ଦ୍ଵିତୀୟ ପର୍ଯ୍ୟାୟରେ ଖୋଲିଲା ୪ଗୋଟି ଧାନ ମଣ୍ଡି
ରଘୁନାଥପୁର ୨୨/୧:- ରଘୁନାଥପୁର ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ରେ ଆଉ ୪ଗୋଟି ଧାନ ମଣ୍ଡି ଶୁଭ ଉଦଘାଟନ ଗତ କାଲି ହୋଇଯାଇଛି । ତାରପୁର କୃଷି ସେବା ସମବାୟ ସମିତି ପକ୍ଷରୁ ଶିବଶକ୍ତି ମହିଳା ଗୋଷ୍ଠୀ ସଭାନେତ୍ରୀ କାମିନୀ ସ୍ବାଇଁ,ଓ ସମ୍ପାଦିକା ଅନ୍ନପୂର୍ଣ୍ଣା ସ୍ବାଇଁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତାରପୁର ଆର ଏମ ସି ମାର୍କେଟ କମ୍ପ୍ଲେକ୍ସ ରେ ତାରପୁର ସରପଞ୍ଚ ସୁଷମା ମଲ୍ଲିକ ଫିତା କାଟି ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଆରଏମସି ସମ୍ପାଦକ ସୂର୍ଯ୍ୟକାନ୍ତ ଦାସ , ସମିତି ସଭ୍ୟା ପୂଜାଲତା ଦାସ , ଅନ୍ତର୍ଯ୍ୟାମୀ ରାଉତ, ନାରାୟଣ ମହାରଣା, ବିନୋଦ ବିହାରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ, ମଣ୍ଡି ରେ ୩୩୨ଜଣ ଚାଷୀ ନାମ ପଞ୍ଜୀକୃତ କରିଛନ୍ତି, ସେହିପରି ରେଢୁଆ କୃଷି ସମବାୟ ସମିତି ପକ୍ଷରୁ ସଭାପତି ପ୍ରଦୀପ୍ତ କୁମାର ମହାନ୍ତି ନଡ଼ିଆ ବାଡେଇ ମଣ୍ଡି କୁ ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ବେହେରା ଜିଲ୍ଲାପରିଷଦ ସଦସ୍ୟା ଇତିଶ୍ରୀ ମଲ୍ଲିକ, ସମିତି ସଭ୍ୟ ବିଶ୍ୱଜିତ ଦାଶ, ଗଗନ ବିଶ୍ବାଳ, ଅଭିଷେକ ଦାସ,ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ, ଏଠାରେ ମୋଟ ୪୩୨ ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି।ସେହିପରି ଚିକିଣିଆ କୃଷି ସେବା ସମିତି ପକ୍ଷରୁ ସଭାପତି ଦେବେନ୍ଦ୍ର ପ୍ରସାଦ ସ୍ବାଇଁ, ନଡ଼ିଆ ବାଡେଇ ମଣ୍ଡି କୁ ଉଦଘାଟନ କରିଥିଲେ।ଏଥିରେ ସ୍ଥାନୀୟ ସରପଞ୍ଚ ବିଷ୍ଣୁ ଚରଣ ସେଠୀ, ଉପସଭାପତି ବିଦ୍ୟାବତି ଗୋଚ୍ଛାୟତ,ତଂଅରା ସରପଞ୍ଚ ବଟକୃଷ୍ଣ ନାୟକ, ସମିତି ସଭ୍ୟା ଶାନ୍ତିଲତା ଦ୍ୱିବେଦୀ,ଇଂ ବାବାଜୀ ଚରଣ ଜେନା, ଭୂପତି ନାୟକ, ମାନସ ଗୋଚ୍ଛାୟତ, ସଂଗ୍ରାମ ନାୟକ ସମେତ ସ୍ଥାନୀୟ ବହୁ ଚାଷୀ ଉପସ୍ଥିତ ଥିଲେ। ଏହି ସମିତିରେ ମୋଟ ୪୪୦ଜଣ ଚାଷୀ ନାମ ପଞ୍ଜୀକୃତ କରିଛନ୍ତି। ସେହିପରି ଛପଡ଼ା କୃଷି ସମବାୟ ସମିତି ପକ୍ଷରୁ ସଭାପତି ପ୍ରମୋଦ କୁମାର ମହାନ୍ତି ନଡ଼ିଆ ବାଡେଇ ମଣ୍ଡି କୁ ଉଦଘାଟନ କରିଥିଲେ,ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଅଜୟ କୁମାର ପରିଡ଼ା,ସ୍ଥାନୀୟ ସମିତି ସଭ୍ୟ ରଞ୍ଜନ କୁମାର ସ୍ୱାଇଁ,ଏରଡଙ୍ଗା ସରପଞ୍ଚ ଧର୍ମାନନ୍ଦ ସେଠୀ, ସମାଜସେବୀ ରହିମ ଖାଁ, ନିରାକାର ଖୁଣ୍ଟିଆ, ଦେବେନ୍ଦ୍ର ସାହୁ,ସମେତ ବହୁ ଚାଷୀ ଉପସ୍ଥିତ ଥିଲେ। ତିନୋଟି ପଞ୍ଚାୟତ ର ମୋଟ ୬୪୭ ଜଣ ଚାଷୀ ନାମ ପଞ୍ଜୀକୃତ କରିଛନ୍ତି ବୋଲି ସହ ସମ୍ପାଦକ ସନ୍ତୋଷ କୁମାର ପାତ୍ର ପ୍ରକାଶ କରିଛନ୍ତି l
