ଧର୍ମଶାଳା ବିଧାୟକଙ୍କ ଉଦ୍ୟମ କ୍ରମେ ଧର୍ମଶାଳାରୁ ପୁରୀଜଗନ୍ନାଥ ଧାମ ଦର୍ଶନ ଯାତ୍ରା ର ଶୁଭାରମ୍ଭ

ଧର୍ମଶାଳା–ଯାଜପୁର ଜିଲ୍ଲା ଧର୍ମଶାଳା ରୁ ପୁରୀ ଅଭିମୁଖେ ଗଡିଲା ବସ୍ । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉଦ୍ୟମକ୍ରମେ ଗତ ବର୍ଷଠାରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ବସ ଯୋଗେ ପୁରୀ ତୀର୍ଥଯାତ୍ରା ଆରମ୍ଭ କରାଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୫୪ ଗୋଟି ପଂଚାୟତରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପୁରୀ ଯିବା ପାଇଁ ସ୍ଥିର କରାଯାଇଛି । ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଚଳିତ ମାସ ୧୯ ତାରିଖରୁ ଶୁଭାରମ୍ଭ ହେଉଥିବା ପୁରୀ ତୀର୍ଥ ଯାତ୍ରାରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରୁ ଶ୍ରଦ୍ଧାଳୁମାନେ ପର୍ଯ୍ୟାୟକ୍ରମେ ଟ୍ରଷ୍ଟ ସହାୟତାରେ ଜାରକାସ୍ଥିତ ମହୋତ୍ସବ ପଡିଆକୁ ଆସି ସେଠାରୁ ବସ ଯୋଗେ ପୁରୀ ଜଗନ୍ନାଥ ଦର୍ଶନ ନିମନ୍ତେ ଯିବାଲାଗି ବ୍ୟବସ୍ଥା କରାଯାଇଛି । ୧୯ ତରିଖ ସକାଳ ୭ ଘଟିକାରେ ଯାଜପୁର ସାଂସଦ ରବିନାରାୟଣ ବେହେରା,ବ୍ରହ୍ମଗିରି ବିଧୟିକା ଉପାସନା ମହାପାତ୍ର, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲ୍ଲା ସଭାନେତ୍ରୀ ଦେବଯାନୀ ପ୍ରଧାନ,ଜିଲ୍ଲାପାଳ ଅମ୍ବର କୁମାର କର ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବସ ଯୋଗେ ପୁରୀକୁ ତୀର୍ଥଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଟ୍ରଷ୍ଟ ପକ୍ଷରୁ ପୁରୀରେ ବିଶ୍ରାମ ନେବା ଓ ଶ୍ରୁଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଶ୍ରଦ୍ଧାଳୁମାନଙ୍କ ସ୍ୱାସ୍ଥ୍ୟ ରକ୍ଷାଲାଗି ଏକ ଆମ୍ବୁଲାନ୍ସର ମଧ୍ୟ ବ୍ୟବସ୍ଥା କରାଯାଇଛି । ଜାନୁଆରୀ ୧୯ ତାରିଖ ଠାରୁ ୨ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୨ଟି ଲେଖାଏଁ ପଂଚାୟତରୁ ୧୨ ଟୀ ବସ ଯୋଗେ ଶ୍ରଦ୍ଧାଳୁମାନେ ଜାରକା ମହୋତ୍ସବ ପଡିଆରେ ପହଁଚି ପୁରୀ ଅବିମୁଖେ ଯିବା ଲାଗି ବ୍ୟବସ୍ଥା କରଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ପଂଚାୟତରୁ ଅଧିକରୁ ଅଧିକ ଶ୍ରଦ୍ଧାଳୁ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିବାକୁ ଅଂଶୁମାନ ଟ୍ରଷ୍ଟ ପକ୍ଷରୁ ଜାରକାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆ ଯାଇଛି ।

Leave a Reply

Your email address will not be published. Required fields are marked *