ଅନ୍ୟକୁ ଆହାର ଦେଇ ଖୁସିରେ ରଖୁଥିବା ଚାଷୀ ଆଜି ନିଜେ ଦୁଃଖରେ

ନାହି ପଟ୍ଟା ମିଲିପାରୁନି ଚାଷୀ ଙ୍କୁ ମଣ୍ଡୀରସୁବିଧା ଅନ୍ୟକୁ ଆହାର ଦେଇ ଖୁସିରେ ରଖୁଥିବା ଚାଷୀ ଆଜି ଦୁଃଖରେ   Anchor- ମୁଣ୍ଡ ର ଝାଳ କୁ ତୁଣ୍ଡରେ ମାରି ବର୍ଷ ସାରା ନିଜ  ପରିବାର ସହିତ ଜମିରେ ରେ କଷ୍ଟ ପଡି ଆଦାୟ କରିଥାଏ ଫସଲ କିନ୍ତୁ ଚାଷୀର ଆଖିରେ ଲୁହ ସେହି ଲୁହ ପୋଛିବାକୁ ପାଖରେ ନା ପ୍ରଶାସନ ରହିଛି ନା ରହିଛନ୍ତି ସରକାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ଅନ୍ତର୍ଗତ ଏସ ଗୁଣ୍ଡୁରିବାଡି ଗାଁ ରେ।ଗଞ୍ଜାମ ଜିଲ୍ଲାର ପ୍ରମୁଖ ଫସଲ କହିଲେ ଧାନ ଚାଷ ।ବର୍ତ୍ତମାନ ଧାନ ଅମଳ ହେଲା ପରେ ଘର ଆଗରେ ଅଖା ରେ ଭର୍ତି କରି ଧାନ କୁ  ଧରି ବସିଛି ଚାଷୀ ତ କିଛି ଚାଷୀ ଙ୍କ ଧାନ ଖଳା ରେ ପଡିଛି । ହେଲେ ପ୍ରମୁଖ ସମସ୍ଯା ହେଲା ଚାଷୀ ଙ୍କ ନା ମାଣ୍ଡୀରେ । ସୋରଡା ବ୍ଲକ ସରାବାଡି ପଂଚାୟତ ,ଅମ୍ବୃତୁଳୁ ପଞ୍ଚାୟତ ,ବୋର୍ସିଙ୍ଗ ପଞ୍ଚାୟତ ର ବହୁ ଚାଷୀ ଙ୍କ ହଜାର ହଜାର ଏକର ଜମିର ପଟ୍ଟା ନାହି କାରଣ ସେମାନଙ୍କ ଜମି ଜଳସେଚନ ବିଭାଗ ରେ ଲାଗିଯାଇଛି । ବ୍ରିଟିଶ ଅମଳରେ ସୋରଡା ରେ ଏକ ଡେମ ନିର୍ମାଣ ହୋଇଥିଲା ସେହି ସମୟରେ ଡେମ ନିକଟରେ ରହୁଥିବା ଗ୍ରାମ ର ଚାଷୀ ଙ୍କ ଜମି ଗୁଡିକ ପଟ୍ଟା ଦିଆଗଲା ନାହି ଯାହା ଫଳରେ ଶହ ଶହ ଚାଷୀ ଙ୍କ ହଜାର ହଜାର ଏକର ଜମିର ପଟ୍ଟା ଆଜି ପର୍ଯ୍ୟନ୍ତ ପାଇ ପାରିଲେ ନାହି l1ସୋମନାଥ ଗୌଡ଼ ( ଚାଷୀ) 2 ବଂଶୀଧର ଗୌଡ଼ (ଚାଷୀ)Vo -2 ଗତ ବର୍ଷ କିଛି ଚାଷୀ ଙ୍କୁ ସର୍ଭେ କରି ପଟ୍ଟା ଦିଆଗଲା କିନ୍ତୁ  90 ପ୍ରତିଶତ ଚାଷୀ ପଟ୍ଟା ନ ପାଇ ଦୁଖରେ କାଳ ତିପାତ କରୁଛନ୍ତି । ଗତ ଚାରି ବର୍ଷ ହେବ ଭଲ ଧାନ ହେଉନଥିଲା  କାରଣ ବର୍ଷା ଓ ମରୁଡି ରେ ଚାଷୀ କଷ୍ଟ ପାଇଥିଲା ଏହି ବର୍ଷ ଭଲ ଫସଲ ହୋଇଛି କିନ୍ତୁ ଚାଷୀ ଆଦାୟ କରି ଧାନ କୁ ଧରି ମୁଣ୍ଡ ରେ ହାତ ଦେଇ ଘରେ ବସିଛି । ଚାଷୀ ଙ୍କ ଏହି ଅବସ୍ତା ଦେଖି କିଛି କଳା ବ୍ୟବସାଇ ଚାଷୀ ଙ୍କୁ ଲୁଟିବାରେ ଲାଗିଛନ୍ତି ସରକାର ଧାନ କୁଣ୍ଟାଲ ପିଛା 3100 ଶହ ଟଙ୍କା ରଖିଥିଲା ବେଳେ କିଛି ବ୍ୟବସାଇ ଓ କିଛି ମିଲର ଏହି ଚାଷୀ ଙ୍କ ଠାରୁ 1700 ଟଙ୍କା ରେ କିଣି ମଲାମାଳ ହେଉଛନ୍ତି ପ୍ରତିଦିନ ଟ୍ରକ ଟ୍ରକ ଧାନ ଅନ୍ଧ୍ରା ଯାଉଛି ତ କିଛି ମିଲର ଏମାନଙ୍କ ଠାରୁ ଧାନ କିଣି ମିଛ ଚାଷୀଙ୍କ ନାମ ରେ ମଣ୍ଡି ରେ ନାମ ପଞ୍ଜୀକୃତ କରି ସରକାରୀ ଟଙ୍କା କୁ ଲୁତୁଛନ୍ତି ।

କିନ୍ତୁ ଏଠିକାର ପ୍ରଶାସନ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ମିଲର ଙ୍କ ସହିତ ହାତ ମିଳାଇ ମଲାମାଳ ହେଉଛନ୍ତି ।  ବହୁ ବାର ଚାଷୀ ଗୁହାରି କରିଛି ପ୍ରଶାସନ ଆଗରେ କିନ୍ତୁ ସୁଫଳ ସୁନ ।ତେବେ ଅନ୍ୟ ମହିଳା ଜଣେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଙ୍କ ଜମି ଚାଷ କରୁଥିବା ବେଳେ ଜଗନ୍ନାଥ୍ ମନ୍ଦିର ରୁ ଆଧାର କାର୍ଡ ଆଣିଲେ ହିଁ ସରକାରୀ ମଣ୍ଡିରେ ସ୍ଥାନ ମିଳିବ ବୋଲି  କହିଛନ୍ତି ସେକ୍ରେଟାରୀ।3 ଶୈଳ (ମହିଳା ଚାଷୀ)-4 ପ୍ରମୋଦ କୁମାର ପୃଷ୍ଟି (ଅତିରିକ୍ତ ଜିଲ୍ଲାପାଳ)ଏହି ସମସ୍ଯା ସମ୍ପର୍କ ରେ ସୋରଡ଼ା ବ୍ଲକ୍ ପରିସର ରେ ଜନ ଅଭିଯୋଗ ଶୁଣାଣୀ ରେ  ଗଞ୍ଜାମ ଜିଲ୍ଲା ର ଅତିରିକ୍ତ  ଜିଲ୍ଲାପାଳ  ପ୍ରମୋଦ କୁମାର ପୃଷ୍ଟି କହିଛନ୍ତି ଆମପାଖକୁ ଅଭିଯୋଗ ଆସି ନାହି ଆସିଲେ ସମାଧାନ କରିବୁ । ତେବେ ଅନ୍ୟର ମୁହଁରେ ହସ ଫୁଟାଉଥିବା ଚାଷୀ ଆଜି ଦୁଃଖରେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *