ସଂକଳ୍ପ ଫାଉଣ୍ଡେସନ ଟ୍ରଷ୍ଟ ପରିବାର ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସଚେତନତା
ସଡ଼କ ସୁରକ୍ଷା ମାସ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଜାରି ରହିଛି ଦୁର୍ଘଟଣା ଦେଖେନି ସ୍ଥାନ କାଳ ପାତ୍ର, ଦୁର୍ଘଟଣା ଦେଖେନି ବ୍ୟକ୍ତି ବିଶେଷ । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଦୁର୍ଘଟଣା ଖବର ସାମ୍ନାକୁ ଆସେ । କାହା ମଥାରୁ ସିନ୍ଦୂର ଲିଭିଯାଏ….କାହା କୋଳ ଖାଲି ହୋଇଯାଏ । କିଏ ପୁଣି ଦୁର୍ଘଟଣାର ଶିକାର ହୋଇ ଗୋଡହାତ ହରାଇ ସାରା ଜୀବନ ଦିବ୍ୟାଙ୍ଗ ପାଲଟି ଯାଏ । ଖବର ଦେଉଥିବା ମଣିଷଟି କେବେ ଦୁର୍ଘଟଣାରେ ନିଜେ ଖବର ପାଲଟିଯାଏ ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସଂକଳ୍ପ ଫାଉଣ୍ଡେସନ ଟ୍ରଷ୍ଟ ପରିବାର ପୁରୀ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଅଛି. ଅନୁଷ୍ଠାନର ସମସ୍ତ ସଦସ୍ୟା ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ଖଡ଼ିପଦାରୁ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ବାର୍ତ୍ତାନେଇ ମଙ୍ଗଳାଘାଟ ବ୍ରିଜ ଦେଇ ବାସେଳି ସାହି ଫାଣ୍ଡି ନିକଟରେ ପହଂଚିଥିଲେ .

ବାସେଳିସାହି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଅବିନାଶ ସାହୁ ଉପସ୍ଥିତ ରହି କହିଥିଲେ, ହେଲମେଟ ପିନ୍ଧିଥିଲେ ଦୁର୍ଘଟଣା ହେଲେ ବି ଜୀବନ ସୁରକ୍ଷିତ ରହିବାର ଯଥେଷ୍ଟ ସମ୍ଭାବନା ରହିଛି ହେଲେ ଅନେକ ବେପରୁଆ ଚାଳକଙ୍କର ଏଥିପ୍ରତି ନିଘା ନାହିଁ ସମସ୍ତେ ସଡ଼କ ସୁରକ୍ଷା ନିୟମ ପାଳନ କରନ୍ତୁ ଏହି ବାର୍ତ୍ତା ଦେଇଥିଲେ.ଅନୁଷ୍ଠାନର ସମସ୍ତ ମହିଳା ସଦସ୍ୟାସଂଧ୍ୟାପଣ୍ଡା, ପୂର୍ଣ୍ଣିମାଦାସ, ହରଷ ରାଉତ ମମତା ପଣ୍ଡା, ରିନା ପ୍ରଧାନ ନମିତା ନାୟକ, ପୂର୍ଣ୍ଣିମା ରଥ, ବିନି ପାଢ଼ୀ , ଅଞ୍ଜକି ପ୍ରଧାନ, ବାସନ୍ତୀ ସାହୁ, ଜୟନ୍ତୀ ବାରିକ, ସୁଷମା ବେହେରା , ପଦି ସ୍ୱାଇଁ ସତ୍ୟଭାମା ସାମଲ, ଅର୍ଚ୍ଚନା ମହାପାତ୍ର, ସ୍ୱର୍ଣଲତା ସ୍ୱାଇଁ ଓ ଅଧ୍ୟକ୍ଷା ସୂଚରିତା ପାଢ଼ୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ସହଯୋଗ କରିଥିଲେ.
