ପୁରୀ ବଡଶଙ୍ଖ ମାର୍କେଟରେ ଦୁର୍ବୁତ୍ତଙ୍କ ଆତଙ୍କରାଜ
ପୁରୀ ବଡ଼ଶଙ୍ଖ ମାର୍କେଟରେ ଦୁର୍ବୁତ୍ତଙ୍କ ଖୁଲମଖୁଲା ଆତଙ୍କରାଜ। ବଟି ଆଦାୟ ପାଇଁ ଛୁରୀ ଦେଖାଇ ଫଳ ଦୋକାନୀଙ୍କୁ ଭୟଭୀତ କରୁଥିବା ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ। ଜଣେ ଦୁର୍ବୁତ୍ତ ହାତରେ ଛୁରୀ ଧରି ଫଳ ଦୋକାନୀ ଙ୍କୁ ଦାଦାବଟି ମାଗୁଥିବା ବେଳେ ଦାଦାବଟି ନ ଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ବଟି ଆଦାୟ ପାଇଁ ଦୋକାନୀଙ୍କୁ ଛୁରୀ ଦେଖାଇ ଦୁର୍ବୁତ୍ତମାନେ ଆତଙ୍କ ରଖୁଥିବାବେଳେ ଗ୍ରାହକ ଓ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି। ତେବେ ଦାଦାବଟି ମାଗିବା ପାଇଁ ଆସିଥିବା ଦୁର୍ବୁତ୍ତ ସହ ଅନ୍ୟ ଜଣେ ଯୁବକ ସ୍କୁଟିରେ ବସିଥିବା ଦେଖିବାକୁ ମିଳିଛି। ଘଟଣାକୁ ନେଇ ଫଳ ଦୋକାନୀ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ପୁରୀ ଭଳି ଏକ ଶାନ୍ତିପ୍ରିୟ ସହରରେ ଦୁର୍ବୁତ୍ତ ମାନେ ଏଭଳି ଛୁରୀ ଦେଖାଇ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି। ତୁରନ୍ତ ପୋଲିସ ଏହି ଦୁର୍ବୁତ୍ତ ମାନଙ୍କୁ ଧରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି।
