ଶ୍ରମିକ ବିରୋଧୀ ଶ୍ରମ କୋର୍ଡ଼ କୁ ବିରୋଧ ମହାମହିମ ରାଷ୍ଟ୍ରପତି ଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ
Date-19/01/26- ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶା କର୍ମୀ ବିକ୍ଷୋଭ ପ୍ରଦର୍ଶନ ସହିତ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଶ୍ରମିକ ବିରୋଧୀ ଶ୍ରମ କୋର୍ଡ଼ କୁ ବିରୋଧ ସହିତ 7 ଦଫା ଦାବି ନେଇ ଆଜି ଆଶା କର୍ମୀ ମାନେ ଆନ୍ଦୋଳନ କରିବା ସହିତ ମହାମହିମ ରାଷ୍ଟ୍ରପତି ଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ସଭାପତି ଲୋଭକାନ୍ତ ସ୍ବାଇଁ ଙ୍କ ନେତୃତ୍ୱରେ ଜିଲ୍ଲାର ଶତାଧିକ ଆଶାକର୍ମୀ ମାନେ ଏହି ଆନ୍ଦୋଳନ ରେ ସାମିଲ ହୋଇ ଥିବା ବେଳେ ଯେଉଁ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆଶା କର୍ମୀମାନେ କହିଛନ୍ତି ।
