ତ୍ରୁଟିଶୂନ୍ୟ ରଥଯାତ୍ରା ଉପରେ ସରକାରଙ୍କ ଫୋକସ
ତ୍ରୁଟିଶୂନ୍ୟ ରଥଯାତ୍ରା ଉପରେ ସରକାରଙ୍କ ଫୋକସ୍। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ସମସ୍ତ ବିଭାଗ 2026 ରଥଯାତ୍ରା ପୂର୍ବରୁ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅବସରରେ ପୁରୀ ଏସପି ପ୍ରତୀକ୍ ସିଂ ଅନ୍ୟ ଅଧିକାରୀଙ୍କ ସହ ଗୁଣ୍ଡିଚା ମନ୍ଦିର ଚାରିପଟ ବୁଲି ରଥଯାତ୍ରାର ପୂର୍ବ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଗୁଣ୍ଡିଚା ମନ୍ଦିର ଚତୁର୍ପାର୍ଶ୍ୱର ଟ୍ରାଫିକ ସମସ୍ୟା ଓ ନିକଟରେ ଥିବା ବିଭିନ୍ନ ସାହି ଗଳିକନ୍ଦିର ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ ଏସପି ପ୍ରତୀକ୍ ସିଂ।ତ୍ରୁଟିଶୂନ୍ୟ ରଥଯାତ୍ରାକୁ ନେଇ ଏବେଠାରୁ ପୋଲିସ ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଗତବର୍ଷ ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟା ଘଟଣାରେ ତିନିଜଣଙ୍କ ମୃତ୍ୟୁ ପରେ କିଭଳି ଚଳିତବର୍ଷ ତ୍ରୁଟିଶୂନ୍ୟ ରଥଯାତ୍ରା ହୋଇପାରିବ ସେନେଇ ପ୍ରସ୍ତୁତି ଆରମ୍ଭ କରିଛି ପୋଲିସ ପ୍ରଶାସନ।
