ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
ଭବାନୀପାଟଣା – ତା. ୦୧.୦୫.୨୦୨୬ ରିଖ : ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ସ୍ଥାନୀୟ ଟାଉନ୍ ହଲ୍, ଭବାନୀପାଟଣା ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଓ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଅଧୀନରେ ଯୋଗ୍ୟ ବିବେଚିତ ପଞ୍ଜୀକୃତ ନିର୍ମାଣ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ ସହ ନିର୍ମାଣ ଶ୍ରମିକ ମାନଙ୍କୁ ସଚେତନ କରାଗଲା | ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ସଭାପତି ଜିଲ୍ଲାପରିଷଦ କଳାହାଣ୍ଡି ,ପୁଷ୍ପେନ୍ଦ୍ର ସିଂ ଦେଓ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଲୋକସଭା ସାଂସଦ କଳାହାଣ୍ଡି ଙ୍କ ପ୍ରତିନିଧି ଜୟଶଙ୍କର ନାୟକ, ମାନ୍ୟବର ବିଧାୟକ ଧର୍ମଗଡ ଙ୍କ ପ୍ରତିନିଧି ନରହରି ପଟ୍ଟନାୟକ, ପ୍ରଭାଗୀୟ ଶ୍ରମ ଆୟୁକ୍ତ କଳାହାଣ୍ଡି ପରିମିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ରଶ୍ମିତା ନାୟକ ସମସ୍ତ ଶିବିରକୁ ସ୍ବାଗତ ଭାଷଣ ସହିତ ସଭାକୁ ସମ୍ବୋଦିତ କରିଥିଲେ ଏବଂ ସହକାରୀ ଶ୍ରମ ଅଧିକାରୀ ଜିତମ ମାଝୀ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ସହାୟତା ରାଶି ଯଥା – ବିବାହ ସହାୟତା ରାଶି ବାବଦରେ ୧୩୩ ଜଣଙ୍କୁ ଟ. ୩,୮୩,୦୦,୦୦୦/-, ମୃତ୍ୟୁ ସହାୟତା ରାଶି ୧୨୧ ଜଣଙ୍କୁ ଟ. ୬,୦୫,୦୦୦/-, ଅନ୍ତ୍ୟେଷ୍ଟି କାଳୀନ ସହାୟତା ରାଶି ୧୫୫ ଜଣଙ୍କୁ ଟ. ୭୭,୨୫,୦୦୦/ -, ଶିକ୍ଷା ସହାୟତା ରାଶି, ୧୯ ଜଣଙ୍କୁ ଟ. ୧,୯୦,୦୦୦/-, ମାତୃତ୍ୱ ସହାୟତା ରାଶି ୫୭ ଜଣଙ୍କୁ ଟ. ୫,୨୪,୮୦୦/-, ଏହିପରି ଭାବେ ସର୍ବମୋଟ ୪,୭୩,୪୪,୮୦୦/- ଟଙ୍କାର ସହାୟତା ରାଶି ୪୮୫ ଜଣ ନିର୍ମାଣ ଶ୍ରମିକଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଏତତ୍ ବ୍ୟତୀତ ୨୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଓଡ଼ିଆ ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନ ଜଣଙ୍କୁ ମୃତ୍ୟୁ କାଳୀନ ସହାୟତା ନିମିତ୍ତ ୨,୦୦,୦୦୦/- ଟଙ୍କା ପ୍ରଦାନ କରାଯାଇଥିଲା ଓ ୪୦ ଜଣ ଅଣସଂଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସର୍ବମୋଟ ୮୦୦ ଜଣ ନିର୍ମାଣ ଏବଂ ଅଣସଂଗଠିତ ଶ୍ରମିକ, ଟ୍ରେଡ ୟୁନିଅନର କର୍ମକର୍ତ୍ତା, ଗଣମାଧ୍ୟମର ପ୍ରତିନିଧି ଓ କଳାହାଣ୍ଡି ଶ୍ରମ କାର୍ଯ୍ୟାଳୟର ସମସ୍ତ ସଦସ୍ୟ ପ୍ରମୂଖ ଯୋଗଦେଇଥିଲେ ।
