ସଡ଼କ ସୁରକ୍ଷା ସପ୍ତାହ ଶୁଭ ଉଦଘାଟନ କଲେ ଜିଲ୍ଲା ପାଳ।
କନ୍ଧମାଳ, ଫୁଲବାଣୀ ତା ୧୮/୦୧/୨୦୨୬ କନ୍ଧମାଳ ଜିଲ୍ଲା ପାଳଆଜି ସଡ଼କ ସୁରକ୍ଷା ସପ୍ତାହ ଉଦ୍ଘାଟନ କରିଛନ୍ତି ।ଏହି ମହତ୍ୱ କାର୍ଯ୍ୟ ରେ ସେ କହିଥିଲେକି? ମଦ ପିଇ ଗାଡ଼ି ଚାଲନ୍ତୁ ନାହିଁ। ହେଲମେଟ ପିନ୍ଧି ଗାଡ଼ି ଚାଲନ୍ତୁ । ବର୍ଷକରେ ୧୨୯ ଟି ଦୁର୍ଘଟଣା କନ୍ଧମାଳ ଜିଲ୍ଲା ରାସ୍ତା ପରିବହନ ବିଭାଗ ପକ୍ଷରୁ ସଡ଼କ ସପ୍ତାହ ସଚେତନ ଆରମ୍ଭ ହୋଇଛି । ଜିଲ୍ଲା ପାଳ କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲା ପାଳ ଶ୍ରୀ ବେଦ ଭୂଷଣ ଓ ଏସ ପି ଡ଼ ହରିଶ ବି ସି ସବୁଜ ପତାକା ହେଲମେଟ ପିନ୍ଧିଥିବା ବାଇକ ଆରୋହୀ ମାନଙ୍କୁ ଦେଖାଇଥିଲେ ଓ ରାଲି ସହର ପରିକ୍ରମା କରିଥିଲା । ଜିଲ୍ଲାପାଳ ଓ ଏସପି ରାସ୍ତାରେ ହେଲମେଟ ନପିନ୍ଧି ଯାଉଥିବା ସ୍କୁଟି ଓ ବାଇକ ଚାଳକ ଙ୍କୁ ନୂଆ ହେଲମେଟ ପ୍ରଦାନ କରିଥିଲେ । ଟ୍ରାଫିକ ଓ ଆକସ୍ମିକ ଦୁର୍ଘଟଣା ସମ୍ପର୍କରେ ସଚେତନ କରିଥିଲେ । ମଦ୍ୟ ପାନକରି ଗାଡି ଚଳାଉଥିବାରୁ ବର୍ଷକରେ ୧୨୯ ଟି ସଡ଼କ ଦୁର୍ଘଟଣା ଘଟଛି । ହେଲମେଟ ନପିନ୍ଧି ବାଇକ ଓ ସ୍କୁଟି ଚଳାଇ ଦୁର୍ଘଟଣାର ଶିକାର ହେଇ ମୃତ୍ୟୁ ମୁଖରେ ପଡୁଛନ୍ତି ବୋଲି ଏସ ପି ହରିଶ ବିସି କହିଛନ୍ତି ।

ଗାଡ଼ିରେ ପେଟ୍ରୋଲ ଧରି ବିଶେଷ କରି ବଡ଼ ବଡ଼ ଜାର ରେ ପେଟ୍ରୋଲ ଧରି ଗଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ ନଚେତ ବଡ ଦୁର୍ଘଟଣା ର ସମ୍ମୁଖୀନ ହେବେ । ଗତକାଲି ପେଟ୍ରୋଲ ଧରି ଯାଉଥିବା ବେଳେ ଏକ ଇଟିକା କାର ସହ ଅଟୋ ଧକ୍କା ହୋଇ ଗାଡି ଜଳିଯିବା ଫଳରେ ଅଟୋ ଡ୍ରାଇଭର ବରୁଣ ମଲ୍ଲିକ ଜଳି ଯାଇ ମୃତ୍ୟୁ ବରଣ କରିଥିଲେ। ଓ ଦୁଇ ଗୁରୁତର ଙ୍କୁ ବ୍ରହ୍ମପୁର ମେଡିକାଲ କଲେଜ କୁ ସ୍ଥାନାତନ୍ତର ହୋଇଥିଲେ । ଆର୍ଟିଓ ମିଲି ସାହୁ ବାଇକ ସଚେତନ। ରାଲିର ଆୟଜନ କରି କହିଲେ ଯେ ବାଇକ୍ ଓ ସ୍କୁଟି ଚାଳକ ମାନେ ଜୋ ରିମାନ ଦେଇକି ମଧ୍ୟ ସଚେତନ ହେଉ ନାହାନ୍ତି । ମଦ୍ୟପାନ କରି ଗାଡ଼ି ଚଳାଉଛନ୍ତି । ହେଲମେଟ ପିନ୍ଧୁ ନାହାଁନ୍ତି। ଫଳରେ ସଚେତନତା ର ଆବଶ୍ୟକତା ରହିଛି ବୋଲି ଆର୍ଟି ଓ ମିଲି ସାହୁ କହିଛନ୍ତି ।
