ମଡେଲ ଡିଗ୍ରୀ କଲେଜରେ ସାଇବର ସିକ୍ୟୁରିଟି ସମ୍ବନ୍ଧୀୟ କର୍ମଶାଳା

ମଡେଲ ଡିଗ୍ରୀ କଲେଜରେ ସାଇବର ସିକ୍ୟୁରିଟି ସମ୍ବନ୍ଧୀୟ କର୍ମଶାଳା l ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଛାତ୍ରଛାତ୍ରୀମାନଙ୍କ ସଚେତନତା ଏବଂ ବୌଦ୍ଧିକ ବିକାଶ ନିମନ୍ତେ ସାଇବର ସିକ୍ୟୁରିଟି ସଂକ୍ରାନ୍ତୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି୤ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ନୟାଗଡ଼ର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଡକ୍ଟର ଜ୍ୟୋତି ରଞ୍ଜନ ସାମନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାଇବର ଠକେଇରୁ ଛାତ୍ରଛାତ୍ରୀମାନେ କିପରି ନିଜକୁ ସୁରକ୍ଷିତ ରଖିପାରିବେ ଏବଂ ଇଣ୍ଟରନେଟ୍ ଓ ମୋବାଇଲର ନିୟନ୍ତ୍ରିତ ବ୍ୟବହାର ଉପରେ ଆଲୋକପାତ କରିଥିଲେ୤ ଜାତୀୟ ସେବା ସଂସ୍ଥା ଅଧିକାରୀ ଦୀପିକା ରାଣୀ ତୁରୁକ ସଭାକୁ ସଂଯୋଜନା କରିଥିବା ବେଳେ ଇଟାମାଟି ଥାନା ଅଧିକାରୀ ପ୍ରିୟବ୍ରତ ରାଉତ ଛାତ୍ରୀମାନଙ୍କୁ ନିର୍ଦ୍ବନ୍ଦ୍ବରେ ଥାନାରେ ପହଞ୍ଚି ମହିଳା ଅଧିକାରୀଙ୍କୁ ଏ ସମ୍ବନ୍ଧୀୟ ଅଭିଯୋଗ ଜଣେଇବା ପାଇଁ ପ୍ରବର୍ତ୍ତାଇଥିଲେ୤ ଡକ୍ଟର ଗିରିଶ୍ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶତାଧିକ ଛାତ୍ରଛାତ୍ରୀଙ୍କ ବ୍ୟତୀତ ଗୌରମୋହନ ସାହୁ, ଡକ୍ଟର ସନ୍ତୋଷ କୁମାର ବେହେରା, ଡକ୍ଟର ଜ୍ୟୋତ୍ସ୍ନାରାଣୀ କର, ମଧୁସ୍ମିତା ମହାପାତ୍ର, ଡକ୍ଟର ପ୍ରକାଶ କୁମାର ସାହୁ, ଡକ୍ଟର ଅପରାଜିତା ମିଶ୍ର, ଡକ୍ଟର ସୁନିଲ ଚନ୍ଦ୍ର ପ୍ରଧାନ, ବିଜୟିନୀ ଶୁଭଦର୍ଶିନୀ, ରୀତିଶ୍ରୀ ମଲ୍ଲିକ, ବିଜୟ କୁମାର ସାହୁ, ରୀନାବାଳା ଘଡ଼େଇ ପ୍ରମୁଖ ଉପସ୍ଥିତ ଥିଲେ୤

Leave a Reply

Your email address will not be published. Required fields are marked *