ଗୁଆଳିପୁର ଓ ଜଗନ୍ନାଥପୁର ସମିତିରେ ଧାନମଣ୍ଡି ଖୋଲିଲା 

ରଘୁନାଥପୁର:-୧୯:୧:–ଜଗତସିହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁଆଳିପୁର ଓ ଜଗନ୍ନାଥପୁର ସମବାୟ ସମିତିରେ ଧାନମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି।ଜଗନ୍ନାଥପୁର ସମିତିରେ ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ ନଡ଼ିଆ ବାଡେଇ ମଣ୍ଡିର ଶୁଭ ଉଦଘାଟନ କରିଥିଲେ। ଏଥିରେ ରଘୁନାଥପୁର ସମବାୟ ସମିତି ବ୍ୟାଙ୍କ ଶାଖା ପରିଚାଳକ ଅଜୟ କୁମାର ପରିଡ଼ା, ସାଂସଦ ପ୍ରତିନିଧି ଗଗନ ଚନ୍ଦ୍ର ଦାଶ, ବିଡ଼ିଓ ବିରଞ୍ଚି ନାରାୟଣ ବେହେରା, ତହସିଲଦାର ରାଜଲକ୍ଷ୍ମୀ ନାୟକ, ବିଜେପି ନେତା ଅଶୋକ ମହାରଣା, ନିର୍ମଳ ମହାପାତ୍ର, ସୁକାନ୍ତ ସ୍ବାଇଁ, ଗଣେଶ ସାହୁ, ସମବାୟ ସମିତି ସଭାପତି ଅଜୟ କୁମାର ଦାସ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ, ଧାନ ବିକ୍ରୟ ପାଇଁ ସମିତିରେ ୩ଗୋଟି ପଞ୍ଚାୟତର ୬୫୨ ଜଣ ଚାଷୀ ନାମ ପଞ୍ଜୀକୃତ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଧାନ କିଣିବା ପାଇଁ କିଛି ଟାର୍ଗେଟ ଆସିନାହିଁ ବୋଲି ସମିତିର ସଂପାଦକ କପିଳେନ୍ଦ୍ର ପରିଡ଼ା ପ୍ରକାଶ କରିଛନ୍ତି, ସେହିପରି ଗୁଆଳିପୁର ସମବାୟ ସମିତି ସଂପାଦକ ବିରଞ୍ଚି ନାରାୟଣ ମହାନ୍ତିଙ୍କ ତତ୍ତ୍ଵାବଧାନରେ ବରିଷ୍ଠ ସମାଜସେବୀ ଜ୍ଞାନରଞ୍ଜନ ପଟ୍ଟନାୟକ ସମିତିର ସଭାପତି ସୁଧାକର ବିଶ୍ୱାଳ ମିଳିତ ଭାବେ ଫିତା କାଟି ମଣ୍ଡିର ଶୁଭ ଉଦଘାଟନ କରିଥିଲେ ସମ୍ମାନୀତ ଅତିଥି ଭାବେ ରଘୁନାଥପୁର ଜୋନ ୧ ନମ୍ବର ଜିଲ୍ଲା ପରିଷଦର ସଦସ୍ୟା ରୀନାରାଣୀ ମଲ୍ଲିକ,ଗୁଆଲିପୁର ସରପଞ୍ଚ ମନୋଜିନୀ ସାହୁ, ସମିତି ସଭ୍ୟ କମଳାକାନ୍ତ ପରିଡ଼ା,ଅଢେଇକୂଳ ସରପଞ୍ଚ ରୀନା ସ୍ବାଇଁ,ଗୁଆଲିପୂର ପୂର୍ବତନ ସରପଂଚ ଜାନକୀ ବଲ୍ଲଭ ସ୍ବାଇଁ, ରଘୁନାଥପୁର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଅଜୟ କୁମାର ପରିଡ଼ା, ବିଶ୍ୱଜିତ୍ ସ୍ବାଇଁ, ପ୍ରଭାତ କୁମାର ପଣ୍ଡା ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ, ଧାନ ବିକ୍ରୟ ପାଇଁ ସମିତିରେ ୩ଟି ପଞ୍ଚାୟତର ୮୧୧ଜଣ ଚାଷୀ ନାମ ପଞ୍ଜୀକୃତ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ  ୨ହଜାର କୁଇଣ୍ଟାଲ ଧାନ କ୍ରୟ ପାଇଁ ଟାର୍ଗେଟ ରହିଛି ବୋଲି ସମିତିର ଡିଇଓ  ଲିଙ୍ଗରାଜ ସାହୁ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *