ପୂର୍ବତନ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଧlନ ମଣ୍ଡି ପରିଦର୍ଶନ
ପୂର୍ବତନ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଧlନ ମଣ୍ଡି ପରିଦର୍ଶନ lଆନନ୍ଦପୁର ଧାନମଣ୍ଡି ରେ ଭଲ ଧାନରେ ମିଲର କୁଇଣ୍ଟାଲ ପିଛା ପାଞ୍ଚ କେଜି କାଟିଲେ ଆନନ୍ଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର, ବାଉଁଶଗଡ଼ ଓ କଣ୍ଟିପାଳ ପ୍ରଭୃତି ଧାନମଣ୍ଡୀ କୁ ଆଜି ବିଜେପି କୃଷକ ମୋର୍ଚ୍ଚା ର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ଆଲୋଚନା କରିଛନ୍ତି ।ଚଳିତ ବର୍ଷ ଖରିଫ୍ ଧାନ କିଣା କାରବାର କୁ ଶୃଙ୍ଖଳିତ ଓ ସ୍ଵଚ୍ଛତା ର ସହିତ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଚାଷୀ ମାନେ ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କର ଏକାଉଣ୍ଟ କୁ ପାଉଣା ଆସିବ ବୋଲି ବିଜେପି ର ବରିଷ୍ଠ ଚାଷୀ ନେତା ତଥା ପୂର୍ବତନ କୃଷକ ମୋର୍ଚ୍ଚା ର ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କହିଛନ୍ତି। ଧାନ କିଣା କାରବାରରେ ଯେଉଁ ମିଲର କିମ୍ବା ପ୍ରଶାସନିକ ଅଧିକାରୀ ମାନେ ଅସାଧୁ ଉପାୟ ଅବଲମ୍ବନ କରିବେ ତଥା କଟନି ଛଟନି କରୁଥିବା ଅଭିଯୋଗ ହେଲେ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ମହେଶ୍ଵର ସାହୁ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ପ୍ରାଣବନ୍ଧୁ ସାହୁ, କୈଳାଶ ଚନ୍ଦ୍ର ନାୟକ, ପୁରୁଷୋତ୍ତମ ସାହୁ, ବାଇଧର ସାହୁ, ରାହାସ ବିହାରୀ ସାହୁ, ସନ୍ୟାସୀ ପାତ୍ର, ବସନ୍ତ କୁମାର ସାହୁ, କେଦାର ସାମଲ, ମନୋରଞ୍ଜନ ସାହୁ ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ଶତାଧିକ ଚାଷୀ ଯୋଗଦାନ କରିଥିଲେ।
