ପରାଶର କ୍ଷେତ୍ର ପାରାଦୀପରେ ହେବ ଶ୍ରୀଜଗନ୍ନାଥ ମହୋତ୍ସବ ଓ ବିଶ୍ଵଶାନ୍ତି ମହାଯଜ୍ଞ
ପରାଶର କ୍ଷେତ୍ର ପାରାଦୀପରେ ହେବ ଶ୍ରୀଜଗନ୍ନାଥ ମହୋତ୍ସବ ଓ ବିଶ୍ଵଶାନ୍ତି ମହାଯଜ୍ଞ .. ପାରାଦ୍ୱୀପ ତାରିଣୀଗଡା ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ଆନୁକୂଲ୍ୟରେ ପାରାଦୀପ ରେ ପ୍ରଥମ ଥର ହେବାକୁ ଯାଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି !ଓଡ଼ିଶାର ଆଧ୍ୟାତ୍ମିକ ଗୁରୁ ଶିରୋମଣି ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ସ୍ଥାନ ପାଇଥିବା ପୁଜ୍ୟ ପୂଜକପଦ୍ମଶ୍ରୀ ବାବା ବଳିଆ ଙ୍କ ଆଶୀର୍ବାଦ ତଥା ତାଙ୍କ ମାର୍ଗ ଦର୍ଶନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଲୀଳା ଚରିତ୍ର, ମହାପ୍ରଭୁ ଙ୍କ ବତିଶ ବେଶ, ପଞ୍ଚସଖା ଙ୍କ ବିଗ୍ରହ ସହିତ ବିଭିନ୍ନ ଗୁରୁ ବର୍ଗଙ୍କ ବିଗ୍ରହ, ବିଶ୍ଵଶାନ୍ତି ମହାଯଜ୍ଞ ଯେଉଁଥିରେ ଗୀତାଜ୍ଞାନ ଯଜ୍ଞ , ଜପ ଯଜ୍ଞ,ଧ୍ୟାନ ଯଜ୍ଞ ,ଘୃତ ଯଜ୍ଞ , ଅନ୍ନ ଯଜ୍ଞ ଆଦି ସହ ଛପନ ଭୋଗ, ଶ୍ରୀଜଗନ୍ନାଥ ଙ୍କ ପୁସ୍ତକ ମେଳା ପ୍ରଭୁତି କୁ ନେଇ ଏକ ଶ୍ରୀଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଶ୍ରୀଜଗନ୍ନାଥ ଟ୍ରଷ୍ଟ ର ଆବାହକ ବିଶିଷ୍ଟ ଆଇନଜୀବୀ ତଥା ସମାଜସେବୀ ଶ୍ରୀଯୁକ୍ତ ଦେବବ୍ରତ ସାହୁ ପ୍ରକାଶ କରିଛନ୍ତି ! ପ୍ରଥମ ପ୍ରସ୍ତୁତି ବୈଠକରେ ଅଞ୍ଚଳର ଜଣାଶୁଣା ବ୍ୟବସାୟୀ ସମାଜସେବୀ ବହୁ ଅନୁଷ୍ଠାନ ସହ ଜଡ଼ିତ ଥିବା ଶ୍ରୀଯୁକ୍ତ ଧୀରେନ୍ଦ୍ର ସାମଲ ଅଭିଭାଷଣ ରଖି ଉତ୍ସାହ ଭରିବା ସଙ୍ଗେ ସଙ୍ଗେ ସମସ୍ତ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।ଏହି କାର୍ଯ୍ୟକ୍ରମ ଟ୍ରଷ୍ଟ ରେ ମୁଖ୍ୟ ଦାୟିତ୍ଵରେ ଥିବା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଘରେ ଘରେ ପରିଚିତ ଡ଼ଃ ଧୃତିଧର ଦାଶ ,ପ୍ରାନ୍ତ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଓ ବିଶିଷ୍ଟ ଜ୍ୟୋତିର୍ବିଦ ଡ଼ଃ ଅରୁଣ ପାଣି ପ୍ରଥମ ଥର ପାରାଦୀପ ଅଞ୍ଚଳରେ ଏହି ଭଳି ଏକ ବିଶାଳ କାର୍ଯ୍ୟକ୍ରମ କେବଳ ଓଡ଼ିଶାରେ ରେ ନୁହଁ ଭାରତର ବିଭିନ୍ନ କୋଣ ଅନୁକଣରେ ମଧ୍ୟ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବାରେ ନିଶ୍ଚିନ୍ତ ସହାୟକ ହୋଇପାରିବ ବୋଲି ସୂଚନା ଦେଇଛନ୍ତି ବିଶ୍ବପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର ଙ୍କ ପ୍ରିୟ ଶିଷ୍ୟ ବିଶିଷ୍ଟ ଯୋଗଗୁରୁ ପଣ୍ଡିତ ଶ୍ରୀ ତାପସ ମହାରାଜ ଏହି କାର୍ଯ୍ୟକ୍ରମରେ ଏକ ମୁଖ୍ୟ ଭୂମିକା ରେ ରହିବେ ବୋଲି ଜଣାପଡିଛି ।ଆଗାମୀ ଦିନ ରେ ପାରାଦ୍ୱୀପ ର ବିଭିନ୍ନ ଅଞ୍ଚଳ ରେ ଏହି ବିଶାଳ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ କରାଯାଇ ବିଭିନ୍ନ ଶ୍ରୀଜଗନ୍ନାଥ ପ୍ରେମୀ, ସାଧୂସନ୍ଥ, ସାମାଜିକ କର୍ମୀ , ବୁଦ୍ଧିଜୀବି ମାନଙ୍କୁ ଯୋଡ଼ାଯିବ ସୂଚନା ମିଳିଛି ।ବୈଠକ ରେ ସମାଜସେବୀ ଇଂ ନାରାୟଣ ସାହୁ , ସୁନୀଲ କୁମାର ବାରିକ , ରାମାୟଣୀ ପଣ୍ଡିତ ଅଭୟ ଦାଶ ,ସୌଦାଗର ବିଶ୍ୱାଳ, ପ୍ରକାଶ ସାହୁ , ପ୍ରସନ ନାଥ ,ଆର୍ତତ୍ରାଣ ମହାନ୍ତି , ସ୍ୱର୍ଣ୍ଣପ୍ରଭା ପତି , ଚିତ୍ତରଞ୍ଜନ ଆଚାର୍ଯ୍ୟ , ପ୍ରଦୀପ ବାରିକ , ଅଙ୍କୁର ପ୍ରଧାନ , ସୁଲୋଚନା ସେନାପତି , ଇପ୍ସିତା ପତି ପ୍ରମୁଖ ଯୋଗଦାନ କରିଥିଲେ !
