ଟିକାବାଲି ଏ,ଏମ,ସି, ଏସ, କଲେଜ ରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ।
ଫୁଲବାଣୀ , କନ୍ଧମାଳ ଜିଲ୍ଲା ଟିକାବାଲି ଏ, ଏମ, ସି, ଏସ ମହାବିଦ୍ୟାଳୟ ରେ ଅଠତିରିଶି ତମ ବାର୍ଷିକ କ୍ରୀଡା ଉତ୍ସବ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ଦିନରେ ମୁଖ୍ୟ ଅତିଥିଭାବେ ଏସି ମୋର୍ଚ୍ଚାର ରାଜ୍ୟ ଉପ ସଭାପତି ରାମବିଶ ଦିଗାଲ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କହଁର ଯୋଗ ଦେଇଥିଲେ l ସମ୍ମାନିତ ଅତିଥିଭାବେ ସାଂସଦ ପ୍ରତିନିଧି ତଥା ପ୍ରାକ୍ତନ ଛାତ୍ର ଜିତେନ୍ଦ୍ର ଡାକୁଆ ଯୋଦଦେଇଥିଲେ l ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥିଭାବେ ଟିକାବାଲି ବ୍ଲକ ବିଡ଼ିଓ ବିଷ୍ଣୁ ଗୋବିନ୍ଦ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ବନମାଳୀ ବେହେରା, ସମ୍ମାନିତ ଅତିଥିଭାବେ ଅଧ୍ୟାପକ ବିଷ୍ଣୁ ପ୍ରସାଦ ରଥ, ବିରୂପାକ୍ଷ ତ୍ରିପାଠୀ ଯୋଗଦେଇ କ୍ରୀଡା ଆମଜୀବନ ପାଇଁ କେତେ ଆବଶ୍ୟକ ବର୍ଣ୍ଣନା କରିଥିଲେ l କ୍ରୀଡା ସଂସଦର ଉପ ସଭାପତି ଅଧ୍ୟାପକ ନରେନ୍ଦ୍ର ଦିଗାଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତି ଅଧ୍ୟାପକ ଶଙ୍କର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ l ବୈଇଅlଳସୀ ଟି ଇଭେଣ୍ଟ ରେ ପ୍ରତିଯୋଗୀ ମାନେ ଭାଗ ନେଇଥିଲେ l ଖେଳ ଶିକ୍ଷକ ଧ୍ୟାନଚାନ୍ଦ ନାୟକ ଖେଳ ପରିଚାଳନା କରିଥିବା ବେଳେ ବିଭିନ୍ନ ସ୍କୁଲ ରୁ ଆସିଥିବା ଖେଳ ଶିକ୍ଷକ ପଞ୍ଚାନନ ପାଣିଗ୍ରାହୀ, ମନୋଜ କୁମାର ଭୋଳ, ରେଣୁବାଳା ପ୍ରଧାନ, ବାଳକୃଷ୍ଣ ଦୋରା, ଶିବ ପାଣିଗ୍ରାହୀ, ସୁଶାନ୍ତ କୁମାର ଭୋଳ ଖେଳ ପରିଚାଳନା କରିଥିଲେ l ପାଞ୍ଚଜଣ ଛାତ୍ର, ଛାତ୍ରୀ ଚମ୍ପିଆନ ହୋଇଥିଲେ ସିନିଅର ର ମଧୁସ୍ମିତା ନାୟକ, ସୌମ୍ୟା ସାଗରୀକା ନାୟକ, ଚିତ୍ତରଞ୍ଜନ ପ୍ରଧାନ, ଜୁନିୟରର ବର୍ଷା ପ୍ରଧାନ, ଲଳିତ କହଁର, ଅଧ୍ୟାପକ ରତନ ଦିଗାଲ ସଂଚାଳନ କରିଥିବାବେଳେ ସମସ୍ତ କର୍ମ ଚାରୀ ସହଯୋଗ କରିଥିଲେ l
