ବନ୍ଦେମାତର ୧୫୦ତମ ପୂର୍ତ୍ତି ଉତ୍ସଵ ଅନୁଷ୍ଠିତ।

ରଘୁନାଥପୁର ତା ୨୧/୧:-ସରକାର ଙ୍କ ନିର୍ଦ୍ଧେଶକ୍ରମେ ସାରାଦେଶରେ ବନ୍ଦେମାତରମ ଜାତୀୟ ସଂଙ୍ଗୀତର ୧୫୦ତମ ପୂର୍ତ୍ତି ପାଳକରାଯାଉଛି। ଏହି ଅବସରରେ ବୁଧବାର ରଘୁନାଥପୁର ବ୍ଲକ ପରିଷରରେ ବିଡିଓ ବିରଞ୍ଚିନାରାୟଣ ବେହେରା ଙ୍କ ସଭାପତିତ୍ୱ ରେ ପୂର୍ତ୍ତିଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲ ବିଧାୟକ ପ୍ରଫେସର ରମାକାନ୍ତ ଭୋଇ ଯୋଗଦେଇ ବନ୍ଦେମାତରମ ଜାତୀୟ ସଂଙ୍ଗୀତ ଆମରଗର୍ବ,ଏହା ଆମକୁ ଦେଶଭକ୍ତର ମାର୍ଗଦର୍ଶନ କରାଇଥାଏ ବୋଲି ମତରଖିଥିଲେ।ଅନ୍ୟତମ ଅତିଥି ଭାବେ ବିସିଷ୍ଟସ୍ବାଧିନତା ସଂଗ୍ରାମୀ ଭାଗିରଥି ସ୍ଵାଇଁ,ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା,ଭାରପ୍ରାପ୍ତ ବିଇଓ ମଧୁସ୍ମିତା ସାହୁ,ଅତିରିକ୍ତ,ତହସିଲଦାର ରାଜଲକ୍ଷ୍ମୀ ନାୟକ,କଲଚରାଲ ଅଫିସର ଦିଲିପ କୁମାର ଜେନା ପ୍ରମୁଖ ଯୋଗଦେଇ ବନ୍ଦେମାତର ଜାତୀୟ ସଂଙ୍ଗୀତ ସମ୍ପର୍କ ରେ ବିସ୍ତୃତ ଆଲୋଚନା କରିଥିଲେ।

ଉପସ୍ଥିତ ଅତିଥି,ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ବନ୍ଦେମାତରମ ଜାତୀୟ ସଂଙ୍ଗୀତ ଗାନକରିବାସହ ସ୍ଵଦେଶୀ ଦ୍ରବ୍ୟ ଓ ସ୍ଵଦେଶୀ ଭାଷାକୁ ଅଧିକ ଗ୍ରହଣ କରିବାପାଇଁ ସପଥନେଇଥିଲେ।ଏଥିରେ ମଞ୍ଚପରିଚାଳନା କରିଥିଲେ ରୀନାରାଣୀ ଦାଶ,ଧନ୍ୟବାଦ ଦେଇଥିଲେ ଅତିରିକ୍ତ ବିଇଓ ଆଶୁତୋଷ ବାନାର୍ଜୀ।ସମସ୍ତ କାର୍ଯ୍ୟ କ୍ୟାସିୟର ଭବେଷ ଚନ୍ଦ୍ର ବେହେରା ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିବାବେଳେ ଓୟଲଏମର ଲିପିକା ଶଡଙ୍ଗୀ ସହଯୋଗ କରିଥିଲେ।ବ୍ଲକର ସମସ୍ତ କର୍ମଚାରୀ ମାନେ ଉପସ୍ଥିତଥିଲେ।ଏହି କାର୍ଯ୍ୟକ୍ରମ ରଘୁନାଥପୁର ଶିକ୍ଷାମଣ୍ଡର ଅଧିନରେ ବିଭିନ୍ନସ୍କୁଲରେ କରାଯାଇଥିବାବିଭିନ୍ନ ପ୍ରତିଯୋଗୀତାରେ କୣତଛାତ୍ରଛାତ୍ରୀ ହାସଲ କରିଥିବା ୨୭ଟି ସ୍କୁଲର ଛାତ୍ରଛିତ୍ରୀ ମାନଙ୍କୁ ଏହି ମଞ୍ଚରେ ପୁରସ୍କୃତ କରାଯାଇଥିଲା। ରଘୁନାଥପୁର ଆଇଆଇସି ସୁଶାନ୍ତ କୁମାର ସେଠି ଙ୍କ ନେତୃତ୍ୱ ରେ ବହୁସଂକ୍ଷକ ପୋଲିସ ଉପସ୍ଥିତ ରହି ଭିଡକୁ ନିୟତ୍ରଣ କରିଥିଲେ।

Leave a Reply

Your email address will not be published. Required fields are marked *