ଲକ୍ଷ୍ମୀନାରାୟଣ କ୍ଲବ ନୂଆସୁଙ୍ଗୁଡା ପକ୍ଷରୁ ବିଧାୟକଙ୍କୁ ସ୍ବାଗତ
ବଡଚଣା: ସୁଙ୍ଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିଶିମଳା ଗ୍ରାମ ରେ ହେଉଥିବା ଅନ୍ତଃରାଜ୍ୟ ସ୍ତରୀୟ କ୍ରିକେଟ୍ ମ୍ୟାଚ୍ ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବଡ଼ଚଣା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମର କୁମାର ନାୟକ ଯିବା ସମୟରେ ନୂଆ ସୁଙ୍ଗୁଡା ଲକ୍ଷ୍ମୀନାରାୟଣ ଡ୍ରାମାଟିକ କ୍ଳବ ପକ୍ଷରୁ ଭବ୍ଯ ସ୍ବାଗତ ପ୍ରଦାନ କରାଯାଇଥିଲା। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳ ପଡ଼ିଆ କୁ ଏକ ରାଲି ଦ୍ଵାରା ସ୍ୱାଗତ କରାଯାଇଥିଲା ଏହି ଅବସରରେ ସାଥିରେ ଥିବା ପ୍ରମୋଦ କୁମାର ଜେନା ଭାଜପା ଜିଲ୍ଲା ଉପସଭାପତିଙ୍କୁ ମଧ୍ଯ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ନୂଆସୁଙ୍ଗୁଡା ଶନି ମନ୍ଦିର ନିକଟରୁ ଆରମ୍ଭ ହୋଇଥିବା ରାଲି ସମୟରେ ,ନୂଆସୁଙ୍ଗୁଡା ବୁଥ୍ ସଭାପତି ସତ୍ୟବ୍ରତ ସେନାପତି ଓ ଦେବେନ୍ଦ୍ର ନାୟକ ନୂଆସୁଙ୍ଗୁଡା ଗ୍ରାମରେ ଏକ କ୍ଲବ ଘର ନିର୍ମାଣ ପାଇଁ ପ୍ରସ୍ତାବ ରଖିଥିଲେ । ବିଧାୟକ ନିଜସ୍ୱ ପାଣ୍ଠି ରୁ କ୍ଳବ ଘର କରାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ।ପ୍ରଥମ ଶନିମନ୍ଦିର ନିକଟରେ ନୂଆସୁଙ୍ଗୁଡା ଗ୍ରାମ ରୁ ଲକ୍ଷ୍ମୀ ନାରାୟଣ ଡ୍ରାମାଟିକ କ୍ଳବ ତରଫରୁ ବରିଷ୍ଠ ନେତୃତ୍ବ ଦୈତାରୀ ସେନାପତି , ,ଯୁବ ନେତୃତ୍ବ ସ୍ମୃତି ରଞ୍ଜନ ମାହାଲା,ରଂଜନ ସାହୁ, ପ୍ରିୟବ୍ରତ ନାୟକ,ଶ୍ରୀନୀବାସ ରାଉତରାୟ,ସଂବ୍ରିତ୍ ମାହାଲା,ଜାବାଳୀ ସେଠୀ, ସୁବ୍ରତ ସାହୁ ,ପୃଥିବନ୍ଧୁ ସାହୁ,ଆଲୋକ ମାହାଲା ସହିତ ଅନେକ ଯୁବକ ସ୍ୱାଗତ ସମ୍ବର୍ନ୍ଧନା ଦେଇଥିଲେ।
