ସନ୍ତରସ ସେବା ସମବାୟ ସମିତି ପକ୍ଷରୁ ଖୋଲିଲା ଧାନ ମଣ୍ଡି

କାକଟପୁର- କାକଟପୁର ବ୍ଲକ ଅନ୍ତର୍ଗତ ସନ୍ତରସ ସେବା ସମବାୟ ସମିତି ପକ୍ଷରୁ ଗୁରୁବାର ଧାନ ମଣ୍ଡି ଖୋଲା ଯାଇଛି। ଧାନ ମଣ୍ଡିରେ ସରକାରୀ ଧାନ କ୍ରୟ ଶୁଭ ଉଦଘାଟନ ହୋଇଛି। ସମିତି ସମ୍ପାଦକ ଶିଶିର କୁମାର କରଙ୍କ ତତ୍ତ୍ଵାବଧାନରେ ଧାନ ମଣ୍ଡିରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଇ ମିଲର ମାଧ୍ୟମରେ ସରକାରଙ୍କ ଦ୍ଵାରା ଧାନ କ୍ରୟ ଆରଂଭ ହୋଇଛି। ଖରିଫ ଫସଲ ସଂଗ୍ରହ ନିମନ୍ତେ ଏହି ସମିତି ଅନ୍ତର୍ଗତ ୬ଟି ଗ୍ରାମର ୨୬୨ ଜଣ ଧାନ ଚାଷୀ ପଞ୍ଜିକରଣ କରିଥିବା ବେଳେ ତାଙ୍କ ଠାରୁ ୯୮୨ କୁଇଣ୍ଟାଲ ଧାନ କ୍ରୟ କରାଯିବ। ଚାଷୀଙ୍କୁ ଉଚିତ୍ ମୂଲ୍ୟ ସହ ସରକାରୀ ଇନପୁଟ ସହାୟତା ଯୋଗାଇ ଦିଆ ଯାଉଛି। ଏଥି ସହିତ ଚାଷୀଙ୍କ ପାଇଁ ମଣ୍ଡିରେ ସମିତି ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ବ୍ୟବସ୍ଥା କରାଯାଇଛି। ଆଜିର ଏହି ଧାନ ମଣ୍ଡି ଶୁଭ ଉଦଘାଟନ ଅବସରରେ ସମିତି ସଭାପତି ଶରତ ଚନ୍ଦ୍ର ସେଠୀ, ଜଗେଶ୍ୱରୀ ସୋସାଇଟି ସମ୍ପାଦକ କୈବଲ୍ୟ ପ୍ରସାଦ ସେନାପତିଙ୍କ ସହ ଚାଷୀ ମାନଙ୍କ ମଧ୍ୟରେ ଚିନ୍ମୟ ସାହୁ, ଜଟାଧାରୀ ନାୟକ, ସଚିତ୍ର ପରିଡା, ତ୍ରିନାଥ ପାଇଟାଳ, ସର୍ବେଶ୍ଵର ନାୟକ ଓ ରବୀନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଧାନ କ୍ରୟ ବିକ୍ରୟ ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *