ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ l ଦେଶ ଏଆଇ ପ୍ରସାର ତଥା ଆରଓଆଇ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି ବୋଲି ଡାଭୋସଠାରେ ବିଶ୍ୱ ଆର୍ଥିକ ମଞ୍ଚରେ କହିଲେ କେନ୍ଦ୍ର ମନ୍ତ୍ରୀମଡେଲର ଆକାରରୁ ନୁହେଁ, ଅର୍ଥନୀତି ଏବଂ ନିୟୋଜନରୁ ଏଆଇର ଶକ୍ତି ଆସିଥାଏ : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବସରକାର 38,000 ଜିପିୟୁ ମାଧ୍ୟମରେ ସୁଲଭ ଏଆଇ କମ୍ପ୍ୟୁଟ୍ ଯୋଗାଇ ଦେଉଛନ୍ତି : ଅଶ୍ୱିନୀ ବୈଷ୍ଣବ ଭାରତ ଏଆଇ ପ୍ରଶାସନ ପାଇଁ ଟେକ୍ନୋ-ଲିଗାଲ୍ ଆଭିମୁଖ୍ୟ ଗ୍ରହଣ କରୁଛି, ପକ୍ଷପାତ ଏବଂ ଡିପ୍ ଫେକ୍ ଚିହ୍ନଟ ଉପରେ ଧ୍ୟାନ ଦେଉଛିସମ୍ପୂର୍ଣ୍ଣ ଅର୍ଥବ୍ୟବସ୍ଥାରେ ଏଆଇର ପ୍ରସାର ଭାରତର ରଣନୀତିରେ ଏକ ମୁଖ୍ୟ ଅଂଶବିଶେଷକେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ୨୦ ଜାନୁଆରୀ ୨୦୨୬ରେ ଡାଭୋସ୍ ଠାରେ ଅନୁଷ୍ଠିତ ବିଶ୍ୱ ଆର୍ଥିକ ମଞ୍ଚ (ଡବ୍ଲୁଇଏଫ)ରେ ‘‘ଏଆଇ ପାୱାର ପ୍ଲେ, ନୋ ରେଫରି’’ ଶୀର୍ଷକ ଏକ ପ୍ୟାନେଲ୍ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ଏଥିରେ ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ଭାରତର ଆଭିମୁଖ୍ୟ ବିଷୟରେ ମତ ରଖିଛନ୍ତି। ବ୍ୟାପକ ପରିମାଣରେ ଏଆଇ ପ୍ରସାର, ଆର୍ଥିକ କାର୍ଯ୍ୟକ୍ଷମତା ଏବଂ ଟେକ୍ନୋ-ଲିଗାଲ ପ୍ରଶାସନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ବିଶ୍ୱସ୍ତରେ ଏଆଇର ସ୍ଥିତି ଏବଂ ଭୂ-ରାଜନୀତି ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ, ଭାରତ ସ୍ପଷ୍ଟ ଭାବରେ ଏଆଇ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ସାମିଲ ରହିଛି। ସେ କହିଥିଲେ, ଏଆଇ ଢାଞ୍ଚାରେ ପାଞ୍ଚଟି ସ୍ତର ରହିଛି – ପ୍ରୟୋଗ, ମଡେଲ୍, ଚିପ୍, ଭିତ୍ତିଭୂମି ଏବଂ ଶକ୍ତି। ଭାରତ ସମସ୍ତ ପାଞ୍ଚଟି ସ୍ତର ଉପରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛି। ପ୍ରୟୋଗ ବା ଆପ୍ଲିକେସନ ସ୍ତରରେ, ଭାରତ ସମ୍ଭବତଃ ବିଶ୍ୱକୁ ସେବା ଯୋଗାଉଥିବା ସବୁଠାରୁ ବଡ଼ ଯୋଗାଣକାରୀ ହେବ। ଏଆଇରେ ନିବେଶ ଉପରେ ଲାଭ (ଆରଓଆଇ) କେବଳ ବହୁତ ବଡ଼ ମଡେଲ୍ ସୃଷ୍ଟି କରିବା ଦ୍ୱାରା ନୁହେଁ ଉଦ୍ୟୋଗ-ସ୍ତରୀୟ ନିୟୋଜନ ଏବଂ ଉତ୍ପାଦକତା ଲାଭରୁ ଆସିଥାଏ। ସେ କହିଥିଲେ, ପ୍ରାୟ 95 ପ୍ରତିଶତ ଏଆଇ ୟୁଜ୍ କେସ୍କୁ 20-50 ବିଲିୟନ ପାରାମିଟର ସ୍ତରର ମଡେଲରୁ ସମାଧାନ କରାଯାଇପାରିବ। ଏଥିମଧ୍ୟରୁ ଅନେକ ପୂର୍ବରୁ ଭାରତ ପାଖରେ ରହିଛି ଏବଂ ସେଗୁଡ଼ିକୁ ଭିନ୍ନ ଭିନ୍ନ କ୍ଷେତ୍ରରେ ନିୟୋଜନ କରାଯାଉଛି।ଭୂ-ରାଜନୀତିରେ ଏଆଇର ଭୂମିକା ଉପରେ ମତ ରଖି, ଶ୍ରୀ ବୈଷ୍ଣବ ଭୂରାଜନୈତିକ ଶକ୍ତିକୁ ବହୁତ ବଡ଼ ଏଆଇ ମଡେଲ ସହ ସମାନ କରିବା ବିରୋଧରେ ସତର୍କ କରାଇ ଦେଇଥିଲେ। କହିଥିଲେ, ଏପରି ମଡେଲଗୁଡ଼ିକ ବନ୍ଦ ହୋଇପାରେ ଏବଂ ସେମାନଙ୍କ ଡେଭଲପରମାନଙ୍କ ପାଇଁ ଆର୍ଥିକ କଷ୍ଟ ମଧ୍ୟ ସୃଷ୍ଟି କରିପାରେ। ସେ କହିଥିଲେ, ‘‘ମୁଁ ଯାହାକୁ ପଞ୍ଚମ ଶିଳ୍ପ ବିପ୍ଳବ କହୁଛି ଅର୍ଥବ୍ୟବସ୍ଥା ନିବେଶ ଉପରେ ତାହାର ଲାଭ (ଆରଓଆଇ) – ସର୍ବାଧିକ ସମ୍ଭାବ୍ୟ ଲାଭ ପାଇବା ପାଇଁ ସର୍ବନିମ୍ନ ମୂଲ୍ୟର ସମାଧାନ କାର୍ଯ୍ୟକାରୀ କରିବା-ରୁ ଆସିବ।’’ ସେ ଜୋର ଦେଇ କହିଥିଲେ, ପ୍ରଭାବୀ ଏଆଇ ନିୟୋଜନ ଦ୍ରୁତ ଗତିରେ ସିପିୟୁ, ଛୋଟ ମଡେଲ ଏବଂ ଉଦୀୟମାନ କଷ୍ଟମ୍ ସିଲିକନ ଉପରେ ନିର୍ଭର କରିବାକୁ ଲାଗିଛି। ଏହାଦ୍ୱାରା କୌଣସି ଗୋଟିଏ ଦେଶ ଉପରେ ନିର୍ଭରଶୀଳତା କମ୍ ହୋଇଥାଏ ଏବଂ କେବଳ ପରିଣାମ ଆଧାରରେ ଏଆଇର ମାଲିକାନା ଧାରଣାକୁ ଆହ୍ୱାନ ମିଳିଥାଏ।ଭାରତର ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମିର ସଫଳତା ବିଷୟରେ ଅବତାରଣା କରି ଶ୍ରୀ ବୈଷ୍ଣବ କହିଥିଲେ, ସରକାର ଜୀବନ ଏବଂ ଅର୍ଥବ୍ୟବସ୍ଥାର ପ୍ରତ୍ୟେକ କ୍ଷେତ୍ରରେ ଏଆଇର ନିୟୋଜନକୁ ବ୍ୟବସ୍ଥିତ ଭାବରେ ଆଗକୁ ବଢ଼ାଉଛନ୍ତି। ଜିପିୟୁ ଉପଲବ୍ଧତାକୁ ଏକ ପ୍ରମୁଖ ପ୍ରତିବନ୍ଧକ ଭାବରେ ଉଲ୍ଲେଖ କରି, ସେ କହିଛନ୍ତି ଯେ ଭାରତ ଏକ ସାର୍ବଜନୀନ-ଘରୋଇ ସହଭାଗୀତା ମଡେଲ ଗ୍ରହଣ କରିଛି, ଯାହା ଅଧୀନରେ ପ୍ରାୟ 38,000 ଜିପିୟୁକୁ ଏକ ସହଭାଗୀ ଜାତୀୟ କମ୍ପ୍ୟୁଟିଂ ସୁବିଧା ଭାବରେ ତାଲିକାଭୁକ୍ତ କରାଯାଇଛି। ଏହି ସୁବିଧା ସରକାର-ସମର୍ଥିତ ଏବଂ ସବସିଡିଯୁକ୍ତ, ଯାହାକୁ ବିଶ୍ୱ ମୂଲ୍ୟ ତୁଳନାରେ ପ୍ରାୟ ଏକ-ତୃତୀୟାଂଶ ମୂଲ୍ୟରେ ଛାତ୍ରଛାତ୍ରୀ, ଗବେଷକ, ଷ୍ଟାର୍ଟଅପ୍ ଏବଂ ଉଦ୍ଭାବନକାରୀମାନଙ୍କୁ ସୁଲଭ ଭାବେ ଯୋଗାଇ ଦିଆଯାଇଥାଏ। ସେ ଭାରତର ଏଆଇ ରଣନୀତିର ଚାରୋଟି ସ୍ତମ୍ଭ ବିଷୟରେ ମଧ୍ୟ ବର୍ଣ୍ଣନା କରିଥିଲେ:ସରକାରୀ-ଘରୋଇ ସହଭାଗୀତା ମାଧ୍ୟମରେ ଏକ ସହଭାଗୀ କମ୍ପ୍ୟୁଟିଂ ସୁବିଧା କେନ୍ଦ୍ରସର୍ବାଧିକ ବ୍ୟବହାରିକ ଆବଶ୍ୟକତା ପୂରଣ କରୁଥିବା ଏକ ମାଗଣା ଏଆଇ ମଡେଲ ସଂଗ୍ରହ10 ନିୟୁତ ଲୋକଙ୍କୁ ଏଆଇରେ ତାଲିମ ଦେବା ଲାଗି ବ୍ୟାପକ ସ୍ତରରେ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଭାରତର ଆଇଟି ଶିଳ୍ପକୁ ଘରୋଇ ଏବଂ ବିଶ୍ୱସ୍ତରୀୟ ଉଦ୍ୟୋଗ ପାଇଁ ଏଆଇ ପରିଚାଳିତ ଉତ୍ପାଦକତା ଏବଂ ଦକ୍ଷତା ଦିଗରେ ପରିବର୍ତ୍ତନ କରିବାକୁ ସକ୍ଷମ କରିବା।ଶ୍ରୀ ବୈଷ୍ଣବ ନିୟାମକ ଏବଂ ଶାସନ ଉପରେ କୃତ୍ରିମ ବୁଦ୍ଧିମତ୍ତା ନିୟନ୍ତ୍ରଣ ପାଇଁ ଏକ ଟେକ୍ନୋ-ଲିଗାଲ ପଦ୍ଧତିର ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ନିୟାମକ ବ୍ୟବସ୍ଥା କେବଳ ଆଇନ ଉପରେ ନିର୍ଭର କରିପାରିବ ନାହିଁ, ବରଂ ଏଥିରେ ଏପରି ବୈଷୟିକ ଉପକରଣର ମଧ୍ୟ ସହଯୋଗ ରହିବା ଆବଶ୍ୟକ ଯାହା ପକ୍ଷପାତ ଏବଂ ଡିପ୍ ଫେକ୍ ଭଳି ସମସ୍ୟାକୁ ହ୍ରାସ କରିବ। ଉଦାହରଣ ସ୍ୱରୂପ, ଡିପଫେକ୍ ଚିହ୍ନଟ ଲାଗି ବ୍ୟବସ୍ଥା ଏପରି ହେବା ଆବଶ୍ୟକ ଯାହା କୋର୍ଟରେ ଯାଞ୍ଚ କରାଯାଇପାରିବ। ସେ ଆହୁରି ମଧ୍ୟ କହିଛନ୍ତି, ଭାରତ ଡିପଫେକ୍ ଚିହ୍ନଟ କରିବା, ପକ୍ଷପାତ ହ୍ରାସ କରିବା ଏବଂ ଉଦ୍ୟୋଗଗୁଡ଼ିକରେ ନିୟୋଜିତ ହେବା ପୂର୍ବରୁ ମଡେଲଗୁଡ଼ିକର ସଠିକ୍ ଅନଲର୍ଣ୍ଣିଂ ନିଶ୍ଚିତ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ବିକଶିତ କରୁଛି।ଏହି ପ୍ୟାନେଲ ଆଲୋଚନାକୁ ୟୁରେସିଆ ଗ୍ରୁପ୍ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଇଆନ ବ୍ରେମର ପରିଚାଳନା କରିଥିଲେ। ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ମାଇକ୍ରୋସଫ୍ଟ ଉପାଧ୍ୟକ୍ଷ ତଥା ସଭାପତି ବ୍ରାଡ ସ୍ମିଥ, ଆଇଏମଏଫ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା ଏବଂ ସାଉଦୀ ଆରବ ନିବେଶ ମନ୍ତ୍ରୀ ଖାଲିଦ ଅଲ-ଫଲିହ ସାମିଲ ଥିଲେ।
