ନକ୍ସଲ ବିରୋଧୀ ଅଭିଯାନରେ ବଡ଼ ସଫଳତା, ‘ପାତିରା ମାଞ୍ଝି’ ସହ ୧୫ ନକ୍ସଲ ନିହତ: ଅମିତ ଶାହ

ନକ୍ସଲ ବିରୋଧୀ ଅଭିଯାନରେ ବଡ଼ ସଫଳତା, ‘ପାତିରା ମାଞ୍ଝି’ ସହ ୧୫ ନକ୍ସଲ ନିହତ: ଅମିତ ଶାହ l ପଶ୍ଚିମ ସିଂହଭୂମିରେ ସିଆରପିଏଫ୍ ଏବଂ ଝାଡ଼ଖଣ୍ଡ ପୋଲିସର ମିଳିତ ଅପରେସନ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ନକ୍ସଲବାଦର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ଆମେ ପ୍ରତିବଦ୍ଧଅବଶିଷ୍ଟ ନକ୍ସଲମାନଙ୍କୁ ହିଂସା ଛାଡ଼ି ବିକାଶର ମୁଖ୍ୟଧାରାରେ ଯୋଗଦେବାକୁ ଆହ୍ୱାନକେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ, ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମିରେ କୁଖ୍ୟାତ ନକ୍ସଲବାଦୀ କେନ୍ଦ୍ରୀୟ କମିଟିର ସଦସ୍ୟ ତଥା ମୁଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ରାଶି ଥିବା ‘ପାତିରା ମାଞ୍ଝି’ ଏବଂ ଅନ୍ୟ ୧୫ ଜଣ ନକ୍ସଲଙ୍କ ହତ୍ୟା ହେଉଛି ନକ୍ସଲ ବିରୋଧୀ ଅଭିଯାନର ଏକ ବଡ଼ ସଫଳତା। ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଶ୍ରୀ ଅମିତ ଶାହ କହିଛନ୍ତି ଯେ, ଆଜି ପଶ୍ଚିମ ସିଂହଭୂମିରେ ସିଆରପିଏଫ୍ ଏବଂ ଝାଡ଼ଖଣ୍ଡ ପୋଲିସ ଦ୍ୱାରା ଚାଲିଥିବା ମିଳିତ ଅପରେସନରେ କୁଖ୍ୟାତ ନକ୍ସଲ କେନ୍ଦ୍ରୀୟ କମିଟିର ସଦସ୍ୟ ପତିରା ମାଞ୍ଝି ଏବଂ ଅନ୍ୟ ୧୫ ଜଣ ନକ୍ସଲଙ୍କୁ ହତ୍ୟା କରି ଏକ ବଡ଼ ସଫଳତା ହାସଲ କରିଛି। ସେ ପୁଣି ଥରେ ଅବଶିଷ୍ଟ ନକ୍ସଲମାନଙ୍କୁ ହିଂସା, ଆତଙ୍କବାଦ ଏବଂ ଅସ୍ତ୍ରଶସ୍ତ୍ର ସହିତ ଯୋଡ଼ିଥିବା ବିଚାରଧାରାକୁ ପରିତ୍ୟାଗ କରି ବିକାଶ ଏବଂ ବିଶ୍ୱାସର ମୁଖ୍ୟଧାରାରେ ଯୋଗଦେବାକୁ ନିବେଦନ କରିଥିଲେ।

Leave a Reply

Your email address will not be published. Required fields are marked *