୩ ବିଭାଗର ରାତି ଅଧିଆ ଚଡାଉ, ୧୮ ଟିପ୍ପର ଗୋଟିଏ ଜେସିବି ଜବତ, ମାଫିଆଙ୍କ ମଧ୍ୟରେ କୋକୁଆ ଭୟ
କୋଷାଗୁମୁଡା ୨୨/୦୧/୨୬(ଉ.ସ.ପ୍ର) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର ଭାସ୍କେଲ ନଦୀରୁ ଅଣଲିଜ ଅଞ୍ଚଳରୁ ବାଲି ମାଫିଆମାନେ ବେଧଡ଼କ ବାଲି ଚୋରାଚାଲାଣ ହେଉଥିବା ନେଇ ବାରଂବାର ଖବର ପ୍ରସାରଣ ଓ ଖଣି ବିଭାଗର ଚଢାଉ ପରେ ମଧ୍ୟ ଚୋରା ଚଲାଣ ଥମିବାର ନା ନେଉନାହିଁ। ଗତ କାଲି ନବରଙ୍ଗପୁର କନିଷ୍ଠ ଖଣି ଅଧିକାରୀ ସୁଧୀର ପ୍ରଧାନ, ସମ୍ୟରଞ୍ଜନ ସାହୁ, କୋଡ଼ିଙ୍ଗା ତହସିଲଦାର ତୁଳା ମୁଦୁଲି, ଅତିରିକ୍ତ ତହସିଲଦାର ତ୍ରିଲୋଚନ ନାୟକ, କୋଡ଼ିଙ୍ଗା ଥାନାଧିକାରୀ ଯୁଗଳ ଶବର, କୋଷାଗୁମୁଡା ଥାନାଧିକାରୀ ଉମେଶଚନ୍ଦ୍ର ନାୟକ, ଏଏସଆଇ ହିମିଲଟନ ମାଝୀ ପ୍ରମୁଖ ୩ ବିଭାଗର ଅଧିକାରୀମାନେ ମିଳିତ ଭାବେ ଆତର୍କିତ ଚଢାଉ କରି ବଡଗୁମୁଡା ନିକଟ ଭାସ୍କେଲ ନଦୀର ଅଣଲିଜ ବାଲି ସୌରାତରୁ ବାଲି ଚୋରା ଚଲାଣ ବେଳେ ୧୮ ଟିପ୍ପର ଓ ଗୋଟିଏ ଜେସିବି ଜବତ କରିଛନ୍ତି। ୩ ଟି ବାଲି ଭର୍ତ୍ତି ଟିପ୍ପର କୋଡ଼ିଙ୍ଗା ଥାନାରେ ରଖାଯାଇଥିବାବେଳେ ଅନ୍ୟ ଗାଡିକୁ ବାଲି ଘାଟରେ ଜବତ ରଖାଯାଇଥିବା ଖଣି ଅଧିକାରୀ ସୁଧୀର କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଆଗକୁ ଏହିଭଳି ରାତି ଅଧିଆ ମିଳିତ ଚଢାଉ ଜାରିରହିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ଏହି ରାତି ଅଧିଆ ଚଢ଼ାଉରେ ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।
