ପୁରୀ ଶ୍ରୀମନ୍ଦିର ପରିକ୍ରମା ପରିସର ଉପରେ ଏକ ଡ୍ରୋନ ଉଡୁଥିବା ସୂଚନା

ପୁରୀ ଶ୍ରୀମନ୍ଦିର ପରିକ୍ରମା ପରିସର ଉପରେ ଏକ ଡ୍ରୋନ ଉଡୁଥିବା ସୂଚନା ମିଳିବା ପରେ, ପୁରୀ ପୋଲିସ ତରଫରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପୁରୀ ଏସ୍‌ପି ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦେଶକ୍ରମେ ସିଂହଦ୍ୱାର ଥାନା ପୋଲିସ ସହ ଅନ୍ୟ ଏକ ସ୍ୱତନ୍ତ୍ର ଟିମ ଯୁଗ୍ମ ଭାବେ ଡ୍ରୋନକୁ କାବୁ କରିବାରେ ସଫଳ ହୋଇଥିଲେ। ଦୁଇଟି ଟିମ ମିଶି ପୁରୀ ଦୋଳମଣ୍ଡପ ସାହି ନିକଟରୁ ଉକ୍ତ ଡ୍ରୋନକୁ କାବୁ କରିଥିଲେ। ତଦନ୍ତ କାଳେ ଜଣାପଡ଼ିଛି ଯେ, ଝାରଖଣ୍ଡ ରାଞ୍ଚି ଅଞ୍ଚଳର ୟଶବତ ମାଥୋ (୨୦) ନାମକ ଜଣେ ଯୁବକ ଡ୍ରୋନଟି ଉଡାଇଥିଲେ। ତାଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖାଯାଇଛି ଏବଂ ଏହି ଘଟଣା ସମ୍ବନ୍ଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉଛି।

Leave a Reply

Your email address will not be published. Required fields are marked *