ଜଙ୍ଗଲ ଜମିଉପରେ ନିର୍ଭର କରୁଥିବା ପରିବାର ଗୁଡିକୁ ଜମି ଅଧିକାର ସ୍ବୀକୃତି ପ୍ରଦାନ କରିବା ଜିଲ୍ଲାପାଳଙ୍କୁ ଦାବି ପତ୍ର I

ଯାଜପୁର ଟାଉନ 21/01: ଯାଜପୁର ଜିଲ୍ଲା କୋରେଇ ବ୍ଲକ ବ୍ୟାସନଗର ତହସିଲ ଅଧିନସ୍ଥ ଗହିରାଗାଡ଼ିଆ (ଭାଲୁକାହୁଡି) ଗ୍ରାମର ସ୍ଥାୟୀ ବାସିନ୍ଦା ତଥା ଆଦିବାସୀ ସାନ୍ତାଳ ସମାଜ ଯାଜପୁର ଓ ସିଭିଲ ସୋସାଇଟି ଯାଜପୁର ର ସଭ୍ୟ ସଭ୍ୟା ମାନେ ବାପ ଅଜା ଚଉଦ ପୁରୁଷ ରୁ ଯେଉଁ ଜଙ୍ଗଲ ଜମି ଉପରେ ବସତି ସ୍ଥାପନା କରିବା ସହ ଜଙ୍ଗଲ ଜମି ଉପରେ ନିର୍ଭର କରି ଧାନ ଚାଷ ଠାରୁ ବିଭିର୍ଣ୍ଣ ପ୍ରକାର ଚାଷ ବାସ କରି ଜିବିକା ନିର୍ବାହ କରି ଆସୁଛନ୍ତି, ଏବଂ ଜଙ୍ଗଲ ଅଧିକାର ଆଇନ ର ନିର୍ଦେଶାବୋଳି ଆଧାର ରେ ଜଙ୍ଗଲ ଅଧିକାର କମିଟି ଗଠନ କରି ଉପ ଜିଲ୍ଲାପାଳ ଯାଜପୁର (SDM)ଙ୍କୁ ତା ୨୨:୦୯:୨୦୨୩ ରେ ଦଖଲ ଜମିର ଅଧିକାର ସ୍ବୀକୃତି ପତ୍ର (ପଟ୍ଟା )ପାଇବାକୁ ଆବେଦନ ଦାଖଲ କରିବା ସହ ସ୍ଥାନୀୟ ଆରଆଇ, ତହସିଲଦାର, ସମାଜ ମଙ୍ଗଳ ବିଭାଗ ଅଧିକାରି, ଜଙ୍ଗଲ ବିଭାଗ କୁ ମଧ୍ଯ ଚିଠି ଯୋଗେ ଅବଗତ କରାଯାଇଛି I ଉପ ଜିଲ୍ଲାପାଳ ଯାଜପୁର ଙ୍କ କାର୍ଯ୍ୟାଳୟ ସହ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ବହୁ ବାର ଏ ସମ୍ପର୍କ ରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଜଙ୍ଗଲ ଅଧିକାର ଆଇନ ର ନିର୍ଦେଶାବଳି ଆଧାରରେ ଜଙ୍ଗଲ ଜମି ଉପରେ ନିର୍ଭର କରି ଜିବିକା ନିର୍ବାହ କରୁଥିବା ପରିବାର ଗୁଡିକୁ ଚିହ୍ନଟ କରି ଦଖଲ ଜମି ଅଧିକାର ସ୍ବୀକୃତି (ପଟ୍ଟା )ଦେବାକୁ ପ୍ରବିଧାନ ରହିଛି,ଏପଟେ ଆବେଦନ କାରି ଦୁଇ ଦୁଇ ଥର ଆବେଦନ କରିଥିଲେ ବି ବନ ବିଭାଗ ଅଧିକାରି,ରାଜସ୍ୱ ବିଭାଗ, ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଜଏଣ୍ଟ ଇନକ୍ସାରି ଏପର୍ଯ୍ୟନ୍ତ ହୋଇପାରିନାହିଁ, ଏପଟେ ଜଙ୍ଗଲ ଅଧିକାର ଆଇନ ର ନିର୍ଦେଶାବଳି ଆଧାରରେ ଜଙ୍ଗଲ ଜମି ଉପରେ ନିର୍ଭର କରି ଦଖଲ ରେ ଥିବା ପ୍ରତି ପରିବାର କୁ ୦ ରୁ ୪ ହେକ୍ଟର ପର୍ଯ୍ୟନ୍ତ ଜମି ପଟ୍ଟା ଯୋଗାଇ ଦିଆଯାଇପାରିବାର ସ୍ୱତନ୍ତ୍ର ପ୍ରବିଧାନ ରହିଛି କିନ୍ତୁ ରକ୍ତ ପ୍ରବିଧାନ ସହ ଜଙ୍ଗଲ ଅଧିକାର ଆଇନ କୁ ଉପଜିଲ୍ଲାପାଳ ଯାଜପୁର ଙ୍କ ସହ ଖୋଦ ଜିଲ୍ଲା ପ୍ରଶାସନିକ ବିଭାଗିୟ ଅଧିକାରି ମାନେ ଖୋଲା ଭଲଙ୍ଘନ କରି

ମନମୁଖୀ ନିତି ଆପଣେଇ ଉକ୍ତ ଆଇନ କୁ ଅକାମୀ କରି ଦେବାକୁ ପ୍ରୟାସ ରଚି ଜଙ୍ଗଲ ଜମି ଉପରେ ନିର୍ଭର କରି ବର୍ଷ ବର୍ଷ ଧରି ଦଖଲ କରି ପରିବାର ପ୍ରତିପୋଷଣ କରୁଥିବା ପରିବାର ଗୁଡିକୁ ପଟ୍ଟା ଯୋଗାଇ ଦିଆଯାଇନାହିଁ, ବରଂ ଚଞ୍ଚକତା କରି ଉଚ୍ଚ ଆଇନ କୁ ଅକାମୀ କରି ଜିଲ୍ଲା ରେ ଜଙ୍ଗଲ ଜମି ଦଖଲ କରୁଥିବା କୌଣସି ଜାଗାରେ ଚାଷ ଜମି ପଟ୍ଟା ଦିଆଯାଇନାହିଁ, କହି ଅଜବ ଯୁକ୍ତି କରି ପଟ୍ଟା ଯୋଗାଇ ଦେବାରେ ଟାଳ ଟୁଳ ନିତି ଆପଣେଇ ଆସୁଛନ୍ତି. ଜଙ୍ଗଲ ଅଧିକାର ଆଇନ କୁ ଦିଗହରା କରି କିଛି ପରିବାର କୁ ଗୂଂଠେ ଲେଖାଏ ପଟା ଦେଇ ନିଜର ଦାୟିତ୍ଵ ସାରିଦେବାକୁ ବସିଛନ୍ତି, ଫଳରେ ଜଙ୍ଗଲ ଜମି ଉପରେ ଦଖଲ ରହି ଏହି ଜମି ଉପରେ ନିର୍ଭର କରି ଜିବିକା ନିର୍ବାହ କରୁଥିବା ଗୋହିରାଗାଡ଼ିଆ ଭାଲୁକାହୁଡି ଗ୍ରାମର ୯୦ରୁ ଊଦ୍ଧ ପରିବାର ପଟ୍ଟା ପାଇବାରୁ ବଞ୍ଚିତ ହୋଇ କାଳାତିପାତ କରିଆସୁଛନ୍ତି।ତୁରନ୍ତ ଏହା ଉପରେ ସତ୍ୟାସତ୍ୟ ତଦନ୍ତ କରି ଜଙ୍ଗଲ ଜମି ଉପରେ ନିର୍ଭର କରୁଥିବା ପରିବାର ଗୁଡିକୁ ଅବିଳମ୍ବେ ପଟ୍ଟା ପ୍ରଦାନ କରିବାକୁ ଆଦିବାସୀ ସାନ୍ତାଳ ସମାଜ ଓ ସିଭିଲ ସୋସାଇଟି ଫୋରମ ର କର୍ମକର୍ତା ମାନେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *