ତ୍ରିନାଥଗୋସେଇଁ ପୀଠରେ ତ୍ରିବେଣୀ ଅମାବାସ୍ୟା ଉତ୍ସବ।

ରଘୁନାଥପୁର ତା ୧୯/୧:-ରଘୁନାଥପୁର ବ୍ଲକ ଧରାଧରପୁର ପଞ୍ଚାୟତ ର ଗୋପାଳପୁର ଠାରେଥିବା ତ୍ରିନାଥ ଗୋସେଇଁ ପୀଠରେ ରବିବାର ତ୍ରୀବେଣୀ ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପୀଠରେ ପ୍ରଭୁଙ୍କ ତ୍ରୀବେଣୀ ନିତିକ୍ରାନ୍ତି ଅନୁଷ୍ଠିତ ହୋଇଥିଲା।ପରେ ସ୍ଥାନୀୟ ମହିଳା ମାନଙ୍କ ଦ୍ବାରା କଳସଯାତ୍ରାରେ ଜଳଆଣି ସ୍ଥାପନହେବାପରେ ୪ର୍ଥପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା।ଏଥିରେ କର୍ତ୍ତାଭାବେ ଭାବଗ୍ରାହୀ ସାହୁ ଓ କର୍ତ୍ତୀ ଭାବେ ମନୋରମା ରାଉତ କାର୍ଯ୍ୟନିର୍ବାହ କରିଥିଲେ।ହଜାରହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ସମସ୍ତ ଭକ୍ତମାନଙ୍କ ପାଇଁ ଏଠାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ଏହି ପରିପେକ୍ଷୀରେ ସମାଜସେବୀ ରତନ ସିହ୍ନା ଓ ତାଙ୍କ ପତ୍ନୀ ପୁଷ୍ପା ସିହ୍ନାଙ୍କ ଦ୍ବାରା ଗରିବ ଓ ଦୂରାରୋଗ ବ୍ୟକ୍ତି ମାନଙ୍କୁ କମଳ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଭାସ୍କର ପଟ୍ଟନାୟକ,ତପନ ସିହ୍ନା,କାର୍ତ୍ତିକ ଦାସ,ଶିବପ୍ରସାଦ ସାହୁ,ମାନସ ଦାସ, ପଦ୍ମନାଭ ସାହୁ,ସତ୍ୟାନନ୍ଦ ସାହୁ, ଗୋରଖନାଥ ବେହେରା,କାଶୀନାଥ ବେହେରା,ନବିନା ଦାସ,ପ୍ରଭାକର ଦାସ,ଟୁଲୁ ଦାସ,କାର୍ତ୍ତିକ ସାହୁ,ମିଟୁ ସାହୁ,ବିଜୟ ସାହୁ,ଦାମଦର ସାହୁ, ପୂର୍ଣ୍ଣଚନ୍ଦ୍ର ରାୟ,ଭରତ ଦାସ,ବସୁ ଦାସ,ଫକୀର ମହାରଣା,ଟୁଟୁ ମହାନ୍ତି ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।ସମସ୍ତ କାର୍ଯ୍ୟସୁଚାରୁ ରୂପେ ସମ୍ପାଦନ ହୋଇଥିବାରୁ କମିଟି ର ସଭାପତି କେଦାର ନାଥ ସାହୁ ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Leave a Reply

Your email address will not be published. Required fields are marked *