ମହିମା ଗନ୍ତାୟତଙ୍କୁ “ଭାରତ କବି ରତ୍ନ” ପୁରସ୍କାର
ମହିମା ଗନ୍ତାୟତଙ୍କୁ “ଭାରତ କବି ରତ୍ନ” ପୁରସ୍କାର ରାୟଗଡା ତା ୨୧-୦୧-୨୬ଯୁବ ଲେଖିକା ଭାବେ ନିଜ ସୃଜନଶୀଳ ଉତ୍କର୍ଷ ପାଇଁ ଜଣାଶୁଣା ରାୟଗଡ଼ା ମହିଳା ମହାବିଦ୍ୟାଳୟର ଛାତ୍ରୀ ମହିମା ଗନ୍ତାୟତଙ୍କୁ ଦିଲ୍ଲୀ ସ୍ଥିତ “ଦି ବ୍ଲୁ ଷ୍ଟାର ପ୍ରକାଶନ”ର ପ୍ରତିଷ୍ଠିତ “ଭାରତ କବି ରତ୍ନ ପୁରସ୍କାର”ରେ ସମ୍ମାନିତ କରାଯାଇଛି। ପ୍ରକାଶନ ପକ୍ଷରୁ ସେମାନଙ୍କର ପ୍ରତିଷ୍ଠିତ “ଭାରତ କବି ରତ୍ନ ପୁରସ୍କାର” ପ୍ରଦାନ କରିବା ପାଇଁ ଗତ ନଭେମ୍ବର ୨୦୨୫ରେ ସୃଜନଶୀଳ ସ୍ରଷ୍ଟାଙ୍କ ଠାରୁ ସେମାନଙ୍କ ବହୁଭାଷୀ ଏବଂ ବିବିଧ ସୃଜନଶୀଳ ଲେଖା ମାନ ଆହ୍ୱାନ କରି ଏକ ଦେଶବ୍ୟାପୀ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ମହିମା ଏହି ପ୍ରତିଯୋଗିତାରେ ନିଜ ଲିଖିତ “THE REAL VICTORY” ଶୀର୍ଷକ ଇଂରାଜୀ ଗପ ଦାଖଲ ପୂର୍ବକ ଅଂଶଗ୍ରହଣ କରିଥିଲେ, ଯାହା ଆଜି ତଙ୍କୁ ପ୍ରତିଷ୍ଠିତ BHARAT KAVI RATNA ପୁରସ୍କାର ପାଇଁ ବିଜେତା ଭାବରେ ବିବେଚିତ କରି ପାରିଛି। ଅଧ୍ୟୟନ ସହ ସମତାଳରେ ସୃଜନଶୀଳ ସାହିତ୍ୟ ସାଧନମଗ୍ନା ରହି ଆସୁଥିବା ମହିମା ଦେଶର ଅନେକ ଡିଜିଟାଲ୍ ,ସାମାଜିକ ଏବଂ ମୁଦ୍ରିତ ଗଣ ମାଧ୍ୟମ ମାନଙ୍କରେ ବ୍ୟାପକ ଭାବରେ ପ୍ରକାଶିତ ହୋଇ ଆସୁଛନ୍ତି । ମହିମା ଜଣାଶୁଣା ଓଡ଼ିଆ କବି ଓ ସ୍ତମ୍ଭକାର ସତ୍ୟନାରାୟଣ ଗନ୍ତାୟତଙ୍କ ସାନ ଝିଅ, ଚିର ଅମର ଓଡ଼ିଆ ଲେଖକ ଗନ୍ତାୟତ ଶିବପ୍ରସାଦ ଏବଂ ଦିବଂଗତା କବୟିତ୍ରୀ ନିର୍ମଳା ଗନ୍ତାୟତଙ୍କ ଝିଆରୀ । ନିଜର ଏହି ସଫଳତାକୁ ସେ ତାଙ୍କ ପାଠକବର୍ଗ , ଶୁଭେଚ୍ଛୁବୃନ୍ଦ, ଶିକ୍ଷକ ଗଣ ଏବଂ ପରିବାର ପରିଜନଙ୍କୁ ଉତ୍ସର୍ଗ କରିଛନ୍ତି, ଯେଉଁମାନେ ତାଙ୍କ ଭିତରେ ଥିବା ଯୁବ ସ୍ରଷ୍ଟାଟିକୁ ସଦା ସୃଜନମଗ୍ନା ରହିବା ପାଇଁ ନିରନ୍ତର ଆଶୀର୍ବାଦ ପ୍ରଦାନ କରି ଆସୁଛନ୍ତି।
