ମାଣିକେଶ୍ୱର ପଞ୍ଚାୟତ ସ୍ତର ରେ ହିନ୍ଦୁ ସମ୍ମିଳନି ଅନୁଷ୍ଠିତ।

ରାଇକିଆ, ତା 25/1/26 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତ ବୀରଛକ ଶିବ ମନ୍ଦିର ପ୍ରାଙ୍ଗଣ ଠାରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି।ପ୍ରଥମେ ବାବାଆନନ୍ଦେଶ୍ୱର ଙ୍କୁ ଜଳାଭିଷେକ କରାଯାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା। ହିନ୍ଦୁ ସମିଳନୀ ସଭାପତି ଦିନାରସିଂ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଶ୍ରୀ ସୁବାଷ ଚନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଶ୍ରୀ ବିଦ୍ୟାଧର ମହନ୍ତ, ପୂର୍ଣଚନ୍ଦ୍ର ପ୍ରଧାନ,କୋରା ରାଇଦା, ରାଜମୋହନ ଦିଗଲ,ଜିଲ୍ଲା ମହିଳା ପ୍ରମୁଖ ଲୁଇମା ପ୍ରଧାନ, ସରପଞ୍ଚ ଶ୍ରୀମତୀ ମତିଝୁଲି ପ୍ରଧାନ, ଜିଲ୍ଲା ଧର୍ମ ଜାଗରଣ ସଂଯୋଜକ ଗୁରୁରାମ ପାତ୍ର ଯୋଗଦେଇ ପଞ୍ଚ ପରିବର୍ତନ ଉପରେ ବିଶେଷ ଗୁରୁତ୍ୱ ଦେଲେ ହିଁ ରାଷ୍ଟ୍ର ଏକତା ଦୃଢ଼ ହେବା ସହିତ ଧର୍ମ ରକ୍ଷା ହୋଇ ପାରିବ ବୋଲି ମତବ୍ୟକ୍ତ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀ ବିଦ୍ୟାଧର ମହନ୍ତ ହିନ୍ଦୁ ବିଚାରଧାରା ଓ ହିନ୍ଦୁତ୍ୱ ଉପରେ ମତବ୍ୟକ୍ତ ରଖିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ସହିତ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବହୁ ସଂଖ୍ୟାରେ ହିନ୍ଦୁ ପୁରୁଷ ଓ ମହିଳା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *