋଜଗାର ଭତ୍ତା ପାଇଁ ସ୍ପଷ୍ଟ ବ୍ୟବସ୍ଥା, ଗ୍ରାମ ସଭା ଓ ପ୍ରଯୁକ୍ତିବିଦ୍ୟା ସହାୟତାରେ ପଞ୍ଚାୟତ ଉନ୍ନତି ଯୋଜନା ପ୍ରସ୍ତୁତିକୁ ଏଥିରେ ଗୁରୁତ୍ୱ ଦିଆଯିବା ସହିତ ଶ୍ରମିକମାନଙ୍କୁ ଠିକ୍ ସମୟରେ ପାରିଶ୍ରମିକ ପ୍ରଦାନକରିବା ମୂଳ ଲକ୍ଷ୍ୟ। । ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସଶକ୍ତିକରଣ, ନୂତନ ଗ୍ରାମୀଣ ବିକାଶ ର ଢାଞ୍ଚା ଗଠନ ଏବଂ ମୁଖ୍ୟ କୃଷି ଋତୁରେ କୃଷି ଶ୍ରମିକଙ୍କ ଉପଲବ୍ଧତା ସୁନିଶ୍ଚିତ କରିବା ସହିତ ଅର୍ଥ ବାଟ ମାରଣା ଓ ଦୁରୁପଯୋଗ କୁ ରୋକିବା ଦିଗ ରେ ସାହାୟତା ହୋଇପାରିବା ବୋଲି ନିଜ ବକ୍ତବ୍ୟ ରେ କହିଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ ମଞ୍ଚାସିନ ଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ତଥା ବିଭିଜି ରାମଜୀ ସଂଯୋଜକ ସୁକାନ୍ତ କୁମାର ସାହୁ,ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା,ରାଇକିଆ ବ୍ଲକ ଅଧକ୍ଷା ଶ୍ରୀମତୀ ରୀନା ପ୍ରଧାନ, ସରପଞ୍ଚ ଗୀତାଞ୍ଜଳି ନାୟକ,ରାଇକିଆ ମଣ୍ଡଳ ସଭାପତି ସନ୍ତୋଷ କୁମାର ପାତ୍ର,ମଣ୍ଡଳ ସାଧାରଣ ସମ୍ପାଦକ ସନକ ଡିଗାଲ,ବିଜେପି ଯୁବ ସଭାପତି ଦୀପକ ମହାରଣା ମଞ୍ଚାସିନ ରହିଥିଲେ।
