ଐତିହାସିକ ଜଗତସିଂହପୁର ପୁସ୍ତକମେଳା ଉଦଯାପିତ।

ଜଗତସିଂହପୁର-()ପୁସ୍ତକ ଆମର ପରମ ବନ୍ଧୁ । ପୁସ୍ତକ ପରି ଆମର ଭଲ ମିତ୍ର ଆଉ କେହି ନାହାଁନ୍ତି । ପୁସ୍ତକ ପଠନ ଦ୍ୱାରା ଆମର ଜ୍ଞାନ ବୃଦ୍ଧି ହେବା ସହିତ ଆମ ଭିତରେ ସଂସ୍କାର ଆଣି ଥାଏ ବୋଲି ୨୭ ତମ ଜଗତସିଂହପୁର ପୁସ୍ତକ ମେଳାର ଉଦଜାପାନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମତ ପ୍ରକାଶ କରିଛନ୍ତି । । ମୁଖ୍ୟ ବକ୍ତା ଭାବରେ ବିଶିଷ୍ଠ ସାହିତ୍ୟିକ ଦୁର୍ଯ୍ୟଧାନ କାଠୁଆ ଯୋଗଦେଇ ଆଦିକବି ସାରଳା ଦାସ ଙ୍କ ସାହିତ୍ୟ କୃତିତ୍ବ କୁ ନେଇ ଜଗତସିଂହପୁର ବାସୀ ସର୍ବଦା ଆଗରେ ରହିଛନ୍ତି । ଜଗତସିଂହପୁର ମାଟି ପ୍ରତି ସାହିତ୍ୟ ଯୁଗରେ କୃତିତ୍ବ ହାସଲ କରିଯାଇଛି । ଯାହାକୁ ନେଇ ଏ ମାଟିର ସାହିତ୍ୟ ସୁଗନ୍ଧ ନିଆରା ବୋଲି ମତ ପ୍ରକାଶ କରିଥିଲେ । ଜଗତସିଂହପୁର ଜିଲାପାଳ ତଥା ସାଂସ୍କୃତିକ ପରିଷଦର ସଭାପତି ଜେ ସୋନାଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ସାଂସଦ ବିଭୁପ୍ରସଦ ତରାଇ, ଜଗତସିଂହପୁର ଜିଲାପରିଷ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଜଗତସିଂହପୁର ଆରକ୍ଷୀ ଅଧିକ୍ଷକ ଅଙ୍କିତ ବର୍ମା,ପାରାଦୀପ ପୌରାଧକ୍ଷ ବସନ୍ତ କୁମାର ବିଶ୍ବାଳ, ମୁଖପାତ୍ର ସ୍ମୃତିପତ୍ର ର ମୁଖ୍ୟ ସମ୍ପାଦକ ମହେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷା ବଞ୍ଚିବା ପାଇଁ ତଥା ଓଡ଼ିଆ ଭାଷାର ବିକାଶ ନିମନ୍ତେ ପୁସ୍ତକ ମେଳାର ଗୁରୁତ୍ବ ଓ ଆଵଶ୍ୟକତା ବାବଦରେ ଆଲୋକପାତ କରିଥିଲେ । କାର୍ଯ୍ୟକାରୀ ସଭାପତି ବିପ୍ଳବ ଚୌଧୁରୀ ମଞ୍ଚ ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ସାରଦା ପ୍ରସନ୍ନ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କାର୍ଯ୍ୟକାରିଣୀ କମିଟି ସଦସ୍ୟ ମାନସ ରଥ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିରଞ୍ଚି ନାରାୟଣ ରଥ ଓ ସାଥି ମାନେ ବେଦ ପାଠ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ଜଗତସିଂହପୁର ସାଂସ୍କୃତିକ ପରିଷଦ ର ମୁଖପତ୍ର ସ୍ମୃତିପତ୍ର ର ଉନ୍ମୋଚନ କରାଯାଇଥିଲା ।ମଧ୍ୟାହ୍ନ ରେ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଓ ଜଣା ଅଜଣା କାର୍ଯ୍ୟକ୍ରମ ସହିତ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ବିଭିନ୍ନ କଳା ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଗୁପ୍ତା ଡିଷ୍ଟ୍ରିବ୍ୟୁଟର ଆନୁକୂଲ୍ୟରେ ଆୟୋଜିତ ଜଣା ଅଜଣା କାର୍ଯ୍ୟକ୍ରମରେ ଅତିଥି ଭାବରେ ଗୁପ୍ତା ଦିଷ୍ଟ୍ରିବ୍ୟୁଟର ର ପରିଚାଳକ ଲକ୍ଷ୍ମୀ ନାରାୟଣ ଚୌଧୁରୀ ,ବିଶିଷ୍ଟ କ୍ରୀଡା ସଂଗଠକ ପ୍ରିୟନାଥ ରାୟ, ଜିଲା ଓକିଲ ସଂଘ ଉପସଭାପତି ସରୋଜ ବିଶ୍ୱାଳ, ଦେବଶ୍ରୀ ମହାନ୍ତି ପ୍ରମୁଖ ଯୋଗ ଦେଇ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ ।ସକାଳ ସମୟରେ ନିଶିଗନ୍ଧା ଭାଷା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଆଜିର ସଂଧ୍ୟା କୁ ଜଗତସିଂହପୁର ମାଟିର ବରପୁତ୍ର ସଂଗ୍ରାମ କେଶରୀ ମହାନ୍ତି ଙ୍କ ସ୍ମୃତିରେ ଉତ୍ସର୍ଗ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପରିଷଦର ଉପାଧ୍ୟକ୍ଷ ବିଜୟ କୁମାର ରାଉତ, ଗଣେଶ୍ୱର ମାଣିଆ, ଯୁଗ୍ମ ସମ୍ପାଦକ ଡଃ ସୁଧୀର କୁମାର ମହାନ୍ତି, ନରେଶ ଦାସ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର, ଉପଦେଷ୍ଟା ନଟବର ବାରିକ, ଉପଦେଷ୍ଟା ପ୍ରଦୀପ କୁମାର ଶତପଥୀ, ବରିଷ୍ଠ ସଦସ୍ୟା ଡ଼ ଡ଼ ଜ୍ୟୋତିର୍ମୟୀ ମହାନ୍ତି,ସଦସ୍ୟ ପ୍ରଦିପ୍ତ କିଶୋର ଚୌଧୁରୀ,ମନୋଜ କୁମାର ଦାଶ,ମାନସ କୁମାର କାନୁନଗୋ,ମନୋଜ କୁମାର ମହାପାତ୍ର,ପ୍ରଭାତ ଦାଶ, ପ୍ରଜ୍ଞା ପାରମିତା ଚୌଧୁରୀ, ନିବେଦିତା ମହାନ୍ତି,ଅବନୀକାନ୍ତ ମହାରଣା, ସୁଷମା ପ୍ରଧାନ, ପ୍ରିୟବ୍ରତ ଦାଶ, ଅଭିଳାଷ ସ୍ବାଇଁ, ଦୁର୍ଯୋଧନ ମହାରଣା, ବିପିନି ସେଠୀ, ରାଧାକାନ୍ତ ମିଶ୍ର,ଭରତ ଚନ୍ଦ୍ର ସାହୁ, ଲୋକନାଥ ଦାସ ଅତନୁ କୁମାର ସ୍ବାଇଁ, ବିଜୟଲକ୍ଷ୍ମୀ ମହାପାତ୍ର, ସତ୍ୟବ୍ରତ ବିଶ୍ବାଳ, କୃଷ୍ଣଚନ୍ଦ୍ର ପ୍ରଧାନ, ଡ଼ କୈଳାସ ଚନ୍ଦ୍ର ମଲ୍ଲିକ, ଲାଲା ସଂଗ୍ରାମ କେଶରୀ ରାୟ, ସୂର୍ଯ୍ୟକାନ୍ତ ଦାସ ପ୍ରମୁଖ ସହଯୋଗ କରିଥିଲେ।କ୍ରିଷ୍ଣା କଲଚରାଲ ଗୃପ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *