ମୁକ୍ତି ଯୋଦ୍ଧା ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି।

ବ୍ରହ୍ମପୁର – ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ଯୋଦ୍ଧା ,ମୁକ୍ତି ପାଗଳ ତଥା INAର ପ୍ରତିଷ୍ଠାତା ନେତାଜୀ ସୁବାଷ ବୋଷ ଙ୍କର ୧୨୮ ତମ ଜୟନ୍ତୀରେ ସିପିଏମ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ଆଜି ପାର୍ଟିର କର୍ମୀମାନେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ନେତାଜୀଙ୍କ ତ୍ୟାଗ ,ନିଷ୍ଠା ଓ ନିର୍ଭୀକତାକୁ ସ୍ମରଣ କରିଥିଲେ।ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ଶିବ ପ୍ରସାଦ ମହାପାତ୍ର, ପ୍ରତାପ ଚୌଧୁରୀ, ଗୋକୁଳ ତ୍ରିପାଠୀ, ମଧୁ ବେହେରା, ମୋହନ ରାଓ, ଶ୍ରୀନିବାସ ଦାସ, ରଞ୍ଜନ ପାତ୍ର, ଲୋକନାଥ ଖୁଣ୍ଟିଆ ,ପ୍ରଶାନ୍ତ ଶତପଥୀ ପ୍ରମୁଖ ବିଭିନ୍ନ ସଂଗଠନର ନେତୃତ୍ୱ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *