ମା ଉଗ୍ରତାରା ଙ୍କ ବାର୍ଷିକ ପୂଜା ମହାସମାରୋହ ରେ ପାଳିତ।

ଯାଜପୁର :-ଯାଜପୁର ସହରରର ବଡଶାସନ ସ୍ଥିତ ମା ଉଗ୍ରତାରା ଙ୍କ ମଣ୍ଡପରେ ମା ଙ୍କ ବାର୍ଷିକ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି।ମାଘ ମାସ ରଟନ୍ତି ଚତୁର୍ଦଶୀ ଠାରୁ ପୂଜାର୍ଚନା ଆରମ୍ଭ ହୋଇ ତ୍ରିବେଣୀ ଅମାବାସ୍ୟା ପ୍ରତିପଦ ଦ୍ଵିତୀୟା ତିଥିରେ ମଧ୍ୟରାତ୍ର ପରେ ମା ଙ୍କ ବିସର୍ଜନ କରାଯାଏ। ପବିତ୍ର ଦଶାଶ୍ୱମେଧ ଘାଟ ରେ ଘଟ ନିମଜ୍ଜନ କରାଯାଇ ଘଣ୍ଟ, ଘଣ୍ଟା, ବାଦ୍ୟ, ତୁରୀ ଓ କାହାଳି ସହକାରେ ମାଙ୍କ ଘଟକୁ ନଦୀତୀର୍ଥ ରୁ ଅଣାଯାଇ ମଣ୍ଡପରେ ସ୍ଥାପନା କରାଯାଇ ଥିଲା। ପରେ ପରେ ମା ଙ୍କୁ ଷୋଡଶ ଉପଚାର ପୂଜା, ହୋମ, କୁସ୍ମାଣ୍ଡ ବଳିପ୍ରଦାନ କରାଯାଇ ପୂଜାରମ୍ଭ କରାଯାଇଥିଲା। ଏହି ପୂଜା କୁ ମୁଦଗଲ (ପତି) ଗୋତ୍ର ର ବଂଶଧର ମାନେ ବଂସାନୁକ୍ରମିକ ଏହିପୂଜାକୁ ୧00ବର୍ଷ ଧରି ପାଳନ କରିଆସୁଛନ୍ତି। ଏହି ପରି ଚାରି ଦିନ ଧରି ପୂଜାବିଧି ଅନୁଷ୍ଠିତ ହୋଇ ଚର୍ତୁଥ ରାତ୍ରରେ ପୂଜା ସମାପନ କରାଯାଇଛି। ଏହି ପୂଜା ସମାପନ ପରେ ମା ଙ୍କୁ ଏକ ବିଶାଳ ଶୋଭାଯାତ୍ରା ରେ ନିଆ ଯାଇ ବୈତରଣୀ ନଦୀରେ ବିସର୍ଜିତ କରାଯାଇଥିଲା। ଏହିପୂଜାରେ ସର୍ବଶ୍ରୀ ମାନଗୋବିନ୍ଦ ପତି, ଗିରିଜାଶାଙ୍କର ପତି, ହୃଷିକେଶ ପତି, ଶୁଭ୍ରାଂଶୁ ଶେଖର ପତି, ଦେବୀପ୍ରସନ୍ନ ପତି, ମାନସ କୁମାର ପତି, ଶଶିକାନ୍ତ ପତି, ବିରଞ୍ଚି ନାରାୟଣ ପତି, ଶିବନାରାୟଣ ପତି, ଓ ଶଶାଙ୍କ ଶେଖର ପତି ପ୍ରମୁଖ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ମା ଙ୍କ ପୂଜା ସୁଚାରୁ ରୂପେ ସମ୍ପାଦନ ହୋଇଥିଲା।

Leave a Reply

Your email address will not be published. Required fields are marked *