ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ପରିଚାଳନା କମିଟି ର ବୈଠକ।
ରଘୁନାଥପୁର:-ତା ୧୭:୧:–ଜଗତସିହପୁର ଜିଲ୍ଲା ରଘୁନାଥପୁର ବ୍ଲକର ଗୋଠିଣା ସ୍ଥିତ ନରେନ୍ଦ୍ର ବିଦ୍ୟାଳୟ ରେ ଦିବା ୧୧ଘଟିକା ସମୟରେ ରାଜ୍ୟ ସରକାରଙ୍କର ପ୍ରଦତ୍ତ ବିଦ୍ୟାଳୟ ରେ ଶିକ୍ଷା ର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିପ୍ରଭା ନାଏକ ସଭାପତିତ୍ବ କରିଥିଲାବେଳେ ଅତିଥି ଶିକ୍ଷକ ସୋୟେବୁର୍ ରହମାନ୍ ଉକ୍ତ ବିଷୟରେ ବକ୍ତବ୍ୟ ରଖିଥିଲେ। ଏଥିରେ ସ୍କୁଲ ପରିଚାଳନା କମିଟି ର ସଭାପତି ପରମାନନ୍ଦ ସ୍ବାଇଁ, ପୁରାତନ ଛାତ୍ର ସଂସଦ କମିଟି ର ସଭାପତି ସୁବାଷ ଚଂଦ୍ର ନାଏକ, ପରିଚାଳନା କମିଟି ର ସଦସ୍ୟ ଅମୂଲ୍ୟ ଚଂଦ୍ର କାନ୍ତ ମହାପାତ୍ର ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ। ଏଠାରେ ସୁଚନା ଥାଉ କି ଅବସରପ୍ରାପ୍ତ ଶିକ୍ଷକ ଅଯୟ କୁମାର ସ୍ୱାଇଁ ଏବଂ ବରାଗୋଳ ସରପଞ୍ଚ ଙ୍କର ପ୍ରତିନିଧି ନୀରଞନ ଦାସ ଏହି ବୈଠକରେ ଉପସ୍ଥିତ ଥିବାବେଳେ ଧନ୍ୟବାଦ ଦେଇଥିଲେ ଶିକ୍ଷକ ରୁଦ୍ର ମାଧବ ଗାୟତ୍ରୀ। ଏହି କାର୍ଯ୍ୟକ୍ରମ କୁ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ।
