ପୁରୁଷୋତ୍ତମପୁରରେ ଅକ୍ସଫୋର୍ଡ ପବ୍ଲିକ ସ୍କୁଲର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ।

ପୁରୁଷୋତ୍ତମପୁର (୨୨/୧): ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ସ୍ଥାନୀୟ ଅକ୍ସଫୋର୍ଡ ପବ୍ଲିକ ସ୍କୁଲର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଗତଦିନ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ଏନ୍.ଏ.ସି. ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ ଚନ୍ଦ୍ର ବେହେରା ଓ ଭକ୍ତ ବତ୍ସଳ ଜାନି ଉପସ୍ଥିତ ଥିଲେ। ଏହାସହିତ କନକା ସି.ଆର.ସି.ସି. ହେମନ୍ତ କୁମାର ବେହେରା, ଅଛୁଁଲି ସି.ଆର.ସି.ସି. ମନୋଜ କୁମାର ପଣ୍ଡା, ବିଦ୍ୟାଳୟର ଡାଇରେକ୍ଟର ରବିନ୍ଦ୍ର କୁମାର ପଣ୍ଡା ଓ ପ୍ରଧାନ ଶିକ୍ଷକ ପ୍ରଭାକର ଗୌଡା ମଞ୍ଚାସୀନ ଥିଲେ। ଅତିଥିମାନେ ନିଜ ଉଦ୍ବୋଧନରେ ଶିକ୍ଷାର ଗୁରୁତ୍ୱ ଓ ଛାତ୍ରଛାତ୍ରୀଙ୍କ ସାର୍ବଙ୍ଗୀଣ ବିକାଶ ଉପରେ ଜୋର ଦେଇଥିଲେ। ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶକ୍ଷୟିତ୍ରୀ ସମ୍ପୂର୍ଣ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *